ସମସ୍ୟା ବଢ଼ାଉଛି ଫେକ୍‌ କଲ୍‌: ୧୦୮ ଆମ୍ବୁଲାନ୍ସ ଡାକି ସମ୍ପର୍କୀୟଙ୍କ ଘରକୁ ଗଲେ ଯୁବକ

ଭୁବନେଶ୍ୱର,୨।୩(ବ୍ୟୁରୋ): ୧୦୮ ଆମ୍ବୁଲାନ୍ସ ପାଇଁ ଦିନକୁ ଦିନ ଫେକ୍‌ କଲ୍‌ ସମସ୍ୟା ସୃଷ୍ଟି କରୁଛି। ଅନେକ ସମୟରେ ଅସୁବିଧାର ବାହାନା କରି ଲୋକେ ଏହି ଜରୁରିକାଳୀନ ସେବାର ଅପବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ନିକଟରେ ଦୁଇଜଣ ଯୁବକ ଏଭଳି ଆମ୍ବୁଲାନ୍ସକୁ ବ୍ୟବହାର କରି ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଜଣାପଡିଛି। ବାଲେଶ୍ୱର ଜିଲା ନୀଳଗିରି ଥାନା ଔପଦା ଖଜିରା ଗ୍ରାମରେ ଗତ ଗୁରୁବାର ଏଭଳି ଘଟଣା ଦେଖିବାକୁ ମିଳିଛି। ସକାଳ ପ୍ରାୟ ୯ଟାରେ ଖଜିରା ଅଞ୍ଚଳର ରାମଚନ୍ଦ୍ର ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ କେହି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରୁଥିବା କହି ୧୦୮ ଆମ୍ବୁଲାନ୍ସକୁ କଲ୍‌ କରି ଡାକିଥିଲେ। ଆମ୍ବୁଲାନ୍ସ ପହଞ୍ଚତ୍ ଆତ୍ମହତ୍ୟା କରୁଥିବା ଯୁବକଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯିବା ପାଇଁ କହିଥିଲେ। ହେଲେ ଉକ୍ତ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ମନା କରିଦେଇଥିଲେ। ଏହା ଶୁଣି ଆମ୍ବୁଲାନ୍ସ କର୍ମଚାରୀ ପ୍ରଥମେ କିଛି ବୁଝି ପାରି ନ ଥିଲେ। ପରବର୍ତ୍ତୀ ସମୟରେ କର୍ମଚାରୀମାନେ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ବିଷୟରେ ଜାଣିପାରିଥିଲେ। ଯୁବକ ଦୁଇଜଣ ମିଛ କହି ଆମ୍ବୁଲାନ୍ସକୁ ଡାକିଥିବା ଯୋଗୁ କର୍ମଚାରୀମାନେ ଏନେଇ ଥାନାରେ ଅଭିଯୋଗ କରିବା ପାଇଁ କହିବା ପରେ ଯୁବକ ଦୁଇଜଣ ବାଧ୍ୟହୋଇ ଆମ୍ବୁଲାନ୍ସରେ ବସିଥିଲେ। ହେଲେ ପ୍ରାୟ ୨ କିମି ଯିବା ପରେ ହାତୀଖୁଲିଆ ନିକଟରେ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଣିବାର ବାହାନା କରି ଉଭୟ ଆମ୍ବୁଲାନ୍ସରୁ ଓହ୍ଲାଇ ଯାଇଥିଲେ। ଆସିବାରେ ବିଳମ୍ବ ହେବାରୁ ଆମ୍ବୁଲାନ୍ସ କର୍ମଚାରୀ ଫୋନ୍‌ କରିବାରୁ ସେମାନେ ଆଉ ଆସିବେ ନାହିଁ ବୋଲି କହିଥିଲେ। ତେବେ ଯୁବକ ଦୁଇଜଣ ଜାଣିଶୁଣି ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ଏଭଳି କାଣ୍ଡ କରିଥିବା ଜଣାପଡିଥିଲା। ଏନେଇ ଆମ୍ବୁଲାନ୍ସ ସେବା ଦାୟିତ୍ୱରେ ଥିବା ମ୍ୟାନେଜର ହାବିବୁର ରହମାନ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri