Posted inଖେଳ

ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ନ ଥିଲେ ହେଲେ ବିଶ୍ୱକପ୍‌ ଦଳରେ ଆମିର

କରାଚି,୧୭।୫(ପି.ଟି.)- ପାକିସ୍ତାନ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ପ୍ରଥମେ ଅଣଦେଖା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କାରାଯାଇଛି। ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପାକିସ୍ତାନ ବୋଲରମାନେ ସାଂଘାତିକ ଭାବେ ବିଫଳ ହେବା କାରଣରୁ ଚୟନକର୍ତ୍ତା ଆମିରଙ୍କ ଗୁରୁତ୍ୱକୁ ହୃଦୟଙ୍ଗମ କରିଛନ୍ତି। ଗୋଟିଏ ଟି୨୦ ଓ ଦୁଇଟି ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ପାକିସ୍ତାନ ବୋଲରଙ୍କୁ ନିର୍ମମ ପ୍ରହାର କରିଛନ୍ତି। ଫଳରେ ପାକିସ୍ତାନର ବୋଲିଂ ଦୁର୍ବଳତା ପଦାରେ ପଡିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱାରା ଘୋଷିତ ୧୫ ଜଣିଆ ବିଶ୍ୱକପ୍‌ ଦଳରେ ତାଙ୍କୁ ସାମିଲ କରାଯାଇ ନ ଥିଲା।
ଆମିର ଚିକେନ ଫକ୍ସରେ ପୀଡିତ ଅଛନ୍ତି ଓ ଲଣ୍ଡନରେ ତାଙ୍କର ଚିକିତ୍ସା ତଥା ପରୀକ୍ଷା କରାଯାଉଛି। ପାକିସ୍ତାନ ଟିମ୍‌ ମ୍ୟାନେଜମେଣ୍ଟ, ଅଧିନାୟକ ସର୍ଫରାଜ ଅହମ୍ମଦ, ହେଡ୍‌ କୋଚ୍‌ ମିକି ଆର୍ଥର ଆମୀରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଓ ଠିକ୍‌ ସମୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟର ସହ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ ହକ୍‌ ଏକମତ ହୋଇଛନ୍ତି। ତେବେ ବିଶ୍ୱକପ୍‌ ଆରମ୍ଭ ହେବା ବେଳକୁ ଅର୍ଥାତ୍‌ ମେ ୩୦ ସୁଦ୍ଧା ଆମୀର ସୁସ୍ଥ ହେବା ନେଇ ସେ ନିଶ୍ଚିତ ହେବାକୁ ଚାହାନ୍ତି ବୋଲି ଇଞ୍ଜାମାମ କହିଛନ୍ତି। ଏବେ ଆମିରଙ୍କ ମେଡିକାଲ ରିପୋର୍ଟକୁ ଟିମ୍‌ ମ୍ୟାନେଜମେଣ୍ଟ ଓ ଚୟନକମିଟି ଅପେକ୍ଷା କରିଛି। ଚିକେନ ଫକ୍ସର ଶିକାର ହେବା ପରଠାରୁ ଆମିରଙ୍କୁ ଲଣ୍ଡନ୍‌ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ପଠାଇ ଦିଆଯାଇଥିଲା। ଆସନ୍ତା ୨ ସପ୍ତାହ ମଧ୍ୟରେ ଯଦି ଆମିର ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରନ୍ତି ତାହାଲେ ସେ ବିଶ୍ୱକପ୍‌ ଦଳରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି। ପୁଣି ଦିନିକିଆରେ କ୍ରମାଗତ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା ଆସିଫ ଅଲି ଯଦି ତାଙ୍କ ଫର୍ମ ବଜାୟ ରଖନ୍ତି ତାହାଲେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇପାରେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri