ସଫଳତା ପଥରେ ଓଡ଼ିଶା ମିଲେଟ୍‌ସ ମିଶନ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଫିଙ୍ଗର୍‌ ମିଲେଟ୍‌ ବା ରାଗି। ଓଡ଼ିଆରେ ମାଣ୍ଡିଆ। ଦିନ ଥିଲା ଓଡ଼ିଶାର ଘରେ ଘରେ ଏହା ପରିଚିତ ଥିଲା। ଗରିବଙ୍କ ଠାରୁ ଧନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆ ଜାଉ ଥିଲା। ହେଲେ ଧୀରେ ଧୀରେ ଆଧୁନିକତାର ପ୍ରଭାବରେ ମାଣ୍ଡିଆ ନିଜର ଲୋକପ୍ରିୟତା ହଜାଇଲା। କେବଳ ମାଣ୍ଡିଆ ନୁହେଁ, ଫକ୍ସଟେଲ୍‌ ମିଲେଟ୍‌ ବା କାଙ୍ଗୁ, ପର୍ଲ ମିଲେଟ୍‌ ବା ବାଜରା, ଲିଟିଲ୍‌ ମିଲେଟ୍‌ ବା ସୁଆଁ, ଗୁର୍ଜି, କୋଶଲା, ସୋରଗମ୍‌ ବା ଜନ୍‌ହା, କୋଦୋ, ବାନ୍ୟାର୍ଡ ବା ଜାଡ଼ି ଭଳି ଏକାଧିକ କ୍ଷୁଦ୍ରଶସ୍ୟ ଓଡ଼ିଶାରୁ ନିଜର ଉପସ୍ଥିତି ହଜାଇ ଦେଇଥିଲା। ହେଲେ ଓଡ଼ିଶାର ଉଭୟ ଚାଷଜମି ଓ ଖାଦ୍ୟ ଥାଳିରେ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭-୧୮ ଆଥିର୍ର୍କବର୍ଷରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ‘ଓଡ଼ିଶା ମିଲେଟ୍‌ସ ମିଶନ’ର ଶୁଭାରମ୍ଭ କରାଯାଇଥିଲା।
କ୍ଷୁଦ୍ରଶସ୍ୟ ଚାଷ ହେଉଥିବା ରାଜ୍ୟର ୧୧ ପ୍ରମୁଖ ଜିଲା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ଯାହାର ସଫଳତା ଏବେ ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛି। ପ୍ରଥମଥର ପାଇଁ ୨୦୧୮-୧୯ ବର୍ଷରେ ୧୭,୯୮୫ କୁଇଣ୍ଟାଲ ମାଣ୍ଡିଆ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ସଂଗ୍ରହ କରାଯିବା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶା ମିଲେଟ୍‌ସ ମିଶନର ସଫଳତା ଆଧାରରେ ଭାରତ ସରକାର ପୁଷ୍ଟିଶସ୍ୟ ସଂକ୍ରାନ୍ତରେ ମାର୍ଗଦର୍ଶିକାକୁ ସଂଶୋଧନ କରିବା ଲାଗି ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ନୀତି ଆୟୋଗ ଦ୍ୱାରା ଓଡ଼ିଶା ମିଲେଟ୍‌ସ ମିଶନ ଢାଞ୍ଚାରେ ମାଣ୍ଡିଆ ଚାଷକୁ ଅନ୍ୟ ରାଜ୍ୟରେ ପ୍ରଚଳନ ପାଇଁ ପ୍ରୋତ୍ସାହିତ କରାଯାଉଛି। ମିଲେଟ୍‌ସ ବା କ୍ଷୁଦ୍ରଶସ୍ୟର ଉତ୍ପାଦନ ବୃଦ୍ଧି ସହ ବଜାର ସୁବିଧା ସୃଷ୍ଟି କରିବା ଏବଂ ଅତ୍ୟାଧୁନିକ ପଦ୍ଧତିରେ ମାଣ୍ଡିଆ ଭଳି କ୍ଷୁଦ୍ରଶସ୍ୟକୁ ଲୋକପ୍ରିୟ କରାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହାସହ ମିଲେଟ୍‌-ବେସ୍‌ଡ ଫୁଡ୍‌ ପ୍ରୋସେସିଂକୁ ପ୍ରୋତ୍ସାହିତ କରିବା ପାଇଁ ଯୁବ ଉଦ୍ୟୋଗୀମାନଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ଏହାର ସଫଳତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମିଲେଟ୍‌ସ ମିଶନକୁ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। ଆଇସିଡିଏସ୍‌, ଏମ୍‌ଡିଏମ୍‌, ଆଇଟିଡିଏ ଦ୍ୱାରା ପରିଚାଳିତ ହଷ୍ଟେଲ ଭଳି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୋଷଣ ଯୋଜନାରେ କ୍ଷୁଦ୍ରଶସ୍ୟକୁ ସାମିଲ କରାଯାଇଥିବା ବେଳେ ଆଗାମୀ ଭବିଷ୍ୟତରେ ଏହାକୁ ପିଡିଏସ୍‌ରେ ସାମିଲ କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ରାଜ୍ୟର ୧୪ ଜିଲାର ୭୨ ବ୍ଲକ୍‌ରେ ୨୩,୨୩୫ ହେକ୍ଟର ଚାଷଜମିରେ କ୍ଷୁଦ୍ରଶସ୍ୟ ଚାଷ କରାଯାଉଥିବା ବେଳେ ୫୩,୫୪୨ ଚାଷୀ ଏହା ଦ୍ୱାରା ଉପକୃତ ହେଉଛନ୍ତି।

ଉଦାହରଣ ସାଜିଛି ‘ମାଣ୍ଡିଆ କାଫେ’

କ୍ଷୁଦ୍ରଶସ୍ୟର ଲୋକପ୍ରିୟତା ବୃଦ୍ଧି ପାଇଁ ମିଶନ ଶକ୍ତି ଦ୍ୱାରା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ଅତ୍ୟାଧୁନିକ ଖାଦ୍ୟମାନ ପ୍ରସ୍ତୁତ କରାଯାଉଛି। ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ତ୍ରିଶକ୍ତି ମହିଳା ପରିଷଦ ସହଯୋଗରେ ଏକ ମାଣ୍ଡିଆ କାଫେ ଖୋଲାଯାଇଛି। ମାଣ୍ଡିଆ ଭେଜ୍‌ ସ୍ୟାଣ୍ଡ୍‌ଓ୍ବିଚ୍‌, ପ୍ରୋସୋ ବିରିୟାନୀ, ମାଣ୍ଡିଆ ପିଜ୍‌ଜା, ମାଣ୍ଡିଆ ସୁପ୍‌, ମାଣ୍ଡିଆ ବର୍ଗର, ମାଣ୍ଡିଆ ହଟ୍‌ଡଗ୍‌, ମାଣ୍ଡିଆ କୁକିଜ୍‌, ମାଣ୍ଡିଆ ମିକ୍ସଚର, ମାଣ୍ଡିଆ ବ୍ରେଡ୍‌, ମାଣ୍ଡିଆ ମଫିନ୍‌, ମାଣ୍ଡିଆରେ ପ୍ରସ୍ତୁତ ସୁଗାର୍‌ ଫ୍ରୀ ବିସ୍କୁଟ୍‌ ଭଳି ଏକାଧିକ ନୂତନ ପଦ୍ଧତିର ଖାଦ୍ୟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ଏହାବ୍ୟତୀତ ମାଣ୍ଡିଆ କାଫେ ପକ୍ଷରୁ ବିଭିନ୍ନ ମେଳା, ମହୋତ୍ସବରେ ଷ୍ଟଲ୍‌ ପକାଯାଇ ମାଣ୍ଡିଆରେ ପ୍ରସ୍ତୁତ ଦହିବରା, ଆଳୁଚପ୍‌, ପୋଡ଼ପିଠା, ମଣ୍ଡାପିଠା, ସୁଆଁ ଖିରି, ବରା, ପକୁଡ଼ି, ଜାଉ, ମାଣ୍ଡିଆ ଚିକେନ୍‌ ପକୁଡ଼ି, ଇଡ୍‌ଲୀ, ଲଡ଼ୁ, ନିମ୍‌କି, ଆରିସା ପିଠା ଆଦି ବିକ୍ରି ହେଉଛି। ସେହିଭଳି ଟ୍ରାଇବାଲ ଡେଭଲପ୍‌ମେଣ୍ଟ କୋପରେଟିଭ୍‌ କର୍ପୋରେଶନ(ଟିଡିସିସି) ଦ୍ୱାରା ଆଦିଶା ମାଧ୍ୟମରେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟସାମଗ୍ରୀ ବ୍ରାଣ୍ଡିଂ କରାଯାଇ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ବିକ୍ରି କରାଯାଉଛି। ଆଗାମୀ ଦିନରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟସାମଗ୍ରୀକୁ ଆଇଆର୍‌ସିଟିସି ଓ୍ବେବ୍‌ସାଇଟରେ ସାମିଲ କରିବାକୁ ଯୋଜନା ରହିଛି।

କ’ଣ ପାଇଁ ହିତକର

କ୍ଷୁଦ୍ରଶସ୍ୟ ସ୍ବାସ୍ଥ୍ୟ ପାଇଁ ହିତକର। ମାଣ୍ଡିଆରେ କ୍ଷୀର ତୁଳନାରେ ୩ ଗୁଣା ଅଧିକ କ୍ୟାଲସିୟମ୍‌ ରହିଛି। ସେହିଭଳି ସୁଆଁରେ ଚାଉଳ ତୁଳନାରେ ୧୩ ଗୁଣା ଅଧିକ ଲୌହ ବା ଆଇରନ୍‌ ରହିଥିବାବେଳେ ‘କୋଦ’ରେ ଗହମ, ଚାଉଳ ଓ ମକା ତୁଳନାରେ ୩ ଗୁଣା ଅଧିକ ତନ୍ତୁ ରହିଥାଏ। ସ୍ବଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ହେବାସହ ଏହା ଅଧିକ ତନ୍ତୁଯୁକ୍ତ, ଅଧିକ କ୍ୟାଲ୍‌ସିୟମ୍‌, ଅଧିକ ଲୌହଯୁକ୍ତ ଓ ଗ୍ଲୁଟିନ୍‌ମୁକ୍ତ ହୋଇଥାଏ। ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍‌ ରହିଛି, ଯାହା ବୃକକ୍‌ ଓ ଯକୃତର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। କୋଲେଷ୍ଟେରଲ୍‌କୁ କମାଇବାରେ ମଧ୍ୟ ମିଲେଟ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri