ସମାଜ ପରିବର୍ତ୍ତନରେ ପୋଲିସ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନସିଟି ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ। ଟୁଇନସିଟିରେ ଅପରାଧ ନିୟନ୍ତ୍ରଣ, ନିଶା କାରବାରରେ ରୋକ, ଟ୍ରାଫିକ୍‌ ସୁପରିଚାଳନା, ନିରପେକ୍ଷ ତଥ୍ୟଭିତ୍ତିକ ତଦନ୍ତ, ଜନସାଧାରଣଙ୍କୁ ପୋଲିସର ଉତ୍ତମ ବ୍ୟବହାର ପ୍ରଦର୍ଶନ, ଶିଶୁ ମହିଳାଙ୍କ ସୁରକ୍ଷା, ଆବଶ୍ୟକ ସ୍ଥାନରେ ନୂତନ ଥାନା ଫାଣ୍ଡି ନିର୍ମାଣ, ତାଙ୍କ ପାଇଁ ରହିଛି ବଡ଼ ଚ୍ୟାଲେଞ୍ଜ। ୧୯୬୮ରେ ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିବା ସୁଧାଂଶୁ ୧୯୮୭ରେ ରେଭେନ୍ସାରୁ ରାଜନୀତି ବିଜ୍ଞାନରେ ସ୍ନାତକ, ୧୯୮୯ରେ ଦିିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ୨୦୦୫ରେ ୟୁନାଇଟେଡ କିଙ୍ଗ୍‌ଡମ ଲିଭରପୁଲ ବିଶ୍ୱିଦ୍ୟାଳୟରୁ ଇନ୍‌ଭେଷ୍ଟିଗେଟିଭ୍‌ ସାଇକୋଲୋଜିରେ ଏମ୍‌ଏସ୍‌ସି ଓ ୨୦୧୦ରେ ଲିଭରପୁଲ ବିଶ୍ୱବିଦ୍ୟାଳୟରୁ ସାଇକୋଲୋଜିରେ ପିଏଚ୍‌ଡି ହାସଲ କରିଛନ୍ତି। ଶିକ୍ଷାଗତ ଜୀବନରେ ସେ ଯେମିତି ସଫଳତା ପାଇଛନ୍ତି, ଚାକିରି ଜୀବନରେ ମଧ୍ୟ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ି ଚଢ଼ି ଚାଲିଛନ୍ତି। ସେ ମାଲକାନଗିରି, ସୁନ୍ଦରଗଡ଼, ବ୍ରହ୍ମପୁର ବାଲେଶ୍ୱର ଏବଂ କେନ୍ଦୁଝର ଜିଲାରେ ଏସ୍‌ପି ଭାବେ କାର୍ଯ୍ୟ କରିବା ସହ ଆଇଜି ଅପରେଶନ, ସିଏମ୍‌ଡି, ଓଡିଶା ପୋଲିସ ହାଉସିଂ କର୍ପୋରେଶନରେ କାର୍ଯ୍ୟ କରିଛନ୍ତି। ଏଥିସହ ସେ ଭାରତ ସରକାରଙ୍କର କ୍ୟାବିନେଟ ସେକ୍ରେଟାରିଏଟରେ ଡେପୁଟେଶନରେ ଯାଇ ମଧ୍ୟ କାର୍ଯ୍ୟ କରିଛନ୍ତି। ତେବେ ଶିକ୍ଷା ଏବଂ ଚାକିରି ଜୀବନର ଅଭିଜ୍ଞତାକୁ ନେଇ ଟୁଇନସିଟିର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଚାରୁରୂପେ ତୁଲାଇବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନୂତନ ଭାବେ ଦାୟିତ୍ୱ ଗ୍ରହଣ ଅବସରରେ କମିଶନର ସୁଧାଂଶୁଙ୍କ ସହ ସ୍ବତନ୍ତ୍ର ସାକ୍ଷାତ।

ଟୁଇନସିଟିରେ ଅପରାଧ ବଢିବା ସହ ଆଇନ ଶୃଙ୍ଖଳାକୁ ନେଇ ପୋଲିସ ସମସ୍ୟା ବଢିବାରେ ଲାଗିଛି। ଏହା କିପରି ଦୂର ହେବ?
ସମାଜରେ ପରିବର୍ତ୍ତନ ଆଣିବାରେ ପୋଲିସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କମିଶନର କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମେ ପୋଲିସ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛି। ପୋଲିସ ବିଭାଗକୁ ନିଷ୍ଠାପର ଭାବେ ଉନ୍ନତ ଜ୍ଞାନ କୌଶଳ ଜରିଆରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି। ୨୦୦୫ରୁ ବର୍ତ୍ତମାନ ସୁଦ୍ଧା ୧୧ଲକ୍ଷ ୮୭ହଜାର ଏତଲା ପଞ୍ଜୀକରଣର ତଥ୍ୟ କମ୍ପ୍ୟୁଟରରେ ରହିଛି। ଇତିମଧ୍ୟରେ କେତେ ଜଣ ଗିରଫ ହୋଇଛନ୍ତି, ଏପରି କି କେତେଜଣ ଏକାଧିକବାର ଗିରଫ ହୋଇଛନ୍ତି ତାହାର ରେକର୍ଡ ରହିଛି। ଏସମସ୍ତ ତଥ୍ୟକୁ ବିଶ୍ଲେଷଣ କରି ପ୍ରଥମେ ଏକ ତାଲିକା ପ୍ରସ୍ତୁତ କରାଯିବ। ପରେ ଏହାକୁ ସମସ୍ତ ଥାନାର ଅଧିକାରୀଙ୍କ ମୋବାଇଲକୁ ଦିଆଯିବ। ଯାହାଫଳରେ ଅପରାଧୀଙ୍କୁ ଧରିବାରେ ସହଜ ହୋଇପାରିବ ଏବଂ ଅପରାଧର ହାର କମି ପାରିବ।
କମିଶନରେଟ ପୋଲିସ ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି କି? କମିଶନରେଟ ପୋଲିସ କିପରି ଲୋକମାନଙ୍କୁ ଅଧିକ ଉନ୍ନତମାନର ସେବା ଯୋଗାଇ ପାରିବ?
ପୂର୍ବାପେକ୍ଷା ପୋଲିସ ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି। ବିଭିନ୍ନ ଯାନିଯାତ୍ରା ଏବଂ ଜାତୀୟ, ଅନ୍ତର୍ଜାତୀୟ ଇଭେଣ୍ଟ ସୁରୁଖୁରୁରେ କରାଯାଇ ପାରୁଛି। ଗୋଟିଏ ବ୍ୟବସ୍ଥାର ସଫଳତା ବିଫଳତାକୁ ୧୦ ବର୍ଷରେ ମାପିବା ଠିକ୍‌ ହେବନି। ଗ୍ରାମାଞ୍ଚଳରେ ସମସ୍ୟା ହେଲେ ଗାଁର ଭାଇବନ୍ଧୁ ସହଯୋଗର ହାତ ବଢାନ୍ତି। କିନ୍ତୁ ସହରରେ କିଛି ସମସ୍ୟା ହେଲେ କେହି କାହାକୁ ଚିହ୍ନି ନ ଥିବାରୁ ପୋଲିସର ଭୂମିକା ବଡ଼ ଗୁରୁତ୍ୱପୂର୍ଣ୍ଣ। ଏଦିଗରେ କିପରି ପୋଲିସ ଆହୁରି ଲୋକଙ୍କ ନିକଟତର ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ମାମଲା ପଞ୍ଜିକରଣ ହେଲେ ଅଭିଯୋଗକାରୀଙ୍କ ମୋବଇଲକୁ ତଦନ୍ତ ସମ୍ପର୍କିତ ସମସ୍ତ ସୂଚନା ଦିଆଯିବ। ଯାହାଦ୍ୱାରା ପୋଲିସ କ’ଣ କରୁଛି ଲୋକମାନେ ଜାଣିପାରିବେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ।
କମିଶନରେଟ ପୋଲିସ ଅଧୀନରେ ଥିବା ଥାନାରେ ଅନେକ ମାମଲାରେ ତଦନ୍ତ ପରେ ମଧ୍ୟ ଅପରାଧୀଙ୍କ ପତ୍ତା ପାଉନି ପୋଲିସ, ଏନେଇ କି ପଦକ୍ଷେପ ନେବେ?
