ସମ୍ପାଦକୀୟ/୨୦୨୦

ପିଲାବେଳେ ଶୁଣିଥିଲୁ ‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’। ହେଲେ ଭାରତରେ ଏବେ ଏହିଭଳି ପଦ ଗାଇବାକୁ କ୍ୱଚିତ୍‌ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାର ଦୃଷ୍ଟାନ୍ତ ସରକାରୀ ତଥ୍ୟ ଓ ଉଚ୍ଚ ପଦବୀରେ ଥିବା ଲୋକଙ୍କ ବକ୍ତବ୍ୟରୁ ପ୍ରମାଣ ମିଳୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବ ସମୟକୁ ଦେଖିଲେ ସର୍ବଦା ଦେଶପ୍ରେମ, ବିକାଶ ଓ ଅଗ୍ରଗତିର ଧ୍ୱନି ଦେଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲା। ନିର୍ବାଚନ ସରିବା ପରେ ବାସ୍ତବ ପରିସ୍ଥିତି ବୁଝାପଡ଼ିଛି।
ଗତ ୬ ମାସ ହେବ ଦେଶରେ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିଯୁକ୍ତି କମିବା, ଔଦ୍ୟୋଗିକ ପ୍ରଗତିରେ ବାଧା ଉପୁଜିବା, ଅଭିବୃଦ୍ଧି ହ୍ରାସ ପାଇବା, ଲୋକଙ୍କ ହାତରେ ଟଙ୍କା ନ ଥିବାରୁ ବଜାର ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି। ଏହା ସତ୍ତ୍ୱେ ବର୍ତ୍ତମାନର ଶାସକଙ୍କୁ ଏସବୁ ବ୍ୟସ୍ତ କରୁନାହିଁ। ଯେତେବେଳେ ଦେଶର ଆର୍ଥିକ ଦୁର୍ଦ୍ଦିନ ନେଇ ଚାରିଆଡ଼ୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଲା, ସେଥିରୁ ନଜର ହଟାଇବା ପାଇଁ ପ୍ରୟୋଗ କରାଗଲା ଏନ୍‌ଆର୍‌ସି-ସିଏଏ-ଏନ୍‌ପିଆର୍‌। ଭାରତୀୟ ଯୁବପିଢ଼ି ଚାକିରି ପାଇଁ ଯେତେବେଳେ ସରକାରଙ୍କୁ ଦାୟୀ କଲେ, କୃଷକ ନିଜର ହକ୍‌ ପାଇବା ପାଇଁ ବିକ୍ଷୋଭ କରିବା ହେଉ ବା ନାରୀ ନିର୍ଯାତନା ବଢ଼ି ଚାଲିବା ଭଳି ପ୍ରତ୍ୟେକଟି ନକାରାତ୍ମକ ଘଟଣାକୁ ପ୍ରତିହତ କରିବା ନିମନ୍ତେ ସତେ ଯେପରି ପୂର୍ବ ନିର୍ଦ୍ଧାରିତ ଯୋଜନା କରାଗଲା। ଭାରତର କେତେକ ଅଞ୍ଚଳରେ ଲୋକଙ୍କ ସ୍ଥାୟିତ୍ୱ ନେଇ ନାଗରିକତ୍ୱ ପ୍ରମାଣ ଦେବା ସକାଶେ ଅନେକେ କାଗଜପତ୍ର ଯୋଗାଡ଼ କରିବାରେ ବ୍ୟସ୍ତ ରହିବା ଏବଂ ଆହୁରି ଅନେକେ ବିକ୍ଷୋଭରେ ସାମିଲ ହୋଇଯିବାରୁ ଅଧିକାଂଶଙ୍କ ମନରୁ ଆର୍ଥିକ ସମସ୍ୟା ବସ୍ତୁତଃ ଦୂରେଇବାକୁ ଲାଗିଲା। ଦେଶପ୍ରେମ ଜଗାଇ ପ୍ରତ୍ୟେକ ନାଗରିକଙ୍କୁ ଭୋଟରରେ ପରିଣତ କରିବାର ଯେଉଁ ଦୁର୍ବାର ପ୍ରୟାସ ଚାଲିଛି, ତା’ର ପ୍ରତିଫଳନ ଧନଜୀବନ ନଷ୍ଟରେ ରୂପାନ୍ତରିତ ହୋଇଛି। ଏଭଳି ସନ୍ଧିକ୍ଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ ସମ୍ପତ୍ତି ନଷ୍ଟ ନ କରିବାକୁ ଆହ୍ବାନ ଦେଇଛନ୍ତି। ଯୁବପିଢ଼ି ଅରାଜକତାରେ ବିଶ୍ୱାସ କରେ ନାହିଁ ଓ ସର୍ବଦା ଶାନ୍ତି ଚାହେଁ ବୋଲି ମୋଦି ମତ ଦେବା ଉଲ୍ଲେଖନୀୟ କଥା। କିନ୍ତୁ ଏକ ଭିନ୍ନ ଧରଣର ଆଲୋଚନା ସୋସିଆଲ ମିଡିଆରେ ପ୍ରକାଶ ପାଉଛି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ନ କରିବାକୁ କହୁଥିଲେ ମଧ୍ୟ ବାସ୍ତବରେ ଏହି ସରକାର ସମୟରେ ସମ୍ବିଧାନ, ସିବିଆଇ, ଇଡି, ଆର୍‌ବିଆଇ ଭଳି ସ୍ବାଧୀନ ସଂସ୍ଥା ମୂଳୁ ଧ୍ୱଂସ ହୋଇ ସାରିଲେଣି। ବାସ୍ତବତାକୁ ସମସ୍ତେ ହୃଦୟଙ୍ଗମ କରିପାରି ନ ଥାଆନ୍ତି। ମନୁଷ୍ୟକୃତ ବଡ଼ ବିପଦ ଦେଖାଦେଲେ ଓ ତାହାକୁ ପ୍ରତ୍ୟକ୍ଷ ଅନୁଭବ କରୁଥିବା ବ୍ୟକ୍ତି ଜାଣିପାରିଥାଆନ୍ତି। ବଞ୍ଚିବା ପାଇଁ ଅହରହ ସଂଗ୍ରାମ କରୁଥିବା ବ୍ୟକ୍ତି କଦାପି ବ୍ୟବସ୍ଥା ଭିତରକୁ ପ୍ରବେଶ କରିବାକୁ ଚାହିଁ ନ ଥାଏ। ଯେତେବେଳେ ଗୋଟେ ‘ଘୋ’ ସୃଷ୍ଟି ହୁଏ ଏବଂ ସରକାର କିଛି ଭୁଲ କରୁଛନ୍ତି ବୋଲି ହୃଦ୍‌ବୋଧ ହୁଏ, ସେତେବେଳେ ସାଧାରଣ ଲୋକ ସଜାଗ ହୋଇ ନିଜର ଅଧିକାର ମାଗିଥାଆନ୍ତି। ଅବଶ୍ୟ ଯେଉଁମାନେ ସରକାରଙ୍କ ନିଷତ୍ତିକୁ ସମ୍ମାନ ଜଣାଉଛନ୍ତି, ସେମାନଙ୍କୁ ଦେଶପ୍ରେମୀ କୁହାଯାଉଛି। ବିରୋଧ କରୁଥିବା ବ୍ୟକ୍ତି ଦେଶଦ୍ରୋହ ଆଖ୍ୟା ପାଉଛନ୍ତି। ଫଳରେ ବ୍ୟବସ୍ଥା ବିରୋଧୀ ହେବାକୁ ଅନେକେ ଡରିଲେଣି। କିନ୍ତୁ ଏଠି ମନେରଖିବାକୁ ହେବ ଯେ, ଦେଶର ଅର୍ଥ ସରକାର ନୁହେଁ।
୨୦୧୯ ସାଧାରଣ ନିର୍ବାଚନ ଓ ପ୍ରତିବାଦର ବର୍ଷ ଭାବେ ତା’ର ସ୍ମୃତି ଛାଡ଼ିଗଲା। ଶାସନ, ପ୍ରଶାସନ ଏବଂ ବ୍ୟବସ୍ଥା ଭିତରେ ଓ ବାହାରେ ଥିବା ଲୋକମାନେ ବାସ୍ତବତା କ’ଣ ବୁଝିବାକୁ ଆରମ୍ଭ କରୁଛନ୍ତି। ବିଗତ ବର୍ଷ ଅନ୍ଧକାର ଏବଂ ବିପଦର ବର୍ଷ ଭାବେ ମନେରହିବ। ତେବେ ନୂଆବର୍ଷ-୨୦୨୦ରେ ସେହି ପୁରୁଣା ଜିନିଷ ଘଣ୍ଟା ନ ଯିବ ବୋଲି ସମସ୍ତେ ଆଶା କରିବା। ଦେଶର ସ୍ବାର୍ଥକୁ ସର୍ବାଗ୍ରେ ରଖିବା ଲାଗି ଉପର ସ୍ତରରେ ଥିବା ବ୍ୟକ୍ତିମାନେ ଉଦ୍ୟମ କରିବା ଆବଶ୍ୟକ। ଯୁବପିଢ଼ିଙ୍କ ପାଇଁ ବରିଷ୍ଠ ବର୍ଗ ତ୍ୟାଗ କରିବାକୁ ଚାହିଁବା ଦରକାର। ୨୦୨୦ ଦେଶ ପାଇଁ କିଭଳି ଏକ ଭିଜନ୍‌ର ବର୍ଷ ହୋଇପାରିବ ଓ ସକାରାତ୍ମକ ହାଓ୍ବା ବହିବ, ସେହି ଦିଗରେ ସମ୍ମିଳିତ ଉଦ୍ୟମ ଲୋଡ଼ା। ନାଗରିକଙ୍କୁ ଭାଙ୍ଗି ନୁହେଁ, ସେମାନଙ୍କୁ ଗଢ଼ିବାର ପ୍ରୟାସ ହେଲେ ଦେଶ ବାସ୍ତବ ବିକାଶ ପଥରେ ଆଗେଇ ଯିବ। ସେଥିପାଇଁ ସରକାରୀ ତଥ୍ୟ କିମ୍ବା ଭାଷଣରେ ଜଣାଇବା ଦରକାର ନୁହେଁ। ଏଥିସହିତ ମନେରଖିବାକୁ ହେବ ଯେ ୨୦୨୦ କେବଳ ଏକ ନବବର୍ଷ ନୁହେଁ, ଏହା ଏକ ନୂତନ ଦଶନ୍ଧିର ଶୁଭାରମ୍ଭ। ଏହି ଅନ୍ଧକାରମୟ ସମୟରେ ଆମର ପାଠିକାପାଠକ, ବିଜ୍ଞାପନଦାତା ଓ ଶୁଭେଚ୍ଛୁଙ୍କର ଏକ ଉଜ୍ଜ୍ୱଳମୟ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri