ସପ୍ତାହରେ ଦିନଟିଏ ଖଦି

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଯୁବପିଢିଙ୍କୁ ଖଦି ପ୍ରତି ଆକର୍ଷିତ କରିବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ। ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଖଦି ପରିଧାନ କରିବା ପାଇଁ ବୋର୍ଡ ପକ୍ଷରୁ ଯୁବବର୍ଗଙ୍କୁ ନିବେଦନ କରାଯାଇଛି। ଏନେଇ ‘ସପ୍ତାହରେ ଦିନଟିଏ ଖଦି’ ଶୀର୍ଷକ ରାଜ୍ୟସ୍ତରୀୟ ଖଦି ସଚେତନତା ସମାରୋହ ଶୁକ୍ରବାର ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସମାରୋହରେ ଖଦିର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରାଯିବା ସହ ଖଦିବସ୍ତ୍ର ପରିଧାନର ଉପାଦେୟତା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଦେଶ ପାଇଁ ଗାନ୍ଧିଜୀଙ୍କ ବଳିଦାନ ଓ ଖଦି ପ୍ରତି ଉତ୍ସର୍ଗୀକୃତ ଅବଦାନ ସମ୍ପର୍କରେ କହିଥିଲେ। ଖଦି ବ୍ୟବହାର ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହ ଯୁବବର୍ଗ ଏଥିପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିବାକୁ କହିଥିଲେ। ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ସମାରୋହକୁ ଉଦ୍‌ଘାଟନ କରି ଖଦିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ବତନ୍ତ୍ର ଅତିଥିଭାବେ ବିଶିଷ୍ଟ ସ୍ବାଧୀନତା ସଂଗ୍ରମୀ ଭବାନୀଚରଣ ପଟ୍ଟନାୟକ ଯୋଗଦେଇ ଖଦି ସହିତ ଗାନ୍ଧିଜୀଙ୍କର ଥିବା ଆତ୍ମିକ ସମ୍ପର୍କ ବିଷୟରେ ଅବତାରଣା କରିଥିଲେ। ଗାନ୍ଧିଜୀ ନିଜେ ଚରଖାରେ ସୂତା କାଟି ତାହାକୁ ପିନ୍ଧୁଥିଲେ। ନିଜ ରୁଚିରେ ପରିବର୍ତ୍ତନ ଆଣି ଖଦି ପରିଧାନ କରିବା ସହିତ ଜଣେ ଜଣେ ସଚ୍ଚା ଭାରତୀୟ ଭାବେ ଗର୍ବ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଖଦିକୁ ଜନସାଧାରଣଙ୍କ ଅଧିକ ନିକଟତର କରିବା ପାଇଁ ଖଦିବୋର୍ଡର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ତଥା ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ, ଖଦି ଆମର ପରିଚୟ। ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଖଦିକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିଲା। ସପ୍ତାହରେ ଅନ୍ତତଃ ଦିନଟିଏ ଖଦି ପରିଧାନ କରିପାରିଲେ ତାହା ଗାନ୍ଧିଜୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଦାସ କହିଥିଲେ। ସରକାରୀ ଓ ବେସରକାରୀ କର୍ମଚାରୀ, ସମସ୍ତ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରମାନେ ସପ୍ତାହରେ ଦିନଟିଏ ଖଦିବସ୍ତ୍ର ପରିଧାନ କରିବାକୁ ବିଧାୟକ ସୁଶାନ୍ତ କୁମାର ରାଉତ ଆହ୍ବାନ ଦେଇଥିଲେ। ସମାରୋହରେ ଖଦିବୋର୍ଡ ଦ୍ୱାରା ଆର୍ଥତ୍କ ସହାୟତାପ୍ରାପ୍ତ ସଫଳ ଉଦ୍ୟୋଗୀମାନଙ୍କର ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୋର୍ଡର ସଦସ୍ୟ ସୌଭାଗ୍ୟ ରାଉତ, ପୃଥ୍ବୀରାଜ ସାହୁ, ବୋର୍ଡ ଉପସଚିବ ରେଣୁପ୍ରଭା ନାୟକ ଉପସ୍ଥିତ ଥିବାବେଳେ ଶେଷରେ ବୋର୍ଡ ସଚିବ ଅବଦୁଲ ଅଲିମ୍‌ ଖାନ୍‌ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri