ସରକାରକଁର ଅଜବ୍‌ ନୀତି:ଖରା ଝାଉରେ ସିଝୁଛନ୍‌ ଅଙ୍ଗନଓ୍ବାଡିର ଛାତ୍ରୀଛାତ୍ର

ଜାମଟିକ୍ରା, ୨୨।୫ (ଡି.ଏନ.ଏ):  ମୁଡ଼ଫଟା ଖରା ତାତିର ଲାଗି ରାଏଜ୍‌ ସରକାର ସବୁ ସରକାରୀ ବେସରକାରୀ ସ୍କୁଲ, କଲେଜ ଛୁଟି ଘୋଷନା କରିଛନ୍‌। ହେଲେ ମହିଳା ଓ ସମନ୍ବିତ ଶିଶୁ ବିକାଶ ଯୋଜନାରେ ସହରନୁ ଗଁାଗଁଲି ତକ୍‌ ଚାଲୁଥିବାର ଅଙ୍ଗନଓ୍ବାଡି କେନ୍ଦ୍ରମାନ ମୁଡ଼ଫଟା ଖରାରେ ବି ଖୁଲା ରହିଛେ। ଘଟନାକେ ନେଇ ଅନେକ ଜାଗାରେ ଅଭିଭାବକ ମହଲରେ ଅସନ୍‌ତୋଷ ପରକାଶ ପାଉଛେ। କେନ୍ଦ୍ରମାନକୁ ଫିଦିନ ସଖାଲୁ ଛୁଆମାନେ ପାଠ୍‌ପଢ଼ି ଆସୁଛନ୍‌। ଇଆଡ଼େ ରାଏଜର ଭିନେ ଭିନେ ସହରର ତାପମାନ ଦିନୁଦିନକେ ବଢ଼ତେଲ ଯାଉଛେ। ବଡ଼ଭାରି ହିସାବେ ପଶ୍ଚିମ ଓଡ଼ିଶାର ଅନେକ୍‌ ସହର ୪୩ ଡିଗ୍ରୀ ଉପରେ ରହୁଛେ। ଏନ୍‌ତାଥି ଲୋକ୍‌ ସଖାଲର ୯ ବାଜଲେ ଘରୁ ଭଟାକେ ନାଇଁ ବାହାରବାର। ଦିନ୍‌ବେଲା ମୁଡ଼ଫଟା ଖରା ହେଲାବେଲେ ରାଏତବେଲି ଗରମ ଲାଗି ଲୋକ୍‌ ଅଥାଥାଲି ହେଇଯାଉଛନ୍‌।
ଖବର ନେବାରେ ଜନାଯାଇଛେ ଯେ, ବରଗଡ଼ ଜିଲା ଅତାବିରା ବ୍ଲକରେ ମୋଟ ୩୬୫ଟା ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ। ସବୁଠାନୁ ଅଜବ୍‌ କଥା ହେଲା କେହେନ୍‌ସି ଅଙ୍ଗନଓ୍ବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନଁାଇଁନ। ବଡ଼ଭାଗି ଅଙ୍ଗନଓ୍ବାଡି କେନ୍ଦ୍ର ଭିନେ ଭିନେ ସ୍କୁଲ ପରିସରରେ ଚାଲିଛେ। ଅଙ୍ଗନଓ୍ବାଡି କେନ୍ଦ୍ରମାନକୁ ୩ରୁ ୬ ବଛରର ଛୁଆକୁ ପ୍ରି ସ୍କୁଲ ଶିକ୍ଷା ଦେବାର ବେବସ୍‌ତା ରହିଛେ। ଇଠାନେ ପଢ଼ି ସାଏଲା ଉତାରୁ ଛୁଆମାନେ ପ୍ରାଥମିକ ସ୍କୁଲରେ ନଁା ଲେଖାସନ। ହେଲେ ସବୁଠାନୁ ଆଶିରିଯ୍‌ର କଥା ୬ ବଛରରୁ ଉପରକେ ସ୍କୁଲରେ ପଢ଼ୁଥିବାର ଛୁଆମାନକର ଏହେଦେ ଖରାଛୁଟି ହେଇଛେ। ଇଆଡ଼େ ୩ରୁ ୬ ବଛର୍‌ର ଅତି ଛୋଟ ଛୋଟ ଛୁଆ ଯେନ୍‌ମାନେ ଅଙ୍ଗନଓ୍ବାଡିରେ ପଢ଼ୁଛନ୍‌ ଖରାଛୁଟିରୁ ବଁଚିତ୍‌ ହେଇ ମୁଡ଼ଫଟା ଖରା ଝାଉରେ ସଁଥ୍‌ଲି ହେଉଛନ୍‌। ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ଅଧୀନରେ ଅନେକ ପଡ଼ା ରହୁଥିଲାବେଲେ କେନ୍ଦ୍ରଠାନୁ ପଡ଼ାମାନକର ଦୂରିଆ ଅନେକ ଜାଗାରେ ପାଖାପାଖି ୧ କି.ମି. ରହିଛେ। ଉଦାହରନ୍‌ ହିସାବେ ବୁଗବୁଗା ପଁଚେତ୍‌ର ଜାମଟିକ୍ରା ଅଙ୍ଗନଓ୍ବାଡି କେନ୍ଦ୍ରକେ ନିଆଯାଇ ପାରବା। ଇ ଅଙ୍ଗନଓ୍ବାଡି ଅଧୀନରେ ଚମାରପଡ଼ା ରହିଛେ, କେନ୍ଦ୍ରଠାନୁ ଇତାର ଦୂରିଆଟା ପାଖାପାଖି ୧ କି.ମି. ହେବା। ଖାଲି ଇ ଗୁଟେ କେନ୍ଦ୍ର ନୁହେ, ବଡ଼ଭାଗି କେନ୍ଦ୍ରର ଅବସ୍‌ତା ଏନ୍‌ତା। ୧ କି.ମି.ରୁ ଅଧ୍‌କା ଦୂରିଆ ଥିବାର କେନ୍ଦ୍ରନୁ ୩ରୁ ୬ ବଛର୍‌ର ଛୁଆମାନେ ଦିନର ୧୦ ବଜେ ୪୦ ଡିଗ୍ରୀ ଖରାରେ କେନ୍‌ଥେଇ ଫିରବେ ବଲି ଅଭିଭାବକମାନେ ପ୍ରଶ୍ନ କରିଛନ୍‌। ଇ ବାବ୍‌ଦେ ଅତାବିରା ଶିଶୁ ବିକାଶ ପ୍ରକଳ୍ପ ଅଧ୍‌କାରୀ ଅନୁରାଧା ମହାନ୍ତିକୁଁ ପଚରାଲାରୁ ନିହାତି ଭାବେ ଖରା ତାତି ଛୁଆକୁ ବାଧୁଥିବା। ହେଲେ ଆମର ହାତେ କାଣା ଅଛେ, ଉପରୁ ଯେନ୍‌ଟା ନିରଦେଶ ଆଏବା ଆମେ ପାଲନ କରମୁ ବଲି ସେ କହିଥିଲେ। ଏନ୍‌ତା ମୁଡ଼ଫଟା ଖରାରେ ବିନା ବିଦ୍ୟୁତ ସଂଯୋଗରେ ଅଙ୍ଗନଓ୍ବାଡି କେନ୍ଦ୍ରମାନକୁ ପାଠପଢ଼ା ଚାଲିଛେ। ଯେନ୍‌ଥିରଲାଗି ଇ ଛୋଟ ଛୁଆକୁ ଝାଉ ମାରବାର ବହୁତ୍‌ ସମ୍‌ଭାବନା ରହିଛେ। ଇ ଦିଗେ ଜିଲା ପରଶାସନ, ରାଏଜ୍‌ ସରକାର ଧିଆନ୍‌ ଦେଇ ପଦକ୍ଷେପ ନେବାର ଦରକାର ବଲି ବୁଧିଜୀବୀ ଆର ଅଭିଭାବକ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri