ସମସ୍ୟା ସୃଷ୍ଟି କରିପାରେ ଏଭଳି ଔଷଧ ବ୍ୟବହାର

”ପ୍ରତ୍ୟେକ ଔଷଧରେ ବିଭିନ୍ନ ଘଟକର କମ୍‌ ବେଶି ମାତ୍ରା ତା’ର କାର୍ଯ୍ୟକ୍ଷମତା ଉପରେ ନିର୍ଭରକରେ। ଜ୍ଞାନ ଅଭାବରୁ ଠିକ୍‌ ପ୍ରୟୋଗ ନ କଲେ ଶରୀର ଓ ମୁଖ ଶୁଷ୍କତା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଝାଳ ବୋହିବା, ଆକାପାକା ଲାଗିବା ଦେଖାଯାଏ। ଏସବୁ ସମସ୍ୟାର ସମାଧାନ ଔଷଧ ଦ୍ୱାରା କରାଯାଇପାରେ।“

ଶରୀର ବ୍ୟାଧିର ଗନ୍ତାଘର। ଏଥିରୁ ମୁକୁଳିବା ସହ ସୁସ୍ଥ ଜୀବନଯାପନ କରିବା ପାଇଁ ପ୍ରକୃତି ହାତପାଆନ୍ତାରେ ଔଷଧିୟ ବୃକ୍ଷ, ଗୁଳ୍ମଲତା, ଧାତବ ଜିନିଷ ଯଥା: ଲୌହ, ଅଭ୍ର, ତାମ୍ର, କାଂସ୍ୟ, ସ୍ବର୍ଣ୍ଣ, ରୌପ୍ୟ ଆଦିରୁ ପ୍ରସ୍ତୁତ ଭସ୍ମ, ସୁଧାବର୍ଗୀୟ ଦ୍ରବ୍ୟ-ଶଙ୍ଖ, କପର୍ଦ୍ଦକ, ମୁକ୍ତା, ପ୍ରବାଳ, ପ୍ରାଣୀଜଦ୍ରବ୍ୟ-କସ୍ତୁରୀ, ଗୋରଚନା, ରତ୍ନ, ଉପରତ୍ନ ଇତ୍ୟାଦି ପୃଥିବୀ ମାତା ଧରାବକ୍ଷରେ ଅମୃତକୁମ୍ଭରେ ଧାରଣକରି ଜରାବ୍ୟାଧିରୁ ମୁକ୍ତିର ମାର୍ଗ ଦର୍ଶାଇଛନ୍ତି। ବର୍ତ୍ତମାନ ଗଁା ଗହଳିରେ ଅନଭିଜ୍ଞ ଚିକିତ୍ସକ, ଆଧ୍ୟାତ୍ମିକ ବାବା ଏପରି କି ବିନା ଡିଗ୍ରୀଧାରୀ ବ୍ୟକ୍ତି ଅର୍ଥ ଉପାର୍ଜନ ଲାଳସାରେ ଏହାର ପାର୍ଶ୍ୱପ୍ରତିକ୍ରିୟା ନ ଥାଏ ବୋଲି ଭୁଲ୍‌ ପ୍ରୟୋଗ କରୁଛନ୍ତି। ଯାହାର କ୍ରିୟା ଅଛି ତା’ର ପ୍ରତିକ୍ରିୟା ଥାଏ, ମାତ୍ର ଏହା ଜୀବନ ପ୍ରତି ବିପଦ ନ ଥିଲେ ମଧ୍ୟ ଶରୀରରେ ଅନ୍ୟ ସମସ୍ୟା ସୃଷ୍ଟି କରିପାରେ। ଯେପରି ଜଣେ ମହିଳାଙ୍କ ଦାନ୍ତ ପୋକ ଲାଗୁଥିଲା, ସେ ଜଣେ ଗାଉଁଲି କ୍ୱାକ୍‌ଙ୍କୁ କହିବାରୁ ସେ ଏକ ଚେର ଦେଇ କହିଲେ, ଏହାକୁ ରାତିରେ ଶୋଇବା ସମୟରେ ଦାନ୍ତମୂଳରେ ରଖି ଶୋଇଲେ ସକାଳେ ପୋକସବୁ ମରି ବାହାରିଯିବେ। ଦାନ୍ତରେ ପୋକ ଲାଗେ ନାହିଁ, ଦାନ୍ତମୂଳରେ ଖାଦ୍ୟକଣିକା ଜମିରହି ଆସ୍ତେ ଆସ୍ତେ ସେହି ସ୍ଥାନ ଆବରଣକୁ ନଷ୍ଟକରି ଗାତ ସୃଷ୍ଟିକରେ। ମହିଳା ଜଣକ ସକାଳୁ ଉଠି ଦେଖିଲାବେଳକୁ ପୋକ ନାହିଁ, ମାତ୍ର ଦାନ୍ତମୂଳ ସବୁ ଦୁର୍ବଳ ହୋଇ ସେସବୁ କିଛିଦିନ ପରେ ଆସ୍ତେ ଆସ୍ତେ ଝଡ଼ିପଡ଼ିଲା। ଔଷଧୀୟ ବୃକ୍ଷ ଓ ଏହାର ପତ୍ରଗୁଡ଼ିକ ମଧ୍ୟରୁ କେତେକ ପ୍ରାୟତଃ ଏକାପରି ଦେଖିବାକୁ ହେଲେ ମଧ୍ୟ ସାମାନ୍ୟ ଫରକ ଥାଏ, ସେଥିମଧ୍ୟରୁ ଠିକ୍‌ ଚିହ୍ନଟ ଅଭିଜ୍ଞ ଡାକ୍ତରଙ୍କ ପାଇଁ ସମ୍ଭବ। କୁଚିଲା, ଭାଲିଆ, ଦୁଦୁରାବୀଜ, ବିଦାରିକନ୍ଦ, ଜୟପାଳ ଆଦି ଔଷଧୀୟ ଗୁଣ ଥିଲେ ମଧ୍ୟ ଶୋଧନ ବିନା ବ୍ୟବହାର କଲେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ।
ଧାତୁ, ଉପଧାତୁ, ରତ୍ନ, ଉପରତ୍ନ ଇତ୍ୟାଦିର ଶୋଧନ, ଭସ୍ମ ଓ ମର୍ଦ୍ଦନ ଉତ୍ତମରୂପେ ହେଲେ ଯାଇ ଏହା ଶରୀର ଅନ୍ତରେ ଅବଶୋଷିତ ହୋଇ ଉତ୍ତମ କାର୍ଯ୍ୟ କରିଥାଏ।
ଔଷଧରେ ବିଭିନ୍ନ ଘଟକର କମ୍‌ ବେଶି ମାତ୍ରା ତା’ର କାର୍ଯ୍ୟକ୍ଷମତା ଉପରେ ନିର୍ଭରକରେ। ଜ୍ଞାନ ଅଭାବରୁ ଠିକ୍‌ ପ୍ରୟୋଗ ନ କଲେ ଶରୀର ଓ ମୁଖ ଶୁଷ୍କତା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଝାଳ ବୋହିବା, ଆକାପାକା ଲାଗିବା ଦେଖାଯାଏ। ଏସବୁ ସମସ୍ୟାର ସମାଧାନ ଔଷଧ ଦ୍ୱାରା କରାଯାଇପାରେ। ପ୍ରତ୍ୟେକ ଔଷଧ ସହ ଆବଶ୍ୟକ କ୍ଷେତ୍ରରେ ଅନୁପାନ ବିଭିନ୍ନ ବୃକ୍ଷର ପତ୍ରର ସ୍ବରସ, ମୂଳ, ଫଳ ଓ ଛାଲିର କ୍ୱାଥ ସହ ଶାସ୍ତ୍ର ସମ୍ମତ ମାତ୍ରାରେ ଦିଆଯାଇଥାଏ। ମାତ୍ର ମାତ୍ରାଧିକ ସେବନଜନିତ ପେଟଗରମ, ପତଳାଝାଡ଼ା, ପେଟ ଫାମ୍ପିବା ଓ ପରିସ୍ରା ସମସ୍ୟା ଇତ୍ୟାଦି ଦେଖାଯାଇପାରେ।
କୃମି, ବାନ୍ତି, ଯକୃତ ଜନିତ ଔଷଧ ଖାଇବା ପୂର୍ବରୁ ଖାଇବାକୁ ଦିଆଯାଏ, ଏତଦ୍‌ଭିନ୍ନ ଅନ୍ୟାନ୍ୟ ଔଷଧ ଖାଇବା ପରେ ଦିଆଯାଏ। ମହୁ, ଘୃତ ସମମାତ୍ରାରେ, ମାଛ ଓ କ୍ଷୀର ଏକ ସଙ୍ଗରେ ସେବନ ଅନୁଚିତ। ଔଷଧୀୟ ବୃକ୍ଷ ପଞ୍ଚାଙ୍ଗ ଶାସ୍ତ୍ରୀୟ ଅନୁଯାୟୀ ଋତୁରେ ସଂଗ୍ରହ କଲେ ଉତ୍ତମ ଫଳ ପ୍ରାପ୍ତି ହୁଏ। ଚୂର୍ଣ୍ଣ ଔଷଧ ଛଅମାସ, ମୋଦକ ଏକବର୍ଷ ଓ ଆସବାରିଷ୍ଟ ଯେତେ ପୁରାତନ ହେବ ସେବନ କଲେ ଉତ୍ତମ ଫଳ ମିଳେ। ହଳଦୀ, ମେଥି, ସଦାବିହାରୀ, ନିମ୍ବ, ତୁଳସୀ, ବେଲପତ୍ର ଓ ଗୁଡ଼ମାରୀ ଠିକ୍‌ ମାତ୍ରାରେ ସେବନକଲେ ଶରୀରପକ୍ଷେ ହିତକର। କାଜୁ, ବାଦାମ, ପେସ୍ତା ଓ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ସ୍ବଳ୍ପ ମାତ୍ରାରେ ଖାଇବା ଉଚିତ। ରୋଗର ଆରୋଗ୍ୟ ପାଇଁ ପଥ୍ୟାପଥ୍ୟ ନିୟମ ଉପରେ ଗୁରୁତ୍ୱ ଦେବା ଉଚିତ। ଏହିପରି ବୟସ, କାଳ, ମାତ୍ରା ଅନୁଯାୟୀ ଠିକ୍‌ ଔଷଧ ଚୟନ ଓ ପ୍ରୟୋଗ କେବଳ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ହିଁ ସମ୍ଭବ।

ଡା. ଆଶିଷ ବାନାର୍ଜୀ

ଆନନ୍ଦବଜାର, ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri