ସରକାରକଁର ଅଜବ୍‌ ନୀତି:ଖରା ଝାଉରେ ସିଝୁଛନ୍‌ ଅଙ୍ଗନଓ୍ବାଡିର ଛାତ୍ରୀଛାତ୍ର

ଜାମଟିକ୍ରା, ୨୨।୫ (ଡି.ଏନ.ଏ):  ମୁଡ଼ଫଟା ଖରା ତାତିର ଲାଗି ରାଏଜ୍‌ ସରକାର ସବୁ ସରକାରୀ ବେସରକାରୀ ସ୍କୁଲ, କଲେଜ ଛୁଟି ଘୋଷନା କରିଛନ୍‌। ହେଲେ ମହିଳା ଓ ସମନ୍ବିତ ଶିଶୁ ବିକାଶ ଯୋଜନାରେ ସହରନୁ ଗଁାଗଁଲି ତକ୍‌ ଚାଲୁଥିବାର ଅଙ୍ଗନଓ୍ବାଡି କେନ୍ଦ୍ରମାନ ମୁଡ଼ଫଟା ଖରାରେ ବି ଖୁଲା ରହିଛେ। ଘଟନାକେ ନେଇ ଅନେକ ଜାଗାରେ ଅଭିଭାବକ ମହଲରେ ଅସନ୍‌ତୋଷ ପରକାଶ ପାଉଛେ। କେନ୍ଦ୍ରମାନକୁ ଫିଦିନ ସଖାଲୁ ଛୁଆମାନେ ପାଠ୍‌ପଢ଼ି ଆସୁଛନ୍‌। ଇଆଡ଼େ ରାଏଜର ଭିନେ ଭିନେ ସହରର ତାପମାନ ଦିନୁଦିନକେ ବଢ଼ତେଲ ଯାଉଛେ। ବଡ଼ଭାରି ହିସାବେ ପଶ୍ଚିମ ଓଡ଼ିଶାର ଅନେକ୍‌ ସହର ୪୩ ଡିଗ୍ରୀ ଉପରେ ରହୁଛେ। ଏନ୍‌ତାଥି ଲୋକ୍‌ ସଖାଲର ୯ ବାଜଲେ ଘରୁ ଭଟାକେ ନାଇଁ ବାହାରବାର। ଦିନ୍‌ବେଲା ମୁଡ଼ଫଟା ଖରା ହେଲାବେଲେ ରାଏତବେଲି ଗରମ ଲାଗି ଲୋକ୍‌ ଅଥାଥାଲି ହେଇଯାଉଛନ୍‌।
ଖବର ନେବାରେ ଜନାଯାଇଛେ ଯେ, ବରଗଡ଼ ଜିଲା ଅତାବିରା ବ୍ଲକରେ ମୋଟ ୩୬୫ଟା ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ। ସବୁଠାନୁ ଅଜବ୍‌ କଥା ହେଲା କେହେନ୍‌ସି ଅଙ୍ଗନଓ୍ବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନଁାଇଁନ। ବଡ଼ଭାଗି ଅଙ୍ଗନଓ୍ବାଡି କେନ୍ଦ୍ର ଭିନେ ଭିନେ ସ୍କୁଲ ପରିସରରେ ଚାଲିଛେ। ଅଙ୍ଗନଓ୍ବାଡି କେନ୍ଦ୍ରମାନକୁ ୩ରୁ ୬ ବଛରର ଛୁଆକୁ ପ୍ରି ସ୍କୁଲ ଶିକ୍ଷା ଦେବାର ବେବସ୍‌ତା ରହିଛେ। ଇଠାନେ ପଢ଼ି ସାଏଲା ଉତାରୁ ଛୁଆମାନେ ପ୍ରାଥମିକ ସ୍କୁଲରେ ନଁା ଲେଖାସନ। ହେଲେ ସବୁଠାନୁ ଆଶିରିଯ୍‌ର କଥା ୬ ବଛରରୁ ଉପରକେ ସ୍କୁଲରେ ପଢ଼ୁଥିବାର ଛୁଆମାନକର ଏହେଦେ ଖରାଛୁଟି ହେଇଛେ। ଇଆଡ଼େ ୩ରୁ ୬ ବଛର୍‌ର ଅତି ଛୋଟ ଛୋଟ ଛୁଆ ଯେନ୍‌ମାନେ ଅଙ୍ଗନଓ୍ବାଡିରେ ପଢ଼ୁଛନ୍‌ ଖରାଛୁଟିରୁ ବଁଚିତ୍‌ ହେଇ ମୁଡ଼ଫଟା ଖରା ଝାଉରେ ସଁଥ୍‌ଲି ହେଉଛନ୍‌। ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ଅଧୀନରେ ଅନେକ ପଡ଼ା ରହୁଥିଲାବେଲେ କେନ୍ଦ୍ରଠାନୁ ପଡ଼ାମାନକର ଦୂରିଆ ଅନେକ ଜାଗାରେ ପାଖାପାଖି ୧ କି.ମି. ରହିଛେ। ଉଦାହରନ୍‌ ହିସାବେ ବୁଗବୁଗା ପଁଚେତ୍‌ର ଜାମଟିକ୍ରା ଅଙ୍ଗନଓ୍ବାଡି କେନ୍ଦ୍ରକେ ନିଆଯାଇ ପାରବା। ଇ ଅଙ୍ଗନଓ୍ବାଡି ଅଧୀନରେ ଚମାରପଡ଼ା ରହିଛେ, କେନ୍ଦ୍ରଠାନୁ ଇତାର ଦୂରିଆଟା ପାଖାପାଖି ୧ କି.ମି. ହେବା। ଖାଲି ଇ ଗୁଟେ କେନ୍ଦ୍ର ନୁହେ, ବଡ଼ଭାଗି କେନ୍ଦ୍ରର ଅବସ୍‌ତା ଏନ୍‌ତା। ୧ କି.ମି.ରୁ ଅଧ୍‌କା ଦୂରିଆ ଥିବାର କେନ୍ଦ୍ରନୁ ୩ରୁ ୬ ବଛର୍‌ର ଛୁଆମାନେ ଦିନର ୧୦ ବଜେ ୪୦ ଡିଗ୍ରୀ ଖରାରେ କେନ୍‌ଥେଇ ଫିରବେ ବଲି ଅଭିଭାବକମାନେ ପ୍ରଶ୍ନ କରିଛନ୍‌। ଇ ବାବ୍‌ଦେ ଅତାବିରା ଶିଶୁ ବିକାଶ ପ୍ରକଳ୍ପ ଅଧ୍‌କାରୀ ଅନୁରାଧା ମହାନ୍ତିକୁଁ ପଚରାଲାରୁ ନିହାତି ଭାବେ ଖରା ତାତି ଛୁଆକୁ ବାଧୁଥିବା। ହେଲେ ଆମର ହାତେ କାଣା ଅଛେ, ଉପରୁ ଯେନ୍‌ଟା ନିରଦେଶ ଆଏବା ଆମେ ପାଲନ କରମୁ ବଲି ସେ କହିଥିଲେ। ଏନ୍‌ତା ମୁଡ଼ଫଟା ଖରାରେ ବିନା ବିଦ୍ୟୁତ ସଂଯୋଗରେ ଅଙ୍ଗନଓ୍ବାଡି କେନ୍ଦ୍ରମାନକୁ ପାଠପଢ଼ା ଚାଲିଛେ। ଯେନ୍‌ଥିରଲାଗି ଇ ଛୋଟ ଛୁଆକୁ ଝାଉ ମାରବାର ବହୁତ୍‌ ସମ୍‌ଭାବନା ରହିଛେ। ଇ ଦିଗେ ଜିଲା ପରଶାସନ, ରାଏଜ୍‌ ସରକାର ଧିଆନ୍‌ ଦେଇ ପଦକ୍ଷେପ ନେବାର ଦରକାର ବଲି ବୁଧିଜୀବୀ ଆର ଅଭିଭାବକ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri