Posted inଖେଳ

ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ: ସଚିନ

ନୂଆଦିଲ୍ଲୀ, ୨୩।୫(ପି.ଟି.)- କ୍ରିକେଟ ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ଭାରତର ସମ୍ଭାବନାକୁ ନେଇ ମତ ରଖିଛନ୍ତି ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର। ବିରାଟ କୋହଲିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ନାହିଁ। ମାତ୍ର ସାଥୀ ଖେଳାଳିଙ୍କ ବିନା ସହଯୋଗରେ ଏକାକୀ ବିରାଟ ବିଶ୍ୱକପ ଜିତି ପାରିବେନି ବୋଲି କହିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର। ୧୯୯୬, ୧୯୯୯ ଓ ୨୦୦୩ ବିଶ୍ୱକପରେ ତୁମପରି ଆଗାମୀ ବିଶ୍ୱକପରେ ବିରାଟ ଦାୟିତ୍ୱ ନିର୍ବାହ କରି ପାରିବେ କି ପ୍ରଶ୍ନର ଉତ୍ତରରେ ସଚିନ କହିଲେ ଯେ, ”ପ୍ରତି ମ୍ୟାଚରେ କିଛି ଖେଳାଳିଙ୍କୁ ବ୍ୟକ୍ତିଗତଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ କୌଣସି ଜଣେ ଖେଳାଳିଙ୍କ ପ୍ରଦର୍ଶନ ବଳରେ କେବେହେଲେ ଟୁର୍ନାମେଣ୍ଟ ଜିତି ହୁଏନି। ଘଡ଼ିସନ୍ଧି ମୁହୂର୍ତ୍ତରେ କେହି ନା କେହି ଭଲ ଖେଳିବାକୁ ପଡ଼ିବ। ଏହା ନ ହେଲେ ନୈରାଶ୍ୟ ଦେଖିବାକୁ ମିଳିବ“। ବ୍ୟାଟିଂ ଲାଇନ୍‌ଅପ୍‌ର ୪ ନମ୍ବର ସ୍ଥାନ ପାଇଁ ଭାରତ ସ୍ଥାୟୀଭାବେ ବ୍ୟାଟ୍ସମ୍ୟାନ ଚୟନ କରାଯାଇ ପାରି ନ ଥିବାରୁ ବିଶେଷ ଚିନ୍ତା ପ୍ରକଟ କରିନାହାନ୍ତି ସଚିନ। ମ୍ୟାଚର ପରିସ୍ଥିତି ଅନୁସାରେ ଏହି ସ୍ଥାନରେ ବିଭିନ୍ନ ଖେଳାଳିଙ୍କୁ ବ୍ୟାଟିଂ ପାଇଁ ଛଡ଼ାଯିବ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି। ” ମୁଁ ଭାବୁଛି ଏହି ସ୍ଥାନ ପାଇଁ ଆମ ନିକଟରେ ଭଲ ବ୍ୟାଟ୍ସମ୍ୟାନ ଅଛନ୍ତି। ନମ୍ବର ୪ କେବଳ ଏକ ସଂଖ୍ୟା। ଏହାର ସମାଧାନ ହୋଇପାରିବ। ଭାରତର ୪ ନମ୍ବର ବ୍ୟାଟ୍ସମ୍ୟାନଙ୍କୁ ନେଇ କୌଣସି ସମସ୍ୟା ଥିବା ମୁଁ ଭାବି ପାରୁନି। ଆମ ପିଲାମାନେ ଯଥେଷ୍ଟ ସଂଖ୍ୟକ ମ୍ୟାଚ ଖେଳି ସାରିଛନ୍ତି। ତେଣୁ ସେମାନେ ନମ୍ବର ୪ ହେଉକି ୬ କିମ୍ବା ୮, ସେମାନେ ସେମାନଙ୍କ ଭୂମିକା ସମ୍ପର୍କରେ ଭଲଭାବେ ଅବଗତ ଅଛନ୍ତି। ପରିସ୍ଥିତି ଅନୁସାରେ ସଚେତନ ହେବା ଗୁରୁତ୍ୱପୂର୍ଣ୍ଣ“ ବୋଲି ବିଶ୍ୱ କ୍ରିକେଟର ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ ସଂଗ୍ରହକାରୀ ସଚିନ ପ୍ରକାଶ କରିଛନ୍ତି।
ଏବେ ପିଚ୍‌ ଗୁଡ଼ିକ ବ୍ୟାଟିଂ ଫ୍ରେଣ୍ଡଲୀ କରାଯାଉଥିବାରୁ ବିଶେଷ ଖୁସି ବ୍ୟକ୍ତ କରିନାହାନ୍ତି ସଚିନ। ବୋଲରଙ୍କ ପାଇଁ ମଧ୍ୟ ପିଚ୍‌ରେ କିଛି ରଖାଯିବା ଉଚିତ ବୋଲି ତାଙ୍କ ମତ। ” ଫ୍ଲାଟ୍‌ ପିଚ୍‌ ଗୁଡ଼ିକରେ ବୋଲରମାନଙ୍କ କାମ କଷ୍ଟକର ହୋଇ ପଡ଼ୁଛି। ଏକ ଟିମ୍‌ ୩୫୦ ରନ ସ୍କୋର କଲେ ପ୍ରତିପକ୍ଷ ଦଳ ତାହାକୁ ୪୫ ଓଭରରେ ଚେଜ୍‌ କରିଯାଉଛି ବୋଲି ଇଂଲଣ୍ଡ-ପାକିସ୍ତାନ ସିରିଜକୁ ଦୃଷ୍ଟିରେ ରଖି କହିଛନ୍ତି ସଚିନ। ଏଭଳି ପିଚ୍‌ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ସଦୃଶ ହେଉଛି ବୋଲି ସେ କହିଛନ୍ତି। ରିଭର୍ସ ସିଇଂ ସମ୍ପର୍କରେ ମତ ଦେବାକୁ ଯାଇ ସେ କହିଛନ୍ତି ଯେ, ଆମେ ଖେଳୁଥିବାବେଳେ ୨୮ରୁ ୩୦ ଓଭର ମଧ୍ୟରେ ବଲ୍‌ ରିଭର୍ସ ସୁଇଂ ହେବା ଆରମ୍ଭ ହେଉଥିଲା। କେତେକ ମ୍ୟାଚରେ କିଛି ଓଭର ପୂର୍ବରୁ ବଲ୍‌ ରିଭର୍ସ ସୁଇଂ ହେଉଥିବା ଦେଖା ଯାଉଥିଲା। ଡେଥ୍‌ ଓଭର ବୋଲକୁ ବଲ୍‌ ନରମ ହୋଇ ଯାଉଥିଲା, ଏପରିକି ଏଥିରୁ ରଙ୍ଗ ମଧ୍ୟ ଛାଡ଼ି ଯାଉଥିଲା। ତେଣୁ ସେତେବେଳେ ଏହି ସମୟରେ ଖେଳିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ଥିଲା। ମାତ୍ର ଏବେ ବଲ୍‌ ଶେଷ ପର୍ଯ୍ୟନ୍ତ କଠିନ ରହୁଛି ଏବଂ ବେଳକୁ ବେଳ ବ୍ୟାଟ୍ସମ୍ୟାନଙ୍କ ପାଇଁ ଖେଳିବା ସହଜ ହେଉଛି।
ନିକଟ ଅତୀତରେ ରିଷ୍ଟ ସ୍ପିନରମାନେ ବିଶେଷ ସଫଳ ହେଉଥିବା ଅନୁଭବ କରୁଛନ୍ତି ସଚିନ। ଭାରତ ନିକଟରେ କୁଲଦୀନ ଯାଦବ ଓ ୟୁଜବେନ୍ଦ ଚହଲଙ୍କ ରୂପରେ ୨ ଜଣ ରିଷ୍ଟ ସ୍ପିନର ଅଛନ୍ତି। ଭାରତ ଗସ୍ତରେ ଆସିଥିବାବେଳେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନେ ଭାରତର ଏହି ଦୁଇ ବୋଲରଙ୍କୁ ଭଲଭାବେ ବୁଝି ପାରିଥିଲେ ଏବଂ ସହଜରେ ଖେଳିଥିଲେ। ମାତ୍ର ଇଂଲଣ୍ଡ ପରିବେଶରେ ଏହାର କିଛି ମାନେ ରହିବ ନାହିଁ ବୋଲି ସଚିନ କହିଛନ୍ତି। ଅନେକ ବୋଲର ଅଛନ୍ତି, ଯାହାଙ୍କୁ ବ୍ୟାଟ୍ସମ୍ୟାନମାନେ ଭଲଭାବେ ବୁଝି ପାରିଛନ୍ତି। ଏହା ସତ୍ତ୍ୱେ ଏହି ବୋଲରମାନେ ବେଶ୍‌ କିଛି ଉଇକେଟ ନେବାରେ ସକ୍ଷମ ହୋଇଛନ୍ତି। ତେଣୁ ଆଷ୍ଟ୍ରେଲିଆ ସିରିଜକୁ ନେଇ କୁଲଦୀପ ଏବଂ ଚହଲ ଚିନ୍ତିତ ହେବା ଉଚିତ ନୁହେଁ। ଭାରତ ପାଇଁ ମିଡିଲ ଓଭରରେ ଏ ଦୁହେଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନେ କୁଲଦୀପ ଓ ଚହଲଙ୍କ ବୋଲିଂକୁ ବୁଝି ପାରିଛନ୍ତି ସତ, ମାତ୍ର ସେମାନେ ଯେ କିଛି ଭୁଲ କରିବେନି ତାହା କହିହେବନି। ଏ କ୍ଷେତ୍ରରେ ମୁଥୟା ମୁରଲୀଧରନଙ୍କୁ ଉଦାହରଣ ଭାବେ ନେଇଛନ୍ତି ସଚିନ। ”ମୁରଲୀ ସାଧାରଣତଃ ୨ ପ୍ରକାର ବୋଲିଂ କରିଥାନ୍ତି। ଅଫ୍‌-ବ୍ରେକ୍‌ ଏବଂ ଦୁସ୍‌ରା। ଏମିତି ନୁହେଁ ଯେ ବ୍ୟାଟ୍ସମ୍ୟାନମାନେ ମୁରଲୀଙ୍କ ବୋଲିଂକୁ ବୁଝି ପାରି ନ ଥିଲେ, ମାତ୍ର କ୍ୟାରିୟର ଶେଷ ପର୍ଯ୍ୟନ୍ତ ମୁରଲୀ ଉଇକେଟ ନେବାରେ ସକ୍ଷମ ହୋଇଥିଲେ“ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ।
ଭାରତୀୟ ଦଳ ଯୁବ ଏବଂ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ନେଇ ବେଶ୍‌ ସନ୍ତୁଳିତ। ୮-୧୦ ବର୍ଷ ଅଭିଜ୍ଞତା ଥିବା ଅନେକ ଖେଳାଳି ଦଳରେ ରହିଛନ୍ତି। ଏହା ବ୍ୟତୀତ ଆମ ନିକଟରେ କୁଲଦୀପ, ଲୋକେଶ ରାହୁଲ, ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍‌ରାଙ୍କ ପରି ପ୍ରତିଭା ସମ୍ପନ୍ନ ଖେଳାଳି ଅଛନ୍ତି। ଏମାନେ ଅନ୍ତର୍ଜାତୀୟ କ୍ରିକେଟରେ ବେଶ୍‌ କିଛିଦିନ ଖେଳି ସାରିଛନ୍ତି। ତେଣୁ ଏଥର ଭାରତ ପାଇଁ ବହୁତ ସୁଯୋଗ ରହିବ ବୋଲି ତେନ୍ଦୁଲକର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri