ସମସିଆ ଘେରରେ ଗୋଠୁଗୁଡ଼ା ହାଇସ୍କୁଲ

ଝାରବନ୍ଧ, ୨୦।୨ (ଡି.ଏନ.ଏ)-  ରାଜ୍ୟ ସରକାର ଫିଏକ କିମି ଦୁରିଆଥି ପ୍ରାଇମେରି ସ୍କୁଲ, ୩ କିମିଥି ଏମ୍‌ଇସ୍କୁଲ ଆର ପଁଚେତ୍‌କ ଗୁଟେ ୟୁଜି ହାଇସ୍କୁଲ ଥାପନା କରିଛନ୍‌। ସେନ୍‌ତା ସରକାର ସ୍କୁଲ ଲଗି ନୂତନ କୁଠା, ଶିକ୍ଷକ, ବହିପତର୍‌ ପେଁଟ କୁରତା, ବେଲାରେ ଛାତ୍ରୀଛାତ୍ରକଁର ଲାଗି ପୁଷ୍ଟିକର ଖାଏଦ୍‌ର ବେବସ୍‌ତା କରି ରାଜକୋଷରୁ ପାଏନ୍‌ ମିତାର ଟଁକା ଖରଚ କରୁଛନ୍‌। ହେଲେ ବିଭାଗୀୟ କରମଚାରୀକଁର ଉଦାସିନତା ଲାଗି କେନ୍‌ଠାନେ ପଢ଼ାକୁଠି ଅଭାବ୍‌ ତ ଆର କେନ୍‌ଠାନେ ଶିକ୍ଷକ ଅଭାବୁ ପାଠ୍‌ପଢ଼ା ଖେଲଢ଼େପ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଗୋଠୁଗୁଡ଼ ୟୁଜି ହାଇସ୍କୁଲରେ।
ସୂଚନା ଅନ୍‌ସାରେ ଶିକ୍ଷାର ବଡ଼ତି ଲାଗି ୧୯୬୦ ସାଲେ ଗୋଡୁଗୁଡା ଗାଁଥି ଗୁଟେ ପ୍ରାଥମିକ ସ୍କୁଲ ଥାପନା ହେଇଥିଲା। ସ୍କୁଲଟା ୨୦୦୮-୦୯ ଶିକ୍ଷା ବଛରେ ୟୁଜି ହାଇସ୍କୁଲର ମାଏନ୍‌ତା ପାଏଲା। ଇହାଦେ ଇ ହାଇସ୍କୁଲ ଉପରେ ଗୋଠୁଗୁଡ଼ା ପଁଚେତ୍‌ର ଗୋଠୁଗୁଡ଼ା, ପଗାରପାଣି, ସଲଡ଼ିହ, ଇସ୍ଲିନ୍ଦା, ଡୁଙ୍ଗୁରିଚତା, ସନଦାଦର, କ୍ରଫୋଡଗଞ୍ଜ, ଗଁାର ଛାତ୍ରୀଛାତ୍ର ନିରଭର କରୁଛନ୍‌। ଇ ହାଇସ୍କୁଲରେ ଏହେଦେ ୧ମରୁ ୧୦ମ ଶ୍ରେଣୀ ତକ୍‌ ୩ଶହନୁ ଅଏତକା ଛାତ୍ରୀଛତ୍ର ପାଠ୍‌ ପଢ଼ୁଥିଲାବେଲେ ପଢ଼ାବାର ଲାଗି ୧୨ ଝନ୍‌ ଶିକ୍ଷକ ରହିଛନ୍‌। ୧୦ମ ତକ୍‌ ଥିବାର ଇ ହାଇସ୍କୁଲରେ କୁଲ ୧୦ଟା କୁଠି ରହିଛେ। ପ୍ରଧାନଶିକ୍ଷକ, ସାଇନ୍ସଲେବ୍‌, ଆଇସିଟି ଲେବ୍‌ ଲାଗି ତିନଟା କୁଠି ବେଭାର ହେଉଛେ। ସେନ୍‌ତା ଆର ତିନଟା କୁଠି ବିପଦ ଅବସ୍‌ତାରେ ରହିଛେ। ଇଆଡ଼େ ୨୦୧୪ ସାଲୁ ତିଆରି ଚାଲିଥିବାର ୭ଟା ନୂତନ କୁଠା ବିଭାଗୀୟ ଅଧିକାରୀମାନକର୍‌ ଅବହେଲା ଲାଗି ଦରଖଁଡ଼ିଆ ହେଇ ପଡ଼ିଛେ। ସ୍କୁଲ ପରିସରରେ ଦୁଇଟା ନଲ୍‌ଚୁଅଁା ରହିଛେ ସତ୍‌ ହେଲେ ସେଥ୍‌ରୁ ଦରକାର ହିସାବେ ପାଏନ୍‌ ନାଇଁ ବାହାରୁଥିବାର ଛାତ୍ରୀଛାତ୍ର ଅଭିଯୋଗ କରିଛନ୍‌। ସେନ୍‌ତା ସ୍କୁଲରେ ପ୍ରଧାନଶିକ୍ଷକ, ଗଣିତ ଶିକ୍ଷକ, କିରାଣୀ, ପିଅନ ପଦବୀ ଖାଲି ପଡ଼ିଛେ। ଜିଲା ପରଶାସନ ଆର ବିଭାଗୀୟ ଅଧ୍‌କାରୀ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ ଦିଗେ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri