ସମସିଆ ଘେରରେ ଲାଠୋର ଉ.ପ୍ରା.ବିଦ୍ୟାଲୟ: କୁଠି ଅଭାବୁ ପାଠ୍‌ପଢ଼ାରେ ଖେଲଢ଼େପ୍‌

 

ଲାଠୋର, ୮।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆ ଘେରରେ ରହିଛେ। ସ୍କୁଲରେ ଅନେକ ଦିନ୍‌ ହେଲା ପଢ଼ା କୁଠି ଅଭାବ୍‌କେ ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ସମସିଆର ସମାଧାନ ଲାଗି ସ୍କୁଲ କତୁରପକ୍ଷ ବିଭାଗୀୟ ଉଚ କତୁପକ୍ଷକୁଁ ଜନେଇଥିଲେ ବି କିଛି ଲାଭ ନାଇଁ ହେବାର ବଲି କହିଛନ୍‌।
ସୂଚନା ଅନ୍‌ସାରେ ଇଂରେଜ ଶାସନ ସମିଆରେ ୧୯୧୪ ସାଲେ ଅଂଚଲରେ ଶିକ୍ଷାକର ବିକାଶ ଲାଗି ଲାଠୋରରେ ଗୁଟେ ପ୍ରାଥମିକ ସ୍କୁଲର ଥାପନା କରାଯାଇଥିଲା। ଏହେଦେ ଇ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ତକ୍‌ ମୋଟ ୨୭୦ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ହେଲେ ସ୍କୁଲରେ ଅନେକ ଦିନ୍‌ ହେଲା ପଢ଼ା କୁଠି ଅଭାବ୍‌କେ ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ୫ମରୁ ୮ମ ଶ୍ରେଣୀ ତକ୍‌ ପିଲାକର ଲାଗି ପଢ଼ାକୁଠି ରହିଛେ। ହେଲେ କୁଠି ଅଭାବୁ ୧ମ ଆର ୪ର୍ଥ ଶ୍ରେଣୀର ଛାତ୍ରୀଛାତ୍ର ଗୁଟେ କୁଠିଥି ପଢ଼ୁଥିଲାବେଲେ ୨ୟ ଆର ୩ୟ ଶ୍ରେଣୀର ପିଲା ଆରଗୁଟେ କୁଠିଥି ପଢ଼ୁଛନ୍‌। ଏନ୍‌ତାଥି ପାଠ୍‌ପଢ଼ାରେ ଖେଲଢ଼େପ ହେଉଥିବାର ଅଭିଯୋଗ ହେଉଛେ। ସ୍କୁଲରେ ଥିବାର ପୁରନା କୁଠି ଜାଗାରେ ନୂତନ କୁଠି ତିଆରବାର ଲାଗି ଭାଂଗି ଦିଆଯାଇଛେ। ହେଲେ ଆଏଜ୍‌ତକ ନୂତନ କୁଠି ତିଆର ନାଇଁ ହେବାର। ସେନ୍‌ତା ସ୍କୁଲରେ ଗୁଟେ ନଲ୍‌ଚୁଅଁା ରହିଛେ ସତ୍‌। ହେଲେ ଦରକାର ହିସାବେ ସେଥ୍‌ରୁ ପାଏନ୍‌ ନାଇଁ ବାହାରବାର। ସ୍କୁଲରେ ୨୭୦ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ବେଲାକେ ବସିକରି ଖାଏବାର ଲାଗି ଜାଗାଠାନ୍‌ ନଁାଇଁନ। ଛାତ୍ରୀଛାତ୍ର ଖୁଲା ଆକାଶ ତଲେ ବସି ଖାଉଛନ୍‌। ଏନ୍‌ତାଥି ଛାତ୍ରୀଛାତ୍ର ବସିକରି ଖାଏବାର ଲାଗି ଗୁଟେ ହଲ୍‌ର ନିହାତି ଦରକାର ରହିଛେ। ଇ ସବୁ ସମସିଆର ସମାଧାନ ଲାଗି ସ୍କୁଲ କତୁରପକ୍ଷ ଥାନୀଅ ରାଜନେତାନୁ ବିଭାଗୀୟ ଅଧ୍‌କାରୀମାନକୁ ଜନେଇଛନ୍‌। ହେଲେ ଇ ଦିଗେ କେହି ପଦକ୍ଷେପ ନାଇଁ ନେବାର ଲାଗି ଛାତ୍ରୀଛାତ୍ର ନାନା ସମସିଆରେ ଭିତରେ ପାଠ୍‌ ପଢ଼ୁଛନ୍‌। ୧୦୬ ବଛର ପୁରନା ସ୍କୁଲକେ ଅନ୍‌ଦେଖା କରବାରଟା ନିହାତି ଲାଜ୍‌ଲଜନା କଥା ବଲି ଅଂଚଲର ଶିକ୍ଷା ପେମୀମାନେ କହୁଛନ୍‌। ଇ ବାବ୍‌ଦେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଭୁଷିନୀ ପାଣିଗ୍ରାହୀକୁଁ ପଚ୍‌ରାଲାରୁ ଆମେ ସମକୁ ଗୁହାରି କରି ନିରାଶ ହେଇଛୁଁ। ତାର ବାହାରେ ବି ନାନା ସମସିଆ ଭିତରେ ସ୍କୁଲ ଚାଲିଛେ ବଲି ସେ କହିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri