ସବୁଆଡେ ଖଁ। ଖଁ।

ଭଦ୍ରକ ଅଫିସ, ୨୫ା୪- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସବୁ ସ୍ତରରେ ଚିନ୍ତା ବଢିଛି। ଜିଲାବାସୀ ଏକ ପ୍ରକାର ଭୟ ଓ ଆତଙ୍କ ମଧ୍ୟରେ କାଳାତିପାତ କରୁଛନ୍ତି। ଶୁକ୍ରବାର ଏକାଦିନେ ୫ ପଜିଟିଭ ଚିହ୍ନଟ ହେବା ପରେ ଏହି ଭୟ ଆହୁରି ବଢିଯାଇଛି। ସଂକ୍ରମଣ ନ ବ୍ୟାପିବା ପାଇଁ ଜିଲାରେ ୬୦ ଘଣ୍ଟିଆ ଶଟ୍‌ ଡାଉନ କରାଯାଇଛି। ଫଳରେ ଜିଲାସାରା ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇ ପଡ଼ିବା ସହ ଜିଲାରେ ନିରବତାର ରାଜୁତି ଚାଲିଥିବା ପ୍ରତୀୟମାନ ହୋଇଛି।
ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକ ଅଞ୍ଚଳର ଜଣେ ହୋଇଥିବା ବେଳେ ଧାମନଗରରୁ ୨ ଓ ତିହିଡ଼ି ବ୍ଲକ ଅଞ୍ଚଳରୁ ୨ ଜଣ ଥିବା ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏହି ସମସ୍ତ୫ ଜଣଙ୍କ କଲିକତା ଲିଙ୍କ୍‌ ରହିଥିବା କୁହାଯାଇଛି। ଜିଲାରେ ପଜିଟିଭ ରୋଗୀଙ୍କ ସଂଖ୍ୟା ୧୬ ଛୁଇଁଛି। ଏଥିପୂର୍ବରୁ ୨ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଜିଲାରେ ଗୁରୁବାର ରାତି ୧୦ ଟାରୁ ୬୦ ଘଣ୍ଟିିଆ ଶଟ୍‌ ଡାଉନ ଘୋଷଣା କରାଯାଇଛି। ଫଳରେ ରାସ୍ତାଘାଟ ଶୂନଶାନ ସାଙ୍ଗକୁ କେବଳ ଅତ୍ୟାବଶ୍ୟକ ଆମ୍ବୁଲାନ୍ସ, ପୋଲିସ ଓ ନିର୍ଦ୍ଦିଷ୍ଟ କିଛି ଗାଡ଼ି ଚଳାଚଳ କରୁଛି। ଭଦ୍ରକ ପୌରାଞ୍ଚଳ ତଥା ଜିଲାର ସମସ୍ତ ଅଞ୍ଚଳର ପ୍ରବେଶ ପଥଗୁଡ଼ିକରେ ପୋଲିସ କଡ଼ା ପହରା ଦେଉଛି। ଏହି ଶଟ୍‌ ଡାଉନ ସମୟରେ ସ୍କ୍ରିନିଙ୍ଗ କରାଯାଇ ସ୍ବାବ ପରୀକ୍ଷା ନିମନ୍ତେ ୪ଟି ସ୍ବତନ୍ତ୍ର ଟିମ୍‌ ଜିଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କ ଦୁଇଜଣ ବରିଷ୍ଠ ଅଧିକାରୀ ଭଦ୍ରକ ଜିଲା ଗସ୍ତ କରି କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳ ସମେତ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଶାସନିକ ବିଧି ବ୍ୟବସ୍ଥା ଓ କଟକଣାର ସମୀକ୍ଷା କରି ଫେରିଥିବା ଜଣାପଡ଼ିଛି। କୋଭିଡ଼-୧୯ ର ନୋଡାଲ ଅଫିସର୍‌ ତଥା ସ୍ବତନ୍ତ୍ର ସଚିବ ଏସ୍‌କେ ଲୋହାନୀ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଜିଲା ଗସ୍ତ କରି ଜିଲାସ୍ତରୀୟ ଅଧିକାରୀ ଓ ବାସୁଦେବପୁର ବ୍ଲକର କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳ ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହ ପରିସରରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲଙ୍କ ସହ ଏହି ଦୁଇ ଅଧିକାରୀ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଜିଲାରୁ କେତେ ସ୍ବାବ ପଠାଯାଇଥିଲା, ସେଥିମଧ୍ୟରୁ କେତେ ପରୀକ୍ଷା ହୋଇ ଫେରିଛି, ପଶ୍ଚିମବଙ୍ଗ ଫେରନ୍ତା କେତେ, ସଂଘରୁଦ୍ଧ ଗୃହରେ କେତେ ରହିଛନ୍ତି, ହୋମ କ୍ୱାରାଣ୍ଟାଇନରେ କେତେ ରହିଛନ୍ତି ଓ ଜିଲାରେ ଶଟ୍‌ ଡାଉନ ସମୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ବାସୁଦେବପୁର ଅଞ୍ଚଳରେ ଅତିରିକ୍ତ ଏସ୍‌ପି ବିକାଶ ଦାସ, ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଡିଓ ପ୍ରଣବ କୁମାର ବେହେରା, ଥାନାଧିକାରୀ ମଧୁମିତା ମହାନ୍ତି ପ୍ରମୁଖଙ୍କ ସହ ଗସ୍ତ ସମୟରେ ଏହି ଦୁଇ ଅଧିକାରୀ ଆଲୋଚନା କରିଥିଲେ। ପ୍ରଥମେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପଦ୍ମପୁର, ମେଳକସାହି, ଅଗାପୁର, ଲୁଙ୍ଗା, ବିନାୟକପୁର ଅଞ୍ଚଳ ସହ ଜୟକୃଷ୍ଣ ଉଚ୍ଚ ବିଦ୍ୟାଳୟଠାରେ କରୋନା ସହାୟତା କେନ୍ଦ୍ର ବୁଲି ଦେଖିଥିଲେ। ପ୍ରଶାସନ ପକ୍ଷରୁ ଧାମନଗର ବ୍ଲକର କଲ୍ୟାଣୀ ଓ ଖଡ଼ିପଦା ପଞ୍ଚାୟତ ସମେତ ତିହିଡ଼ି ବ୍ଲକର କାଁପଡ଼ା ଓ ବାମନବିନ୍ଧା ପଞ୍ଚାୟତ ଅଞ୍ଚଳ ପ୍ରତି ତୀକ୍ଷ୍ଣ ନଜର ରଖାଯାଇଥିତ୍ବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?