ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଗତ ନିର୍ବାଚନକୁ ଆଖି ଆଗରେ ରଖି ଓ ଆଇନ ସୁରକ୍ଷାକୁ ନଜର କରି ରାଜ୍ୟ ସରକାର କେତେକ ପୋଲିସ ଅଧିକାରଙ୍କୁ ଅଚାନକ ବଦଳି କରି ଦେଇଥିଲେ। ନିର୍ବାଚନ ଶେଷ ହେବା ପରେ ବଦଳିଥିବା ଅଧିକାରୀମାନେ ପୁଣି ସେହି ଅଞ୍ଚଳକୁ ଆସିବା ପାଇଁ ଲବି କରିଥିବାର ଜଣାପଡିଥିଲା। ଏହା ଜଣାପଡିବା ପରେ ଗତ ମେ ୨୭ରେ ବଦଳି ଅଫିସର ରାଜଧାନୀ ଫେରିବେ ବୋଲି ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ନିର୍ବାଚନର ୪ମାସ ପରେ ପୁଣି ବଦଳି ହୋଇଯାଇଛି। ଫଳରେ ବଦଳି ହୋଇ କଟକରେ ଆଇୟୁସିଏଡବ୍ଲ୍ୟୁରେ ଥିବା ଡିଏସ୍ପି ଅନୁପ କାନୁନଗୋଙ୍କୁ ରାଜଧାନୀକୁ ଏସିପି ଭାବେ ବଦଳି କରାଯାଇଛି। ସେ ରାଜଧାନୀରେ ୧୦ବର୍ଷ ରହିସାରିଥିଲେ ମଧ୍ୟ କିଭଳି ପୁଣି ରାଜଧାନୀକୁ ଅଣାଗଲା ତାହାକୁ ନେଇ ପୋଲିସ ବିଭାଗ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ପାଉଛି। ତାଙ୍କୁ ରାଜଧାନୀରେ କୌଣସି ଜୋନ୍ ଯଦି ଦିଆଯାଏ ତେବେ କଟକରୁ ଆସି ରହିଥିବା ଅନ୍ୟ ପୋଲିସ ଅଫିସରଙ୍କ ମଧ୍ୟରେ ବିଦ୍ରୋହ ଦେଖାଦେଉଛି। ତେଣୁ ତାଙ୍କର ରାଜଧାନୀକୁ ଆସିବାକୁ ନେଇ ପୁଣି ପୋଲିସ ମୁଖ୍ୟାଳୟ ଚିନ୍ତା କରନ୍ତୁ ବୋଲି ଅନେକ ପୋଲିସ ଅଫିସର ନିଜ ନାମ ଗୋପନ ରଖି କହିଛନ୍ତି।
ସେହିପରି କେନ୍ଦୁଝର ଜିଲାରେ ଥିବା ଇନ୍ସପେକ୍ଟର ମନୋଜ କୁମାର ରାଉତଙ୍କୁ ବାଲେଶ୍ୱରକୁ ଡିଏସ୍ପି ଇନ୍ଚାର୍ଜ ଭାବେ ବଦଳି କରାଯାଇଛି। ରାଉରକେଲା ବିସିଆର ସେଲରେ ଥିବା ଓପିଏସ୍ ରମାକାନ୍ତ ସାହୁଙ୍କୁ ଝାରସୁଗୁଡା ଏସ୍ଆରପିଓକୁ ବଦଳି କରାଯାଇଛି। ସେହିଭଳି ଯାଜପୁର ଜିଲା ମୁଖ୍ୟାଳୟରେ ଥିବା ଡିଏସ୍ପି ବିଜୟ କୁମାର ମଲ୍ଲିକଙ୍କୁ ଭୁବନେଶ୍ୱର ଏସ୍ଟିଏଫ୍ ଡିଏସ୍ପି ଭାବେ ବଦଳି କରାଯାଇଛି। କନ୍ଧମାଳ ହେଡ୍କ୍ୱାର୍ଟର୍ସରେ ଥିବା ଡିଏସ୍ପି ଅଜୟ କୁମାର ମିଶ୍ରଙ୍କୁ ଗଞ୍ଜାମ ଡିଏସ୍ପି ଭାବେ ବଦଳି କରାଯାଇଛି। ମୟୁରଭଞ୍ଜ ଜିଲା ଆଇୟୁସିଏଡବ୍ଲ୍ୟୁରେ ଥିବା ଲଳିତ କୁମାର ପଟ୍ଟନାୟକଙ୍କୁ ବେତନଟିକୁ ଏସ୍ଡିପିଓ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ରାଜଧାନୀରୁ କଟକ ଯାଇଥିବା ଏସିପି ଓ ଇନ୍ସପେକ୍ଟରଙ୍କୁ ଆଉ କିଛିଦିନ ପରେ ରାଜଧାନୀକୁ ବଦଳି କରାଯିବ ବୋଲି ଆଶଙ୍କା କରାଯାଉଛି। ଏପରିକି କେଉଁ ଅଫିସର କେଉଁ ଥାନାକୁ ଆସିବେ ସେନେଇ ସ୍ଥିର ହୋଇ ସାରିଥିବା କୁହାଯାଉଛି। କେବଳ ନୋଟିଫିକେଶନ୍ ବାହାରିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀରୁ ବିଦା ହୋଇଥିବା ଅଫିସରମାନଙ୍କୁ ପୁଣି ଏଠାକୁ ଆଣିବାର ରହସ୍ୟ କଣ ରହିଛି। ବର୍ତ୍ତମାନ ରାଜଧାନୀରେ ଥିବା ଅଫିସରଙ୍କ କଣ ଅପରାଧ ନିୟନ୍ତ୍ରଣ କରିବାର ଦକ୍ଷତା ନାହିଁ। ଯଦି ନାହିଁ ତେବେ ସେମାନଙ୍କୁ କ’ଣ ୪ମାସ ପାଇଁ ନିର୍ବାଚନ ପୂର୍ବରୁ ଭଡାରେ ରାଜଧାନୀକୁ ଅଣାଯାଇଥିଲା। ତାହାକୁ ନେଇ ଅନେକ ଲୋକେ ପ୍ରଶ୍ନ କରିଛନ୍ତି।
ସତ ହେଲା ଧରିତ୍ରୀ ଆଶଙ୍କା: ୬ ଡିଏସ୍ପିଙ୍କ ବଦଳି, ଭୁବନେଶ୍ୱର ଫେରିଲେ ଅନୁପ
Posted inଆମ ଜିଲା ଖବର, ମେଟ୍ରୋ, ରାଜ୍ୟ View All
୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ ମୃତଦେହ ବସ୍ତାରେ ବାନ୍ଧି…
ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…
ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…
ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…
ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍ ସମୟରେ ହଠାତ୍ ଉପଜିଲାପାଳଙ୍କ ନେତୃତ୍ୱରେ…
କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…
ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…
ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି
ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…
ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…
ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…
ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ
ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…
୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…
Archives