ପୋଲିସ ବିଭାଗ ଇଣ୍ଟେଲିଜେନ୍ସ ଓ ଟେକ୍ନୋଲୋଜିକୁ ସର୍ବଦା ପ୍ରାଥମିକତା ଦେଇ ଆସୁଛି। ପୋଲିସ ନିକଟରେ ଯଦି ଖବର ରହିବ ନାହିଁ, ଅପରାଧୀ କିଏ, ଦେଖବାକୁ କେମତି, ସେ କେଉଁଠାରେ ରହୁଛି, ସେକ୍ଷେତ୍ରରେ ତଦନ୍ତ ପ୍ରକ୍ରିୟା ବିଳମ୍ବ ଘଟିବା ସହ ଅପରାଧୀଙ୍କୁ ଧରିବା କଷ୍ଟକର ହେବ। ତେଣୁ ପେସାଦାର ଅପରାଧୀ, ଡ୍ରଗ୍ସ କାରବାର, ଗ୍ୟାଙ୍ଗ ଓ୍ବାର ଉପରେ ସ୍ବତନ୍ତ୍ର ଟିମ୍‌ କରାଯାଇ ନଜର ରଖାଯିବ। ଆଉ ଏହାକୁ ଉପରିସ୍ଥ ଅଧିକାରୀମାନେ କମିଶନରେଟ ମୁଖ୍ୟାଳୟରୁ ନିୟନ୍ତ୍ରଣ କରିବେ। ସେ ଦିଗରେ ମୁଁ ଉଦ୍ୟମ କରିବି। ଥାନାଗୁଡ଼ିକୁ ଯାଇ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନଷ୍ଟେବଳଙ୍କ ସହ ଆଲୋଚନା କରି ଗାଇଡ କରିବି।
ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡୁଛି, ଅନେକ ସମୟରେ ଏନେଇ କି ପଦକ୍ଷେପ ନେବେ?
ଟ୍ରାଫିକ ସମସ୍ୟା ଏକ ବଡ଼ ଚ୍ୟାଲେଞ୍ଜ। ଏହି ସମସ୍ୟାର ସମାଧାନ ପାଇଁ ଅନେକ ସ୍ଥାନରେ ଓଭରବ୍ରିଜ୍‌ ନିର୍ମାଣ ହୋଇଥିଲେ ସୁଦ୍ଧା ମୁଖ୍ୟସମସ୍ୟା ଓଭରବ୍ରିଜ ତଳେ ରହିଯାଇଛି। ଅନେକ ସ୍ଥାନରେ ଓଭରବ୍ରିଜ୍‌ ତଳେ ଲାଇଟ ନାହିଁ। ଓଭରବ୍ରିଜ ସଂଯୋଗସ୍ଥଳରେ ରାସ୍ତା ଅଣଓସାରିଆ ରହିଛି। ରାସ୍ତା ଉପରେ ବସ୍‌ ରଖି ଯାତ୍ରୀମାନଙ୍କୁ ଉଠାଯାଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେଉଛି। ବିଶେଷକରି କଟକରେ ଟ୍ରାଫିକ୍‌ ପରିସ୍ଥିତି ସଙ୍ଗିନ। ତେଣୁ ଏହି ସମସ୍ୟା ଉପୁଜୁଥିବା ସ୍ଥାନରେ ଏବେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ସେମାନେ ଡ୍ରାଇଭରମାନଙ୍କୁ ଗାଇଡ କରିବେ। ଏଥିସହ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ଏହି ସମସ୍ୟା ଗୁଡିକର ସ୍ଥାୟୀ ସମାଧାନର ବାଟ କଢାଯିବ।
ଅନେକ ଥାନାରେ ମହିଳା, ଶିଶୁ ଡେସ୍କ ଠିକରେ କାର୍ଯ୍ୟ କରୁନି, ଏହାକୁ କିପରି ସମାଧାନ କରିବେ?
ଦେଖନ୍ତୁ କମିଶନରେଟ ପୋଲିସ ଅଧୀନରେ ଅନେକ କନଷ୍ଟେବଳ ଭଉଣୀଭାଇ ରହିଛନ୍ତି। ସେମାନଙ୍କୁ ଦରମା ମିଳୁଛି ମାତ୍ର କାଗଜପତ୍ର କାମ ଦିଆ ନ ଯିବାରୁ ସେମାନେ ଅନେକ ସମୟରେ ଲ ଆଣ୍ଡ ଅର୍ଡର ଡ୍ୟୁଟିରେ କେବଳ ଠିଆହୋଇ ରହୁଛନ୍ତି। ସେମାନଙ୍କୁ ଉଚିତ୍‌ ପ୍ରଶିକ୍ଷଣ ଦେଇ କାର୍ଯ୍ୟରେ ଲଗାଯାଇ ପାରିଲେ ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କ ଠିକ୍‌ ଭାବେ କାର୍ଯ୍ୟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri