ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ କଡ଼ାକଡ଼ି

ଭୁବନେଶ୍ୱର,୨୬ା୩ (ବ୍ୟୁରୋ): ଦେଶରେ କରୋନା ଭାଇରସର ମୁକାବିଲା ଲାଗି ମଙ୍ଗଳବାର ମଧ୍ୟରାତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୨୧ଦିନ ପର୍ଯ୍ୟନ୍ତ ଘରୁ ପଦାକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଜରୁରୀ କାର୍ଯ୍ୟ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଯିବାକୁ କେବଳ ଅନୁମତି ରହିଛି। ହେଲେ କିଛି ଲୋକ ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି, ଯାହାଫଳରେ ରାଜ୍ୟ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହେଉଛି। ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଭିନ୍ନଭିନ୍ନ ଉପାୟରେ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିଥିଲା। କେଉଁଠି ରାସ୍ତାରେ ବୁଲୁଥିବା ଯୁବକଙ୍କୁ କାନ ଧରି ବସ୍‌ ଉଠ କରୁଥିବାବେଳେ ଅନ୍ୟ କେଉଁଠି ହାତରେ ପ୍ଲାକାର୍ଡ ଧରାଇ ନିନ୍ଦିତ କରୁଥିଲା। ଏପରି କି କେଉଁଠି ଗାଡ଼ି ଜବତ କରି ଜରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା। ମିଳିଥିବା ତଥ୍ୟ ଅନୁସାରେ ୨୪ମାର୍ଚ୍ଚ ସକାଳଠାରୁ ୨୫ ମାର୍ଚ୍ଚ ସକାଳ ସୁଦ୍ଧା ସମଗ୍ର ରାଜ୍ୟରେ କୋଭିଡ-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ୧୪୯ଟି ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିମଧ୍ୟରୁ ୧୭୩ଟି ମାମଲା ‘ଲକ୍‌ଡାଉନ୍‌’ ଉଲ୍ଲଂଘନ ନେଇ ରୁଜୁ ହୋଇଥିବାବେଳେ ୫ଟି ମାମଲା ‘ହୋମ୍‌ କ୍ୱାରାଣ୍ଟାଇନ’ ନିୟମ ଉଲ୍ଲଂଘନ ଅଭିଯୋଗରେ ରୁଜୁ ହୋଇଛି। ଏତଦ୍‌ବ୍ୟତୀତ ୭ଟି ମାମଲା କୋଭିଡ-୧୯ ସମ୍ବନ୍ଧୀୟ ଅନ୍ୟ ନିର୍ଦ୍ଦେଶାବଳୀ ଖିଲାପ କରିବା ନେଇ ରୁଜୁ ହୋଇଛି। ଭୁବନେଶ୍ୱର ଥାନା ଅଞ୍ଚଳରେ ଶତାଧିକ ବାଇକ୍‌କୁ ଜବତ କରାଯାଇଥିବାବେଳେ ନିୟମ ଉଲ୍ଲଂଘନକାରୀ ଚାଳକଙ୍କଠାରୁ ୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ନିୟମ ଉଲ୍ଲଂଘନ କରି ରାସ୍ତାକୁ ବାହାରିଲେ ଜରିମାନା ସହ ଆବଶ୍ୟକସ୍ଥଳେ ଗିରଫ କରାଯିବ ବୋଲି ଟୁଇନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଅନୁପ କୁମାର ସାହୁ କହିଛନ୍ତି।

ଗୁଟ୍‌ଖା କିଣିବାକୁ ଯାଇ କାନ ଧରି ବସ ଉଠ
ଭୁବନେଶ୍ୱର ଜୟଦେବ ବିହାର ଛକରେ ୪ଜଣ ଯୁବକ ୨ଟି ବାଇକରେ ଯାଉଥିବାବେଳେ ସେମାନଙ୍କୁ ଟ୍ରାଫିକ ପୋଷ୍ଟ ଚେକିଂରେ ଅଟକା ଯାଇଥିଲା। ହେଲେ ସେମାନେ ନ ମାନି ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏନେଇ ଖବର ପାଇ ବାଣୀବିହାର ଛକରେ କାର୍ଯ୍ୟରତ ପୋଲିସ ସେମାନଙ୍କୁ କାବୁ କରିନେଇଥିଲା। ଏହାପରେ ଉକ୍ତ ୪ ଜଣ ଯୁବକଙ୍କୁ ଯାଞ୍ଚ କରିବା ପରେ ଗୁଟ୍‌ଖା ଓ ସିଗାରେଟ ଆଣିବାକୁ ସେମାନେ ଯାଇଥିବା ଜଣାପଡ଼ିଥିଲା। ପୋଲିସ ସେମାନଙ୍କୁ କାନ ଧରି ବସ ଉଠ କରାଇବା ସହ ତତଲା ପିଚୁ ଉପରେ କିଛି ସମୟ ବସାଇଥିଲା। ପରେ ପୋଲିସ ସେମାନଙ୍କୁ ଏପରି ଭୁଲ ପୁନର୍ବାର ନ କରିବାକୁ ତାଗିତ କରି ବିଦା କରିଥିଲା।
‘ମୁଁ ସ୍ବାର୍ଥପର, ମୁଁ ସମାଜକୁ ବିପଦକୁ ଠେଲିପାରେ’
ମୁଁ ଗୋଟିଏ ସ୍ବାର୍ଥପର। ମୋ ବୁଲିବା ଚକ୍କରରେ ମୁଁ ସମାଜକୁ ବିପଦକୁ ଠେଲି ପାରେ। ଆଉ ଏଥିପାଇଁ ମୁଁ ଅନୁତପ୍ତ ବି ନୁହେଁ। ପ୍ଲା କାର୍ଡରେ ଲେଖାଥିବା ଏପରି କିଛି ସଚେତନ ବାର୍ତ୍ତାକୁ କନ୍ଧମାଳ ଜିଲା ବାଲିଗୁଡା, କେନ୍ଦୁଝର ଜିଲା ପାଟଣା ପୋଲିସ ନିୟମ ଉଲ୍ଲଂଘନକାରୀଙ୍କ ହାତରେ ଧରାଇ ରାସ୍ତାରେ ଠିଆ କରାଇଥିବା ଦେଖିବାକୁ ମିଳିଥିଲା। ଏପରି କି ସେମାନଙ୍କ ଫଟୋ ଉତ୍ତୋଳନ କରି ଚେତାବନୀ ଦେଇଥିଲା। ପୋଲିସର ଏଭଳି ଅଭିନବ ଢ଼ଙ୍ଗରେ ସଚେତନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri