ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ:ଅଣକୃଷି ଅର୍ଥନୈତିକ କାର୍ଯ୍ୟକଳାପ ଜାଣିବାକୁ ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ସୋମବାରଠାରୁ ଆରମ୍ଭ କରାଯାଇଛି। ଲୋକସେବା ଭବନଠାରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏହି ଗଣନାର ଶୁଭାରମ୍ଭ କରିଛନ୍ତି। ଏହାସହ ଅର୍ଥନୈତିକ ଗଣନା ନିମନ୍ତେ ସ୍ବତନ୍ତ୍ର ଭାବେ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ ଲୋକାର୍ପିତ ହୋଇଛି। ଏହି କାର୍ଯ୍ୟକ୍ରମ ତିନିମାସ ପର୍ଯ୍ୟନ୍ତ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏବଂ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ବାବଧାନରେ ଚାଲିବ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଉପମହାନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ଗଣନା ପ୍ରକ୍ରିୟାରେ ସମ୍ପୃକ୍ତ ଅଂଶୀଦାର ବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ। ଅର୍ଥନୈତିକ ଗଣନା ପ୍ରକ୍ରିୟାରେ ନିଯୁକ୍ତି ତଥା ଆୟ ସୃଷ୍ଟି ମାଧ୍ୟମରେ ଭାରତୀୟ ଅର୍ଥନୀତିକୁ ବିଶେଷଭାବେ ସାହାଯ୍ୟ କରୁଥିବା ସମସ୍ତ ପ୍ରତିଷ୍ଠାନ ଏବଂ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନଗୁଡ଼ିକର ସମ୍ପୂର୍ଣ୍ଣ ଗଣନାକୁ ଅଗ୍ରାଧିକାର ଦିଆଯିବ । ଫଳରେ ନିର୍ଦ୍ଦିଷ୍ଟ ଭୌଗୋଳିକ ଅବସ୍ଥିତି ତଥା ସ୍ଥାନ ପୁଞ୍ଜର ଆର୍ଥତ୍କ କାର୍ଯ୍ୟକଳାପ, ମାଲିକାନା ଅଧିକାର ଏବଂ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ମିଳିପାରିବ ା ଅଣକୃଷି ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ଆହରଣ ନିମନ୍ତେ ଦେଶର ସପ୍ତମ ଅର୍ଥନୈତିକ ଗଣନା ପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ ବୋଲି ସରକାର କହିଛନ୍ତି ।
ରାଜ୍ୟ ଓ ଜିଲାସ୍ତରରେ ସାମାଜିକ-ଅର୍ଥନୈତିକ ଉନ୍ନୟନମୂଳକ ଯୋଜନା ପ୍ରଣୟନ ସମୟରେ ଏହି ଅର୍ଥନୈତିକ ଗଣନାର ସଂଗୃହୀତ ବିବରଣୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ା ସପ୍ତମ ଅର୍ଥନୈତିକ ଗଣନା-୨୦୧୯ ରିୟଲଟାଇମ୍‌ ଡାଟା ଭାଲିଡେସନ୍‌ ଓ ଯାଞ୍ଚ, ଜିଓଟ୍ୟାଗିଂ, ଟାଇମସ୍‌ ଷ୍ଟାମ୍ପିଂ, ଏମ୍‌ଆଇଏସ୍‌ ଡ୍ୟାସ୍‌ ବୋର୍ଡ ବ୍ୟବହାର ଇତ୍ୟାଦିର ବିନିଯୋଗ ସାଙ୍ଗକୁ ଅଗ୍ରଣୀ ସୂଚନା ପ୍ରଯୁକ୍ତି ଉପକରଣ ସହାୟତାରେ ଆଧୁୁନିକ ମୋବାଇଲ୍‌ ଆପ୍‌ ଦ୍ବାରା ପରିଚାଳିତ ହେବ। ଏହା ଫଳରେ ସର୍ବେକ୍ଷଣରେ ଶତପ୍ରତିଶତ ଅନ୍ତର୍ଭୁକ୍ତି ସମେତ ସଫଳତା ମିଳିପାରିବ। ଭାରତ ସରକାରଙ୍କ ଇଲେଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ଏକ ସ୍ପେଶାଲ୍‌ ପର୍‌ପୋଜ୍‌ ଭେହିକିଲ୍‌ (ଏସ୍‌ପିଭି) ‘କମନ୍‌ ସର୍ଭିସ୍‌ ସେଣ୍ଟର ଇ-ଗଭର୍ନାନ୍ସ ସର୍ଭିସ୍‌ ଇଣ୍ଡିଆ ଲିମିଟେଡ୍‌’ ମାଧ୍ୟମରେ ସପ୍ତମ ଅର୍ଥନୈତିକ ଗଣନାକୁ କାର୍ଯ୍ୟକାରୀ କରୁଛନ୍ତି। ଇତି ପୂର୍ବରୁ ଦେଶରେ ୬ଟି ଅର୍ଥନୈତିକ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ବିଗତ ଷଷ୍ଠ ଅର୍ଥନୈତିକ ଗଣନା ସମେତ ପୂର୍ବରୁ ହୋଇଥିବା ଗଣନାଗୁଡ଼ିକରେ ପ୍ରାପ୍ତ ଉଦ୍ୟୋଗୀ ପରିବାର ଓ ପ୍ରତିଷ୍ଠାନଗୁଡ଼ିକର ସଂଖ୍ୟାକୁ ଭିତ୍ତିକରି ଜଣାଯାଇଛି ଯେ, ସପ୍ତମ ଅର୍ଥନୈତିକ ଗଣନାରେ ପ୍ରାୟ ୨୭ କୋଟି ପରିବାର ଓ ୭ କୋଟି ସଂସ୍ଥା ସାମିଲ ହେବେ। ଏହି ବ୍ୟାପକ କାର୍ଯ୍ୟ ପାଇଁ ୯ ଲକ୍ଷ ଗଣନାକାରୀ ଓ ୩ ଲକ୍ଷ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ। ଓଡ଼ିଶାରେ ବିବରଣୀ ସଂଗ୍ରହ ଓ ତଦାରଖ ନିମନ୍ତେ ପ୍ରାୟ ୩୧ ହଜାର ଗଣନାକାରୀ ୬୬୦୦ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପଦାଧିକାରୀ ଓଡ଼ିଶା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପର୍ଯ୍ୟବେକ୍ଷଣ କାର୍ଯ୍ୟ ନିମନ୍ତେ ନିଯୁକ୍ତ ହୋଇଛନ୍ତି। ରାଜ୍ୟରେ ଅର୍ଥନୈତିକ ଗଣନା ପାଇଁ କାର୍ଯ୍ୟକାରୀ ହେଉଥିବା ୧୬୦୦୦ କମନ୍‌ ସର୍ଭିସ୍‌ ସେଣ୍ଟର (ସାଧାରଣ ସେବା କେନ୍ଦ୍ର) ତଥା ସମସ୍ତ ବ୍ଳକ୍‌ ଅଞ୍ଚଳକୁ ଏହାର ପଦାଧିକାରୀଙ୍କ ପର୍ଯ୍ୟବେକ୍ଷଣ ଅନ୍ତର୍ଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri