ସବୁଠୁ ଉଚ୍ଚା ଥିଲା ଗୋପୀନାଥ ମନ୍ଦିର

ନୟାଗଡ଼ ଅଫିସ,୧୩ା୬: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗାଁକୁ ନେଇଏବେ ସବୁଠି ଚର୍ଚ୍ଚା। ଗାଁର ବିଶାଳ ଗୋପୀନାଥ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେବା ପରେ ଅନେକ କଥା ଆଲୋଚନା ପରିସରକୁ ଆସିଛି। ବିଶେଷକରି ଗାଁଟି ଐତିହ୍ୟ ସମ୍ପନ୍ନ ଥିବାବେଳେ ଏହାର ଭିନ୍ନ ନାଁ ଥିବା କୁହାଯାଇଛି। କେହି ଏହାକୁ ହାଟୁଆରୀ ବୋଲି କହୁଥିବାବେଳେ କେହି ଏହାକୁ ବରୋହି ଗାଁ ବୋଲି କହୁଛନ୍ତି। ଅନ୍ୟପକ୍ଷରେ ଗୋପୀନାଥ ମନ୍ଦିରରେ ଠାକୁର ଗୋପୀନାଥଙ୍କ ସମେତ ଦଧିବାମନ, କାମନାଦେବୀ, ନୃସିଂହ, ରାହସବିହାରୀ ପୂଜା ପାଉଥିଲେ। ବନ୍ୟା ପୂର୍ବରୁ ଗ୍ରାମବାସୀ ସେଠାରୁ ଠାକୁରଙ୍କୁ ଧରି ପଳାଇ ଆସିଥିଲେ। କିନ୍ତୁ ଏହି ମନ୍ଦିର ସେଠାରେ ଥିବା ସମସ୍ତ ମନ୍ଦିରଠାରୁ ଅଧିକ ଉଚ୍ଚା ଥିଲା। ତେଣୁ ଏବେ ତାହା ଦେଖାଯାଉଛି ବୋଲି କୁହାଯାଉଛି। ପୂର୍ବରୁ ୧୧ ବର୍ଷ ତଳେ ମହାନଦୀର ଜଳସ୍ତର କମିବା ପରେ ମନ୍ଦିର ନଜରକୁ ଆସିଥିଲା। କିନ୍ତୁ ସେ ସମୟରେ ମନ୍ଦିର ସମ୍ପର୍କରେ ଖୋଳତାଡ ହୋଇ ନ ଥିଲା। ଏବେ ପ୍ରାୟ ସପ୍ତାହେ ହେଲା ପୁଣି ମନ୍ଦିରର ଚୂଡ଼ା ଦେଖିବାକୁ ମିଳିଛି। ମନ୍ଦିର ଭିତରେ ସେ ସମୟର ଐତିହ୍ୟ ଲୁଚି ରହିଛି, ତେଣୁ ଏହା ପୁନରୁଦ୍ଧାର ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଲାଣି।
ପିଲାଦିନର ସ୍ମୃତିକୁ ମନେ ପକାଇ ପଦ୍ମାବତୀ ଗ୍ରାମର ୯୫ ବର୍ଷର ବୃଦ୍ଧ ଦେବରାଜ ସାହୁଙ୍କ କହିବାନୁଯାୟୀ, ଗୋପୀନାଥ ମନ୍ଦିର ସବୁଠାରୁ ଉଚ୍ଚା ଥିଲା। ମନ୍ଦିର ବେଢ଼ାକୁ ସେ ବାପାଙ୍କ ସହ ଅନେକ ଥର ଯାଇଥିଲେ। ଠାକୁରଙ୍କ ନିକଟରେ ହେଉଥିବା ଭଜନ, ମେଳା ଓ କୀର୍ତ୍ତନରେ ଉପସ୍ଥିତ ରହି ମଜା ନେଇଥିଲେ। ମନ୍ଦିରର କାରୁକାର୍ଯ୍ୟ ଅତୀବ ମନୋରମ ଥିଲା ବୋଲି ସେ କହିଛନ୍ତି।
ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ କହିବାନୁଯାୟୀ, ଖଣ୍ଡପଡା ରାଜା ନଟବର ସିଂଙ୍କ ମନ୍ତ୍ରୀ ଥିଲେ ଗୁଣ୍ଠୁଣୀ ଗଁାର କୃପାସିନ୍ଧୁ ଛୋଟରାୟ, ଯେ କି ତାଙ୍କ ବଂଶଜ। କୃପାସିନ୍ଧୁଙ୍କ ବାପା କେଶବ ବୈବର୍ତ୍ତାଙ୍କର ପୁଅ ଝିଅ ହେଉ ନ ଥିଲେ। ପୁଅଟିଏ ହେଲେ ଗୋପୀନାଥ ମନ୍ଦିର ନିର୍ମାଣ କରିବେ ବୋଲି କେଶବ ମନାସି ଥିଲେ। କେଶବଙ୍କ ପୁଅ କୃପାସିନ୍ଧୁ ମନ୍ତ୍ରୀ ହେବା ପରେ ମନ୍ଦିର ଗଢ଼ିବାର ସ୍ବପ୍ନ ସଫଳ ହୋଇଥିଲା, ଯାହାକି ୧୮୫୦ ମସିହାର ଘଟଣା ବୋଲି ତାଙ୍କ ବଂଶଜ କହୁଥିଲେ। ତେବେ ସେତେବେଳର ରାଜସ୍ବ ଗାଁ ହାଟୁଆରୀ ବର୍ତ୍ତମାନର ପଦ୍ମାବତୀ ବୋଲି କୁହାଯାଉଛି। ମହାନଦୀ ଗତିପଥ ପରିବର୍ତ୍ତନ କରିବାରୁ ହାଟୁଆରୀ ବୁଡିଗଲା। ପ୍ରାୟ ୧ କିଲୋମିଟର ଦୂରରେ ଗଢ଼ି ଉଠିଲା ହାଟୁଆରୀ ଗାଁ ଲୋକେଙ୍କ ନୂଆ ବସତି, ଯାହାର ନାଁ ରହିଲା ପଦ୍ମାବତୀ। ଗୋପୀନାଥ ମନ୍ଦିରର ଠାକୁର ଓ ଉପର ଚକ୍ର ପଦ୍ମାବତୀର ନୂଆ ଗୋପୀନାଥ ମନ୍ଦିରରେ ରହିଛି। ୨୦୧୮ରେ ନୂଆ ଗୋପୀନାଥ ମନ୍ଦିର ପୂର୍ଣ୍ଣାଙ୍ଗ ହୋଇଛି। ନଦୀ ଗର୍ଭର ମନ୍ଦିରରେ ଠାକୁର ନାହାନ୍ତି। କାରଣ ବନ୍ୟାରେ ମନ୍ଦିର ବୁଡିବା ପୂର୍ବରୁ ଠାକୁରଙ୍କୁ ସ୍ଥାନାନ୍ତର କରାଯାଇଥିଲା। କୃପାସିନ୍ଧୁ ଛୋଟରାୟ ବଞ୍ଚିବା ସମୟରେ ପୁଣି ନୂଆ ମନ୍ଦିର ନିର୍ମାଣ ହୋଇଥିଲା। ପରେ ତାଙ୍କ ପୁଅ ଦାଶରଥି ଛୋଟରାୟ ମନ୍ଦିର ଗଢ଼ିବାରେ ସହଯୋଗ କରିଥିଲେ। ହେଲେ ମନ୍ଦିର ଅପୂର୍ଣ୍ଣାଙ୍ଗ ରହିଯାଇଥିଲା ବୋଲି ଅନୁଭବ କହିଛନ୍ତି।
ସରପଞ୍ଚ ଶ୍ରୀକାନ୍ତ ସାହୁ କୁହନ୍ତି, ତାଙ୍କର ବାପା ଜେଜେ ବାପା କହିବାନୁଯାୟୀ ୧୯୩୩ ମସିହା ବନ୍ୟା ଗୋପୀନାଥ ମନ୍ଦିର ପରି ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ମନ୍ଦିରକୁ ବୁଡାଇଦେଲା। ବନ୍ୟା ଯୋଗୁ ଗାଁ ଛାଡ଼ି ଲୋକେ ଅନ୍ୟତ୍ର ଚାଲିଗଲେ। ସେତେବେଳେ ପୁରୁଣା ପଦ୍ମାବତୀ ତଥା ବରୋହି ଗାଁରେ ୭ହଜାରରୁ ଊର୍ଦ୍ଧ୍ୱ ଲୋକ ଥିଲେ। ଏବେ ଗାଁର ଲୋକସଂଖ୍ୟା କମିଯାଇଛି। ତେବେ ମନ୍ଦିର ପୁନରୁଦ୍ଧାର ଦରକାର। ମନ୍ଦିର ଭିତରେ ଠାକୁର ଅଛନ୍ତି ନାଁ ନୂଆ ମନ୍ଦିରକୁ ଆସିଛନ୍ତି ତାହା ଜାଣିବା ନିହାତି ଆବଶ୍ୟକ ବୋଲି ସାହୁ କହିଛନ୍ତି।
ଐତିହ୍ୟ ବିଶାରଦ ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ପାଣି ଭିତରେ ବୁଡି ରହିଥିବା ମନ୍ଦିରର ଉପରି ଭାଗ ଦେଖା ଯାଉଥିବାରୁ ମୂଳଦୁଆ ଠିକ୍‌ ରହିଥିବା ଜଣାପଡୁଛି। ନଦୀର ତଟ ପରିବର୍ତ୍ତନ ଯୋଗୁ ଗୋପୀନାଥ ମନ୍ଦିର ପରି କିଛି ମନ୍ଦିର ପାଣିରେ ବୁଡି ଯାଇଥିବା ଜଣାପଡିଛି। ତେବେ ଉକ୍ତ ମନ୍ଦିର ସୂର୍ଯ୍ୟ ବଂଶର ଶାସକ ପୁରୁଷୋତ୍ତମ ଦେବଙ୍କ ସମୟରେ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି। କାଞ୍ଚି ଅଭିଯାନ ସମୟରେ ନୟାଗଡ, ଖଣ୍ଡପଡ଼ା, ରଣପୁର ଓ ଦଶପଲ୍ଲା ରାଜା ପୁରୁଷୋତ୍ତମ ଦେବଙ୍କୁ ସହଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ସୂର୍ଯ୍ୟବଂଶର ପୃଷ୍ଠପୋଷକତାରେ ବିଭିନ୍ନ ମନ୍ଦିର ଗଢ଼ିଉଠିଛି। ୧୬ ଶାସନ ଓ ୩୨ କରମାଡ଼ରେ ଦେବୀ ମନ୍ଦିର, ଶିବ ମନ୍ଦିର ଓ ଗୋପୀନାଥ ମନ୍ଦିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri