ସତ୍ତା ହରାଇବାକୁ ବସିଲାଣି ସୁନାନଦୀ-ଜଳ ପ୍ରଦୂଷଣ କରୁଛି ଖଣିର ବର୍ଜ୍ୟବସ୍ତୁ, ଆବର୍ଜନା

ଯୋଡ଼ା,୧୨।୮(ମାନସ ରଞ୍ଜନ ମହାନ୍ତି)- କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳରେ ଥିବା ବିଭିନ୍ନ ଖଣି ଦ୍ୱାରା ନଦୀନାଳ ପ୍ରଭାବିତ ହେଉଛି। ଯୋଡା ଅଞ୍ଚଳର ଜୀବନରେଖା କୁହାଯାଉଥିବା ସୁନା ନଦୀ ସମେତ ଅନ୍ୟ କେତେକ ନଦୀ ନାଳ ଧୀରେ ଧୀରେ ସତ୍ତା ହରାଇବାକୁ ବସିଲାଣି। ଗୋଟିଏ ପଟେ ଖଣି ଖନନ କରି ସରକାର ରାଜ୍ୟକୁ ସମୃଦ୍ଧ କରିବାକୁ ଲାଗିପଡିଥିବା ବେଳେ ଯୋଡା ଅଞ୍ଚଳର ପରିବେଶ ଉପରେ କି ପ୍ରଭାବ ପକାଉଛି ତାକୁ ଅନୁଧ୍ୟାନ କରିବାକୁ କେହି ଚେଷ୍ଟା କରୁନାହାନ୍ତି। ଖଣିଖନନ କାର୍ଯ୍ୟ ଯୋଗୁ ଏହି ଅଞ୍ଚଳର ଜଳ,ବାୟୁ, ମୃତ୍ତିକା ପ୍ରଦୂଷିତ ହେବାରୁ ସ୍ବାସ୍ଥ୍ୟ ସମସ୍ୟା ମୁଣ୍ଡ ଟେକିବାକୁ ବସିଲାଣି । ଯୋଡା ଅଞ୍ଚଳଦେଇ ପ୍ରବାହିତ ସୁନାନଦୀ ଅଧିକ ପରିମାଣରେ ପ୍ରଦୂଷିତ ହୋଇ କ୍ରମେ ସଙ୍କୁଚିତ ହୋଇଗଲାଣି । ଏହାର ଜଳ କିଛିଦିନ ପରେ ଆଉ ବ୍ୟବହାର ଉପଯୋଗୀ ହୋଇ ରହିବ ନାହିଁ ବୋଲି ମତପ୍ରକାଶ ପାଉଛି ା ନଦୀ ଅବବାହିକାରେ ଥିବା ବିଭିନ୍ନ ଖଣିରୁ ବାହାରୁଥିବା ବର୍ଜ୍ୟବସ୍ତୁ ସକାଶେ ଡମ୍ପିଂୟାର୍ଡ ନିର୍ମାଣ କରାଯାଉଥିବାରୁ ନଦୀ ଶଯ୍ୟା ଅଧିକ ସଙ୍କୁଚିତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସୁନାନଦୀ ସୁନ୍ଦରଗଡ ଜିଲାର କୋଇଡା ବ୍ଲକ ପାଟୁରୀ ପାଟମୁଣ୍ଡାଠାରୁ ବାହାରି ଯୋଡା ସହରର ବିଚାକୁଣ୍ଡି, କେମ୍ପ ହଟିଂ, ବାରୋ ହଟିଂ ପ୍ରଭୃତି ଜନବସତି ଅଞ୍ଚଳ ଅତିକ୍ରମ କରି ଯୋଡା ସହର ଦେଇ ପ୍ରବାହିତ ହେଉଛି ା ମାଲଦା ଅଞ୍ଚଳରେ ଥିବା ଟାଟା କମ୍ପାନୀର ୯ ଓ ୧୦ ନମ୍ବର ମାଙ୍ଗାନିଜ ଖଣିର ବଜର୍‌ୟବସ୍ତୁ ନଦୀରେ ମିଶୁଥିବା ଅଞ୍ଚଳବାସୀ ବହୁ ଦିନରୁ ଅଭିଯୋଗ କରି ଆସୁଛନ୍ତି। ଏଥିସହ ନଦୀ ଅବବାହିକାରେ ଥିବା ରୋଇଡାସ୍ଥିତ ଓଏମଡିସି ଖଣି ଅଞ୍ଚଳରୁ ଖଣିଜ ଖନନ ଯୋଗୁ ସୁନାନଦୀ ବହୁମାତ୍ରାରେ ପ୍ରଭାବିିତ ହେଉଛି। ନଦୀ ଅବବାହିକାରେ ଥିବା ଖଣିଗୁଡିକ ନଦୀର ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି, ଟାଟାଷ୍ଟିଲ କମ୍ପାନୀର ଡ୍ରେନ ଗୁଡିକରୁ ଦୂଷିତ ଜଳ ସିଧାସଳଖ ସୁନାନଦୀରେ ମିଶି ଏହାର ଜଳକୁ ପ୍ରଦୂଷିତ କରୁଛି ା ଦିନଥିଲା ସୁନାନଦୀ ଚିରସ୍ରୋତା ଥିଲା । ବର୍ତ୍ତମାନ ଏହା ଏକ ସଙ୍କୁଚିତ ନାଳରେ ପରିଣତ ହେଲାଣି। ପ୍ରତିକାର ନ ହେଲେ ଆଗାମୀ ଦିନରେ ସୁନାନଦୀ ସୁରକ୍ଷା ଆନ୍ଦୋଳନ ଜୋର ଧରିବ । ସୁନାନଦୀ ସୁରକ୍ଷା ପ୍ରଶ୍ନ ନେଇ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ କହିଛନ୍ତି, ଯୋଡାବାସୀ ଆଉ କିଛି ବର୍ଷ ପରେ ଜଳ ସଙ୍କଟର ସମ୍ମୁଖୀନ ହେବେ। ସେ ବିଧାୟକ ଥିବାବେଳେ ନଦୀର ପୁନରୁଦ୍ଧାର ଲାଗି ୪ କୋଟି ଟଙ୍କା ବ୍ୟୟ ଅଟକଳର ଏକ ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହେଲା ନାହିଁ ା ଜଳସମ୍ପଦ ବିଭାଗ ପକ୍ଷରୁ ଯୋଡାର ବିଭିନ୍ନ ନଦୀଶଯ୍ୟାରେ ଚେକ୍‌ ଡ୍ୟାମ୍‌ ତିଆରି କରି ପାଣି ଛଡାଗଲେ ପାଣିର ଅସୁବିଧା ରହନ୍ତା ନାହିଁ । ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ବେଳେ ବିଭିନ୍ନ ଖଣିର ମାଟି ଓ ବର୍ଜ୍ୟବସ୍ତୁ ପଡି ସୁନାନଦୀର ଗଭୀରତା ପ୍ରାୟ ୫ରୁ ୧୦ ଫୁଟ୍‌ ପୋତି ହୋଇଗଲାଣି। ଏହାର ଶଯ୍ୟାକୁ ୧୦ ଫୁଟ୍‌ ଗଭୀରତା ଯାଏ ଖୋଳା ନ ଗଲେ, ଭବିଷ୍ୟତରେ ଜଳସଙ୍କଟ ବଢିବ ଓ ସୁନାନଦୀ ସତ୍ତା ହରାଇ ବସିବ ବୋଲି କହିଥିଲେ। ଉଲ୍ଲେଖନୀୟ ଯେ, ଯୋଡା ବ୍ଲକ ଭୂୟାଁରୋଇଡା ପଞ୍ଚାୟତର ଖଣ୍ଡବନ୍ଧ ନିକଟରେ ଥିବା ଟାଟା କମ୍ପାନୀର ଚୋରମାଲଦା ୧୦ନଂ. ଖଣି ନିକଟସ୍ଥ ସୁନାନଦୀ ଶଯ୍ୟାରେ କମ୍ପାନୀ ପକ୍ଷରୁ ବେଆଇନ୍‌ ଭାବେ ବନ୍ଧ ନିର୍ମାଣ କରାଯିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ା ସୁନାନଦୀ ଜଳକୁ ଖଣି ପାଇଁ ବ୍ୟବହାର କରାଗଲେ ଅଞ୍ଚଳବାସୀ ଜଳସଙ୍କଟର ସମୁଖୀନ ହେବା ସହ ନଦୀ ତଳମୁଣ୍ଡର ଲୋକେ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁ ଟାଟା ଷ୍ଟିଲ କମ୍ପାନୀ ଉକ୍ତ ବନ୍ଧକୁ ଭାଙ୍ଗି ଦେଇ ପରବର୍ତ୍ତୀ ସମୟରେ ବଡ ଇନ୍‌ଟେକ ଓ୍ବାଲ ମାଧ୍ୟମରେ ଜଳ ଶୋଷଣ ଯୋଜନା କରୁଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀ ମହାନଦୀ ବଞ୍ଚାଅ ଆନ୍ଦୋଳନର ସହଯୋଗ ଲୋଡିବାରୁ ଗତ ଜୁଲାଇ ୭ ତାରିଖରେ ଅନ୍ତର୍ଜାତୀୟ ରମଣ ମ୍ୟାଗେସେସ୍‌ ପୁରସ୍କାରପ୍ରାପ୍ତ ତଥା ଦେଶରେ ଜଳମାନବ କୁହାଯାଉଥିବା ଡ. ରାଜେନ୍ଦ୍ର ସିଂ ଓ ସୁଦର୍ଶନ ଦାସ ବଡବିଲର ଅଶୋକ ଠକରଙ୍କ ନେତୃତ୍ୱରେ ଆସି ସୁନାନଦୀର ସ୍ଥିତି ବୁଲି ଦେଖିଥିଲେ। ନଦୀର ଏଭଳି ଅବସ୍ଥା ଜାରି ରହିଲେ, ଆଗାମୀ ୧୦ବର୍ଷ ମଧ୍ୟରେ ଏହା ଶୁଖି ସତ୍ତା ହରାଇବ ବୋଲି ଜଳମାନବ ରାଜେନ୍ଦ୍ର କହିଥିଲେ। ସୁନାନଦୀ ସମତ ବୈତରଣୀର ଜଳ ଶୋଷଣ ଲାଗି କମ୍ପାନୀଗୁଡିକର ଲାଳାୟିତ ଦୃଷ୍ଟି ଅଞ୍ଚଳକୁ ବିନାଶ ଆଡକୁ ନେଇଯିବ ବୋଲି ଜଳମାନବଙ୍କ ସମେତ ପ୍ରତିନିଧିଦଳ ଆଶଙ୍କା ବ୍ୟକ୍ତ କରିଥିଲେ। ଯୋଡାରେ ଏକ ସର୍ଭିସିଂ ଷ୍ଟେଶନ ସୁନାନଦୀର ଜଳକୁ ପ୍ରଦୂଷିତ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନୀୟ ପୌରପାଳିକା ନୀରବଦ୍ରଷ୍ଟା ସାଜିବା ନେଇ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri