ସମ୍ପାଦକୀୟ/ସାଙ୍ଗ ନ ହେଲେ ଶତ୍ରୁ

ଉତ୍ତର କୋରିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୩୦ ଜୁନ୍‌, ୨୦୧୯ରେ ପାଦ ଦେବା ପରେ ସମଗ୍ର ବିଶ୍ୱରେ ଚହଳ ପଡ଼ିଯାଇଛି। ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମା ବା ଅଣସାମରିକ ମଣ୍ଡଳ (ଡିଏମ୍‌ଜେଡ୍‌) ଅତିକ୍ରମ କରି ପ୍ୟେଙ୍ଗ୍‌ୟାଙ୍ଗ୍‌ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ସାକ୍ଷାତ୍‌ କରିବାରେ ଟ୍ରମ୍ପ୍‌ ହେଉଛନ୍ତି ଦାୟିତ୍ୱରେ ଥିବା ପ୍ରଥମ ଆମେରିକା ରାଷ୍ଟ୍ରପତି। ଉଲ୍ଲେଖଯୋଗ୍ୟ ଯେ, ଡିଏମ୍‌ଜେଡ୍‌ ହେଉଛି କୋରିଆ ଉପଦ୍ୱୀପକୁ ଦୁଇ ଭାଗରେ ବିଭକ୍ତ କରୁଥିବା ସୀମା, ଯାହା ଅସ୍ତ୍ରବିରତି ଅଞ୍ଚଳ ଭାବେ ଜଣାଶୁଣା। ସିଓଲରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ଙ୍କ ସହ ଭେଟଘାଟ ପରେ ଟ୍ରମ୍ପ୍‌ ଯେତେବେଳେ ଉତ୍ତର କୋରିଆରେ ପାଦ ଥାପି କିମ୍‌ଙ୍କ ସହ କରମର୍ଦ୍ଦନ କଲେ, ଏହା ବିଶ୍ୱ କୂଟନୈତିକ ଦୁନିଆକୁ ଦୋହଲାଇ ଦେଇଛି। ୧୯୫୦ରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇ ୧୯୫୩ରେ ଶେଷ ହୋଇଥିଲା। ଆର୍ମିଷ୍ଟାଇସ୍‌ ବଳରେ କୋରିଆ ଯୁଦ୍ଧର ଅବସାନ ଘଟିବା ପରଠାରୁ ଉତ୍ତର କୋରିଆ ଓ ଆମେରିକାର କୌଣସି ନେତା ଡିଏମ୍‌ଜେଡ୍‌ରେ ଏକାଠି ହୋଇ ନ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ୨୦୧୭ରେ ଉତ୍ତର କୋରିଆ ବାରମ୍ବାର ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପରେ ଓ୍ବାଶିଂଟନ ସହ ପ୍ୟେଙ୍ଗ୍‌ୟାଙ୍ଗ୍‌ର ତିକ୍ତତା ବୃଦ୍ଧି ପାଇଥିଲା। ହେଲେ ୨୦୧୮ ଜୁନ୍‌ରେ ଦୁଇ ନେତା ସିଙ୍ଗାପୁରରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଅନୁରୂପ ଭାବେ ଫେବୃୟାରୀ ୨୦୧୯ରେ ଭିଏଟ୍‌ନାମ ରାଜଧାନୀ ହାନୋଇଠାରେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ହୋଇଥିଲା। ଏହା ସତ୍ତ୍ୱେ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇପାରି ନାହିଁ। ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ୍‌ ଯେଭଳି ଭାବେ ନିଜ ଆଡ଼ୁ ସମ୍ପର୍କ ବୃଦ୍ଧି ସକାଶେ ସୂତ୍ରପାତ କଲେ, ତାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଦିଗରେ ନୂଆ ଦିଗ ଉନ୍ମୋଚନର ସମ୍ଭାବନା ସୃଷ୍ଟି କରିଛି।
ଏକଜିଦିଆ ଓ ଆକ୍ରମଣାତ୍ମକ ଚରିତ୍ରର ବ୍ୟକ୍ତିଦ୍ୱୟ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ ଓ କିମ୍‌ ଜଙ୍ଗ୍‌ ଉନ୍‌। ସେମାନଙ୍କ କାର୍ଯ୍ୟକଳାପକୁ ନିଜ ଦେଶ ସମେତ ବିଶ୍ୱସ୍ତରରେ ନିନ୍ଦା କରାଯାଇଆସୁଛି। ଅନ୍ତର୍ଜାତୀୟ ସ୍ତରରେ ଟ୍ରମ୍ପ୍‌ଙ୍କୁ ଯେତେ ନାପସନ୍ଦ କରାଯାଉଥିଲେ ମଧ୍ୟ କିମ୍‌ଙ୍କୁ ଭେଟି ସେ ଶାନ୍ତିର ଯେଉଁ ବୀଜବପନ କଲେ, ତାହା ଅନ୍ୟ ବିବାଦଗ୍ରସ୍ତ ରାଷ୍ଟ୍ର ପ୍ରତି ନୂଆ ସନ୍ଦେଶ ଦେବ ବୋଲି କୁହାଯାଇପାରିବ। ପ୍ରତ୍ୟେକେ ସାମାନ୍ୟ ସ୍ବାର୍ଥକୁ ଜଳାଞ୍ଜଳି ଦେଇପାରିଲେ ବୃହତ୍‌ ଓ ସାମୂହିକ ମଙ୍ଗଳ ପାଇଁ ପଥ ଉନ୍ମୁକ୍ତ ହୋଇଯିବା ସ୍ବାଭାବିକ।
ଏଭଳି ପ୍ରଚ୍ଛଦପଟରେ ଭାରତର କୂଟନୈତିକ ଯାତ୍ରା ଉପରେ ଦୃଷ୍ଟି ଦିଆଯାଇପାରେ। ନୂଆଦିଲ୍ଲୀ ଏବେ ବି ୧୯୫୦ ଦଶକର କୂଟନୀତି ଆପଣାଇ ଅନ୍ୟ ଉପରେ ବିଜୟ ଲାଭ କରିବାକୁ ପ୍ରୟାସ ଚଳାଇଲା ଭଳି ମନେହେଉଛି। କିନ୍ତୁ ବାସ୍ତବତା ହେଉଛି, ଭାରତର ଅର୍ଥନୈତିକ ପରିସ୍ଥିତିକୁ ଦେଖିଲେ ତାହା ଯୁଦ୍ଧ ସକାଶେ ପ୍ରସ୍ତୁତ ଥିବା ଭଳି ମନେହେଉ ନାହିଁ। ଆଧୁନିକ ଯୁଗରେ ଯୁଦ୍ଧ କେବେହେଲେ ସ୍ବଳ୍ପ ସମୟରେ ମୀମାଂସିତ ହେବ ନାହିଁ। ଭାରତର ସବୁଠାରୁ ବଡ଼ କୂଟନୈତିକ ବିଫଳତା ତା’ର ପଡ଼ୋଶୀ ଦେଶମାନଙ୍କ ସହିତ ଅପଡ଼ ହେବାରେ ପରିଲକ୍ଷିତ ହେଉଛି। ଏବେ ମଧ୍ୟ ନୂଆଦିଲ୍ଲୀର କୂଟନୀତି-ଆମ ସହ ବନ୍ଧୁତ୍ୱ ସ୍ଥାପନ କର, ନ ହେଲେ ତୁମେ ଶତ୍ରୁ-ରେ ଅଟକିଯାଇଛି। ଫଳରେ ଭାରତ କଳା ଧଳା ସ୍ତରରେ ରହିଯାଉଛି। ପଡ଼ୋଶୀ ଦେଶ ସହ ଉତ୍ତମ ସମ୍ପର୍କ ରହିପାରୁ ନ ଥିବାରୁ ସବୁ ସୀମାରୁ ବିପଦ ଲାଗି ରହିଛି। ସୀମାନ୍ତରେ ପ୍ରତିଦିନ ଭାରତୀୟ ଯବାନଙ୍କ ପ୍ରାଣହାନି ଘଟୁଥିବା ବେଳେ ଜମ୍ମୁ ଓ କଶ୍ମୀରଠାରୁ ଅରୁଣାଚଳ ପ୍ରଦେଶ ଯାଏ ଥିବା ଭାରତୀୟ ଭୂଖଣ୍ଡର କିଛି କିଛି ଅଞ୍ଚଳକୁ ଚାଇନା ପ୍ରାୟ ମାଡ଼ି ଚାଲିଛି। ସେଥିପାଇଁ ଆମ ଦେଶର କୂଟନୀତିକୁ ପୁନର୍ବିଚାର କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri