ସମସିଆ ଘେରରେ କ୍ଷେମୁଣ୍ଡିପଦର ସ୍କୁଲ

 

ଭବାନୀପାଟଣା, ୭ା୧୨ (ଡି.ଏନ.ଏ.)-
ସବୁ ଛୁଆ କେନ୍‌ଥେଇ ପ୍ରାଥମିକ ଶିକ୍ଷା ପାଇପାରବେ ସେଥିରଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ସ୍କୁଲ ଛାତ୍ରୀଛାତ୍ରକଁର ଲାଗି ବେଲାକେ ପୁଷ୍ଟିକର ଖାଏଦ୍‌ର ବେବସ୍‌ତା, ୟୁନିଫର୍ମ, ମାହାଲିଆ ବହିପତର, ସୁଁଦର ସ୍କୁଲ କୁଠା, ଶୌଚାଳୟ, ପିଇଲା ପାଏନ୍‌, ଖେଲପଡ଼ିଆ ଆଦିର ବେବସ୍‌ତା କରିଛନ୍‌। ଇ ସବୁର ଦେଖ୍‌ରେଖ ମରାମତି ଭାର ପଁଚେତ ହାତେ ସରକାର ସମରପି ଦେଇଛନ୍‌। ହେଲେ ଅନେକ ଜାଗାରେ ଇ ସବୁ ବେବସ୍‌ତାରେ ଖେଲ୍‌ଢ଼େପ ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ଅଧୀନ କ୍ଷେମୁଣ୍ଡିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ସୂଚନା ଅନ୍‌ସାରେ ସ୍କୁଲଟା ୨୦୦୭ ସାଲେ ଥାପିତ ହେଇଥିଲା। ଏହେଦେ ସ୍କୁଲରେ ୧ମରୁ ୫ମ ଶ୍ରେଣୀ ତକ୍‌ ୩୫ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ୨ ଝନ୍‌ ଶିକ୍ଷକ ରହିଛନ୍‌। ହେଲେ ସ୍କୁଲରେ ଛାତ୍ରୀଛାତ୍ରକଁର ସମସିଆକେ ନେଇ ବିଭାଗୀୟ ଅଧ୍‌କାରୀକୁଁ ବାରବାର କହେଲେ ବି କେହି ନାଇଁ ଶୁନବାର ବଲି ଗଁାବାସି ଅଭିଯୋଗ କରିଛନ୍‌। ସ୍କୁଲରେ ଶୌଚାଳୟ ଅଭାବୁ ଛାତ୍ରୀଛାତ୍ର ଝାଡ଼ାଝପଟ ଲାଗି ନିୟମଗିରୀ ପାହାଡ଼ ତଲେ ଥିବାର ଝରନାକେ ଯାଉଛନ୍‌। ଇ ଅଂଚଲରେ ଘଁଚ୍‌ ଜଂଗଲ ଥିଲାବେଲେ ସବୁବେଲେ ବାଘ୍‌ଭାଲୁ ଲେଖେଁ ଜଂଗଲି ଜୀବ୍‌ଜଁତୁକର ଭଏ ରହିଛେ। ସେନ୍‌ତା ରଁଧାଘର ଅଭାବୁ ସ୍କୁଲ ବାରନ୍‌ଡାରେ ଛୁଆକର ଲାଗି ରଁଧାବଢ଼ା ହେଉଛେ। ପିଇଲା ପାଏନ୍‌ ସୁବିଧା ନାଇଁଥିବାର ଲାଗି ଛାତ୍ରୀଛାତ୍ର ବେଲାକେ ଖାଇ ସାଏଲା ଉତାରୁ ନିଜର ଥାଲିଗିନା ଧୁଇବାର ଲାଗି ଝରନାକେ ଯାଉଛନ୍‌। ଇ ଦିଗେ ଜିଲା ଶିକ୍ଷା ବିଭାଗ ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଭଉଣୀ ଜ୍ୱାଇଁ ଘରକୁ ଯାଉଥିଲେ ପ୍ରଧାନଶିକ୍ଷକ, ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ଭବାନୀପାଟଣା,୫ା୧୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଲଗାଁ ପଞ୍ଚାୟତର କୁସୁମଦର ଗ୍ରାମ କେନାଲ ରାସ୍ତାରେ ଗୁରୁବାର ଏକ ପିକ୍‌ଅପ ଭ୍ୟାନ...

୨ ବିଦ୍ୟାଳୟରୁ ଲୁଟି ନେଲେ ସୋଲାର ଲାଇଟ୍‌

ପଲମ,୪ା୧୨(ଭିକାରି ଗଉଡ଼): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଗାଡ଼େବନ୍ଦ ପଞ୍ଚାୟତର ଗୁଣପୁର ପ୍ରାଥମିକ ବିଦ୍ୟାଳୟ ଓ ରାଣିପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସୋଲାର...

୫ ଦିନରେ ୨ ଚାଷୀଙ୍କ ଧାନ କ୍ରୟ

ଭବାନୀପାଟଣା,୪।୧୨(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ରୁ ଚଳିତ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଥିଲା। ପ୍ରଥମ କରି ଗୋଲାମୁଣ୍ଡା ବ୍ଲକ...

ନାବାଳିକାଙ୍କୁ ଘରକୁ ଖାଇବାକୁ ଡାକି ବଳାତ୍କାର, ଚିତ୍କାର କରିବାରୁ…

ଲାଞ୍ଜିଗଡ଼,୩ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri