ବ୍ରହ୍ମପୁର ଅଫିସ,୩ା୧୨-ବ୍ରହ୍ମପୁର ମହାନଗର ନିଗମ ସଫେଇ କାମକୁ ନେଇ ୨ ଜମାଦାର ଗୋଷ୍ଠୀ ମଧ୍ୟରେ ସଂଗଠିତ ଗଣ୍ଡଗୋଳ ଘଟଣାରେ ବଡବଜାର ପୋଲିସ ୨ ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ (ଜେଜେବି) ନିକଟରେ ହାଜର କରିଛି। ଅନ୍ୟପଟେ ଏହି ଘଟଣା ପଛରେ ଜଣେ ଶାସକ ଦଳର ନେତାଙ୍କ ହାତ ଥିବା ଅଭିଯୋଗ ପରେ ଏବେ ଏହାର ଦିଗ ବଦଳିଛି। ବିଜେଡି ନେତାଙ୍କୁ ଥାନାରେ ହାଜର ପାଇଁ ଡକାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ସେ ଥାନାରେ ହାଜର ହେବା ପରେ ଘଟଣା ସମ୍ପର୍କରେ ଖୋଳତାଡ ହେବ ବୋଲି ଜଣାପଡିଛି। ଏହାକୁ ନେଇ ଶାସକ ଦଳରେ ଏବେ ଏକପ୍ରକାର ହଇଚଇ ଖେଳିଯାଇଛି। ଆହତ ଜମାଦାର ଏସ୍.ଜଗନ୍ନାଥ ରାଓଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ନଂ. ୨୧୨/୧୯ରେ ଧାନମେରା ସାହିର ସନ୍ତୋଷ ବେହେରା ଓ ପ୍ରେମନଗର ଅଞ୍ଚଳର ଟୁନା ନାୟକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେହିପରି ଆହତ ଜମାଦାର ରଞ୍ଜିତ ନାୟକଙ୍କ ଭାଇ ଅଜିତ ନାୟକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ନଂ.୨୧୩/୧୯ରେ ଆସିକା ରୋଡ ଦଳିତ ସାହିର କୃଷ୍ଣ ମୁଖୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଏହି ଘଟଣାରେ ସାମିଲ ଥିବା ୩ ନାବାଳକଙ୍କୁ ପୋଲିସ ଜେଜେବିକୁ ପଠାଇଥିବା କହିଛି। ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର…
ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ
ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…
ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…
ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…
ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ
ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…
ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ
ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…
Archives

