ସମସ୍ୟା ବଢ଼ାଇଲା କମ୍‌ ବୃଷ୍ଟି

ଭୁବନେଶ୍ୱର,୨୪।୮(ବ୍ୟୁରୋ): ରାଜ୍ୟରେ ସ୍ବାଭାବିକଠାରୁ ୨୮.୮% କମ୍‌ ବୃଷ୍ଟିପାତ ହୋଇଛି। ବିଶେଷକରି ଚଳିତ ଅଗଷ୍ଟ ମାସରେ ୫୦% କମ୍‌ ବର୍ଷା ହୋଇଛି। ଏଥିଯୋଗୁ ୧୫ ଜିଲାର ପ୍ରାୟ ୩୦ ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ସେଥିମଧ୍ୟରେ ଅନୁଗୋଳ ଜିଲାର ୪, ବଲାଙ୍ଗୀରର ୨, ଭଦ୍ରକର ୧, ବୌଦ୍ଧର ୨,ଢେଙ୍କାନାଳର ୪, ଗଞ୍ଜାମର ୧, ଗଜପତିର ୧, ଯାଜପୁରର ୨, କେନ୍ଦୁଝରର ୩, ରାୟଗଡ଼ାର ୫, ସମ୍ବଲପୁରର ୧, ନୟାଗଡ଼ର ୧, ଝାରସୁଗୁଡ଼ାର ୧, ନବରଙ୍ଗପୁରର ୧ ଏବଂ ସୋନପୁର ଜିଲାର ୧ ବ୍ଲକ ରହିଛି। ଚଳିତ ଖରିଫ ଋତୁ ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ୫୦ ଲକ୍ଷ ୭୬ ହଜାର ହେକ୍ଟର ଜମିରେ ଧାନ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ପନିପରିବା, ମସଲା ଜାତୀୟ ଶସ୍ୟ ଏବଂ ଗୋଖାଦ୍ୟ ଆଦି ବିଭିନ୍ନପ୍ରକାର ଚାଷ ହୋଇଛି। ୨୦୧୯ ଖରିଫ ଋତୁରେ ଏହି ସମୟ ସୁଦ୍ଧା ପ୍ରାୟ ୪୬ ଲକ୍ଷ ୯୯ ହଜାର ହେକ୍ଟର ଜମିରେ ଏସବୁ ଚାଷ ହୋଇଥିବା ବେଳେ ୨୦୨୦ ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ୫୫ ଲକ୍ଷ ୪୧ ହଜାର ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଚାଷ ହୋଇଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୋମବାର ରାଜ୍ୟର ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥିତିର ଅନୁଧ୍ୟାନ କରି ଚାଷ କାର୍ଯ୍ୟ ନିମନ୍ତେ ସମସ୍ତ ଜଳସେଚନ ସ୍ରୋତ ଚାଲୁ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସମସ୍ତ ନୂତନ ଉଠାଜଳସେଚନ ପ୍ରକଳ୍ପ, ଗଭୀର ନଳକୂପ(ବୋର୍‌ୱେଲ୍‌), ସ୍ୟାଲୋ ଟ୍ୟୁବ୍‌ୱେଲ୍‌ ଆଦିକୁ ବିଦ୍ୟୁତ୍‌ ସଂଯୋଗ ଅବ୍ୟାହତ ରଖିବାକୁ ବିଦ୍ୟୁତ୍‌ ବିତରକ କମ୍ପାନୀଗୁଡ଼ିକୁ କୁହାଯାଇଥିଲା। ବିଦ୍ୟୁତ୍‌ ବିତରକ କମ୍ପାନୀ ଏବଂ ପାଣି ପଞ୍ଚାୟତଗୁଡ଼ିକରେ ମିଳିତ ବୈଠକ ଡାକି କିସ୍ତିୱାରି ବିଦ୍ୟୁତ୍‌ ଦେୟ ପୈଠ ବାବଦରେ ବୁଝାମଣା କରିବା ନିମନ୍ତେ ମହାପାତ୍ର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଉଠାଜଳସେଚନ ଏବଂ ବୋରୱେଲ୍‌ ପଏଣ୍ଟକୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦେଇ କାର୍ଯ୍ୟକ୍ଷମ କରାଇବାକୁ ମୁଖ୍ୟ ଶାସନ ସଚିବ ବିଦ୍ୟୁତ୍‌ ବିତରକ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷ ଓ ଚାଷୀଙ୍କ ହିତରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ କହିଛନ୍ତି। ସମସ୍ତ କେନାଲ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଯୋଗାଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଆବଶ୍ୟକ ସ୍ଥାନରେ ଶାଖା କେନାଲ୍‌ଗୁଡ଼ିକର ମରାମତି କରି ଚାଷ ପାଇଁ ଜଳଯୋଗାଣ ନିଶ୍ଚିତ କରାଇବାକୁ ଜଳସମ୍ପଦ ବିଭାଗ ଯନ୍ତ୍ରୀମାନଙ୍କୁ କୁହାଯାଇଛି। ବିଶେଷତଃ କମ୍‌ ବୃଷ୍ଟିପାତ ହୋଇଥିବା ବ୍ଲକର କେନାଲ୍‌ଗୁଡ଼ିକରେ ରୋଟେଶନ୍‌ ଭିତ୍ତିରେ ନିୟମିତ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ୍‌ ବୃଷ୍ଟିପାତ ଜିଲାଗୁଡ଼ିକରେ ବିକଳ୍ପ ଫସଲ ନିମନ୍ତେ ସମ୍ଭାବ୍ୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ (କଣ୍ଟିଜେନ୍ସି ପ୍ଲାନ୍‌) ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମ୍‌ ଜଳ ଓ ଆର୍ଦ୍ରତା ଦରକାର କରୁଥିବା ଶସ୍ୟ ଚାଷ ନିମନ୍ତେ କୃଷକମାନଙ୍କୁ ପରାମର୍ଶ ଏବଂ ଏଥିପାଇଁ ଆବଶ୍ୟକ ବିହନ ଓ ମଞ୍ଜି ଆଦି ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲା ପାଇଁ ଆବଶ୍ୟକ ପରିମାଣର ବିହନ ଚାହିଦା ରାଜ୍ୟ ବିହନ ନିଗମ (ସିଡ୍‌ କର୍ପୋରେଶନ୍‌)କୁ ତୁରନ୍ତ ପଠାଇବା ପାଇଁ କୁହାଯାଇଛି।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ସଚିବ ଅଶୋକ ମୀନା, କୃଷି ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲାପାଳ ଏବଂ ଜିଲା କୃଷି ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିଜ ଜିଲାର ସ୍ଥିତି ବିଷୟରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri