ବ୍ରହ୍ମପୁର ଅଫିସ,୨ା୯-ବ୍ରହ୍ମପୁର ମହାନଗର ନିଗମ ପାଇଁ ମହୁଡ଼ାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ୨୦୧୩ ଅକ୍ଟୋବର ୩ରେ ଶିଳାନ୍ୟାସ କରିଥିଲେ । ଏହାର ୬ ବର୍ଷ ପୁରିବାକୁ ଯାଉଛି ଏବଂ ପ୍ରକଳ୍ପ ସ୍ଥାନରେ କେବଳ ପ୍ରାଚୀର ନିର୍ମାଣରେ ଅଟକିଛି ।
ଏଭଳି ସ୍ଥିତିରେ ଗଞ୍ଜାମ ଜିଲାର ସବୁ ସହରାଞ୍ଚଳରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ କରାଯିବାର ସରକାରୀ ଘୋଷଣା ଧୂଅଁାବାଣ ହୋଇଥିବା ଜିଲା କଂଗ୍ରେସ ସମାଲୋଚନା କରିଛି। ଅନ୍ୟପକ୍ଷରେ ବିଏମ୍ସିର ‘ମୋ ସହର, ପରିଷ୍କାର ସହର’ (ମାଇ ସିଟି, କ୍ଲିନ ସିଟି) ଯୋଜନା ପ୍ରହସନରେ ପରିଣତ ହୋଇଥିବା କଂଗ୍ରେସ ସଙ୍ଗିନ ଅଭିଯୋଗ କରିଛି ।
ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପୀତବାସ ପଣ୍ଡା ରବିବାର କହିଛନ୍ତି, ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ଛତ୍ରପୁରରେ ଏକ ବୈଠକ ଅନୁଷ୍ଠିତ ହୋଇ ଗଞ୍ଜାମର ୧୮ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବାର ପ୍ରଚାର କରାଯାଇଛି । ଜିଲାର ବଡ଼ ସହର ବ୍ରହ୍ମପୁର ପାଇଁ ଗୋଟିଏ ପ୍ରକଳ୍ପ ନିର୍ମାଣ ହୋଇପାରୁ ନ ଥିବା ବେଳେ ସବୁ ସହରାଞ୍ଚଳରେ ମାତ୍ର ୬ ରୁ ୭ ମାସ ମଧ୍ୟରେ କିଭଳି ହେବ ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ୨୦୧୩ ରେ ପିପିପି ମୋଡରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ ଲାଗି ପ୍ରସ୍ତାବ ରଖାଗଲା । ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା ।
ଗୁଜରାଟର ଏକ ଘରୋଇ ଉଦ୍ୟୋଗ ଦ୍ୱାରା ପ୍ଲାଣ୍ଟ ନିର୍ମାଣ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ଇଣ୍ଟର ନ୍ୟାଶନାଲ ଫାଇନାନ୍ସ କର୍ପୋରେଶନ (ଆଇଏଫସି)ର ଜଣେ ମହିଳା ଅଧିକାରୀ ମଧ୍ୟସ୍ଥ ସାଜିଥିଲେ ।
ଗୁଜରାଟର ସେହି ଉଦ୍ୟୋଗକୁ ସେ ବାଛିଥିଲେ। ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ନିକଟ ମହୁଡ଼ାରେ ଆବଶ୍ୟକ ଜମି ଚିହ୍ନଟ ପରେ ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା। ବିଏମ୍ସି ସହିତ ହୋଇଥିବା ଚୁକ୍ତିନାମା ସେହି ଉଦ୍ୟୋଗ ଖିଲାପ କରି ପ୍ରକଳ୍ପ ନିର୍ମାଣରୁ ଓହରିଗଲା ।
ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଦୈନିକ ୧୪୦ ରୁ ୧୫୦ ଟନ ବର୍ଜ୍ୟବସ୍ତୁ ଉପତ୍ନ୍ନ ହେଉଛି । ରେଶମ ନଗରୀର ଆବର୍ଜନା ପରିଚାଳନାକୁ ମହୁଡ଼ା ଅଞ୍ଚଳବାସୀ ବିରୋଧ କରୁଛନ୍ତି ।
ଏଭଳି ସ୍ଥିତିରେ ପ୍ଲାଣ୍ଟ ନିର୍ମାଣରେ ପ୍ରତିବନ୍ଧକ ଦେଖାଦେଇଛି । ମହୁଡ଼ାରେ ପ୍ଲାଣ୍ଟ ନିର୍ମାଣ ପାଇଁ ବିଏମ୍ସି ୪୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଋଣ ଆଣି ମଧ୍ୟ କାର୍ଯ୍ୟକାରୀ କରିପାରୁ ନ ଥିବା କଂଗ୍ରେସ ସମାଲୋଚନା କରିଛି ।
ତେଣୁ ବିଏମ୍ସିର ଯୋଜନା ଫସର ଫାଟିବାର ତାଚ୍ଛଲ୍ୟ କରାଯାଇଛି। ତେଣୁ ଜିଲାର ୧୮ ସହରାଞ୍ଚଳରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ ଘୋଷଣା ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା କାର୍ଯ୍ୟକାରୀ ସଭାପତି କଟାକ୍ଷ କରିଛନ୍ତି ।
ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି
କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…
ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି
ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…
ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…
ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…
କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ
ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…
୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ
ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…
ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା
ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…
ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ
କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…
ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍
ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…
Archives

