ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୨।୧ – ସମସ୍ତଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କର। ଜନପ୍ରତିନିଧିଙ୍କ ସହ ପ୍ରଶାସନିକ ଅଧିକାରୀ ଉତ୍ତମ ସମ୍ପର୍କ ରଖିଲେ ଜିଲାର ତଳସ୍ତରରେ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପହଞ୍ଚତ୍ପାରିବ। ନିଜ ନିର୍ବାଚନମଣ୍ଡଳୀ ସହ ଜିଲାରେ କ’ଣ ଉନ୍ନୟନ କାର୍ଯ୍ୟ ହେଉଛି ତାହା ଜାଣିବା ପ୍ରତ୍ୟେକ ଜନପ୍ରତିନିଧିଙ୍କ ନିମନ୍ତେ ଅତ୍ୟନ୍ତ ଜରୁରୀ। ତେଣୁ ସେମାନେ ଯେଉଁ ସମୟରେ ଉନ୍ନୟନ କାର୍ଯ୍ୟର ହିସାବ ମାଗୁଛନ୍ତି, ତାହା କୁଣ୍ଠାବୋଧ ନ କରି ପ୍ରଶାସନିକ ଅଧିକାରୀମାନେ ପ୍ରଦାନ କରିବା ଉଚିତ୍‌ ବୋଲି ଅନୁଗୋଳ ଆସିଥିବା ଗୃହ କମିଟର ଅଧ୍ୟକ୍ଷ ଓ ସଦସ୍ୟମାନେ ଜିଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।
ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ଏଥିକ୍ସର ଏକ ୬ ଜଣିଆ ସଦସ୍ୟ ଦଳ ମଙ୍ଗଳବାର ଅନୁଗୋଳ ଜିଲା ଗସ୍ତରେ ଆସି ସଂସଦୀୟ ବ୍ୟାପାର ବିଭାଗ ଦ୍ୱାରା ଜାରି ହୋଇଥିବା ବୁକ୍‌ ସର୍କୁଲାର ୪୭ ଓ ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି କମିଟିରେ ବିଧାୟକ ଭୂପିନ୍ଦର ସିଂ, ଅରବିନ୍ଦ ଢାଲି, ଅଶ୍ୱିନୀ କୁମାର ପାତ୍ର, ଦାଶରଥି ଗମାଙ୍ଗୋ ଓ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସକମାନେ ବୁକ୍‌ ସର୍କୁଲାର ୪୭କୁ ଭଲ ଭାବେ ପଢ଼ନ୍ତୁ ଓ ଏହାକୁ ଅନୁସରଣ କରିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କଲେ ସରକାରଙ୍କ ବିଭିନ୍ନ ଯୋଜନା ଲୋକାଭିମୁଖି ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ। ବିଧାୟକ ଓ ଏମ୍‌ପିଙ୍କ ଦ୍ୱାରା କରାଯାଉଥିବା ସୁପାରିଶ ଗୁଡ଼ିକର ମଧ୍ୟବର୍ତ୍ତିକାଳୀନ ଉତ୍ତର ଦେବା ସହ ଏକ ସ୍ବତନ୍ତ୍ର ରେଜିଷ୍ଟର ପ୍ରଚଳନ କରି ସେଥିରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଲେଖିବାକୁ ପରାମର୍ଶ ଦେଇଥିଲେ। ଲୋକ ପ୍ରତିନିଧିମାନଙ୍କ ସୁପାରିଶ ବା ଚିଠିରେ କ’ଣ ପଦକ୍ଷେପ ନେଲେ ୧୫ ଦିନ ମଧ୍ୟରେ ସେମାନଙ୍କୁ ଅବଗତ କରିବେ। ପ୍ରଶାସନିକ ଅଧିକାରୀମାନେ ଲୋକ ପ୍ରତିନିଧିମାନଙ୍କ ଟେଲିଫୋନ ନମ୍ବରକୁ ମୋବାଇଲରେ ରଖିବା ସହ ଫୋନ ଆସିଲେ ଉଠାଇ ନ ପାରିଲେ ତୁରନ୍ତ କଲ୍‌ବ୍ୟାକ କରିବାକୁ ସଦସ୍ୟମାନେ ପରାମର୍ଶ ଦେଇଥିଲେ। ଏହି ବୁକ୍‌ ସାର୍କୁଲାର ୪୭ ଜିଲାସ୍ତରୀୟ କାର୍ଯ୍ୟାଳୟ ସହ ସମ୍ପୃକ୍ତ ଅଧସ୍ତନ କାର୍ଯ୍ୟାଳୟ ଗୁଡ଼ିକରେ ପ୍ରଚଳନ ହେବ। ତେବେ ଜିଲାସ୍ତରରେ ଏକ ସେଲ୍‌ ଗଠନ କରି ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦେବା ପାଇଁ କମିଟି ପକ୍ଷରୁ କୁହାଯାଇଥିଲା। ଫଳରେ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରିବ। ଏହି ଅବସରରେ ଅନୁଗୋଳ ଜିଲା କାର୍ଯ୍ୟାଳୟରେ ଗଠନ ହୋଇଥିବା ସେଲ୍‌ର ରେଜିଷ୍ଟ୍ରର ମଧ୍ୟ କମିଟିର ସଦସ୍ୟମାନେ ଅନୁଧ୍ୟାନ କରିଥିଲେ। ସରକାରଙ୍କ ପକ୍ଷରୁ ୫-ଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ପୋଲିସ ବିଭାଗର ବ୍ୟବହାରରେ ପରିବର୍ତ୍ତନ ହେବା ସହ ଚିକିତ୍ସାଳୟଗୁଡ଼ିକ ସଫାସୁତୁରା ରହୁଛି ବୋଲି ସଦସ୍ୟମାନେ ପ୍ରକାଶ କରିଥିଲେ। ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାନସଭାମଣ୍ଡଳୀ ଉନ୍ନୟନ କମିଟି ଗଠନ କରାଯାଇଛି କି ନାହିଁ ସଦସ୍ୟମାନେ ଜାଣିବାକୁ ଚାହିଁଥିଲେ। ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳ ଉନ୍ନୟନ କମିଟି ଗଠନ ହୋଇ ଇତିମଧ୍ୟରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ବୈଠକ ହୋଇଛି ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଥିଲେ। ପୋଲିସ ବିଭାଗ ଦ୍ୱାରା ଲୋକମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯାଉଛି ବୋଲି ଅନୁଗୋଳ ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟଙ୍କ ସମେତ ଓଡ଼ିଶା ବିଧାନସଭାର କର୍ମକର୍ତ୍ତା ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ତପନ କୁମାର କୁମାର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri