ସତ ବଖାଣୁଛି ଗ୍ରାଉଣ୍ଡ ଜିରୋ

ଯାଜପୁର ଅଫିସ/ବ୍ରହ୍ମବରଦା (ଡି.ଏନ.ଏ.),୨୪ା୧୦:ଉଚ୍ଚରେ ଥିବା ଚାଷ ଜମିକୁ ନଦୀ ଏବଂ ଜଳଭଣ୍ଡାରରୁ ପାଣି ଉଠାଇ ଜଳସେଚନ କରିବା ମେଗା ଉଠା ଜଳସେଚନ ପ୍ରକଳ୍ପର ଲକ୍ଷ୍ୟ। ହେଲେ ସରକାରୀ ଫାଇଲରେ ଏହାର ଅଯଥା ସଫଳତା ବଖାଣିବା ସାର ହୋଇଛି ବୋଲି ଚାଷୀ ମହଲରେ ଅଭିଯୋଗ ହୋଇଛି। ରାଜ୍ୟରେ ୨୦୧୧-୧୨ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୬ ପର୍ଯ୍ୟାୟରେ ୨୦୮ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିରେ ୨,୬୪,୩୩୦ ହେକ୍ଟର ଜଳସେଚନ ପରିକଳ୍ପନା କରାଯାଇ ୭୪୯୫.୬୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ହେଲେ ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ ୧୯୩ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ସେଥିରେ ୨,୪୧,୨୫୬ ହେକ୍ଟର ଜମିରେ ଜଳସେଚନ ସୁବିଧା ହୋଇପାରିଛି। ବାକି ୧୫ ପ୍ରକଳ୍ପ ୨୦୨୩ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି। କିନ୍ତୁ ଯାଜପୁର ଜିଲାରେ ନିର୍ମାଣାଧୀନ ୧୨ ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବାବେଳେ ଏଯାଏ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଗ୍ରାଉଣ୍ଡ ଜିରୋ ସ୍ଥିତି ଏଭଳି ଥିବାବେଳେ ରାଜ୍ୟରେ ଉପରୋକ୍ତ ତଥ୍ୟର ବାସ୍ତବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯାଜପୁର ଜିଲାର ବଡ଼ଚଣା, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ୧୨ ପ୍ରକଳ୍ପରେ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ଯୋଜନା ହୋଇଛି। କିନ୍ତୁ ସମସ୍ତ ପ୍ରକଳ୍ପରେ ଏଯାଏ ପାଇପ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ସରକାରଙ୍କ ରୋଷର ଶିକାରରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ବୋଲି ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏଥିଯୋଗୁ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ବିପୁଳ ପରିମାଣର ଟଙ୍କା କୃଷକମାନଙ୍କ କାର୍ଯ୍ୟରେ ନ ଲାଗି ପାଣିରେ ପଡିବ ବୋଲି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ସେଥିରୁ ଧର୍ମଶାଳା ବ୍ଲକର ମଙ୍ଗଳପୁର ପଞ୍ଚାୟତରେ ଥିବା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଅଧାଗଢ଼ାରେ ଅଟକିଛି। ପମ୍ପ ହାଉସ୍‌ ନିର୍ମାଣ ହୋଇଥିବାବେଳେ କେତେକ ସ୍ଥାନରେ ପାଇପ ସଂଯୋଗ ନ ହୋଇ ପଡ଼ିରହିଛି। ରାହାପଡ଼ାଠାରେ କେଲୁଅ ନଦୀ କୂଳରେ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୬ରେ ଆରମ୍ଭ ହୋଇଥିଲା। ୩୦ମାସ ମଧ୍ୟରେ ଏହା ସମ୍ପନ୍ନ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ହେଲେ ଏଯାଏ ୬ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଚାଷୀଙ୍କ ଜମିରେ ଜଳସେଚନ ଆଶା ମଉଳି ଯାଇଛି। ଧର୍ମଶାଳା ବ୍ଳକର ଉତ୍ତରପ୍ରତାପ ଗ୍ରାମପଞ୍ଚାୟତର ଉତ୍ତରପ୍ରତାପ ୬୯.୬୪ ହେକ୍ଟର, ନରସିଂହପୁରର ୨୦.୬୯ ହେକ୍ଟର ଓ ନୀଳକଣ୍ଠପୁରର ୬୦୩୭ ହେକ୍ଟର, ଦେଉଦା ପଞ୍ଚାୟତର ଦେଉଦାର ୧୧୩.୩୪ ହେକ୍ଟର, ସେରପୁରର ୮.୦୯ ହେକ୍ଟର, ବାସୁଦେଇପୁରର ୩୯.୫୨ ହେକ୍ଟର ଓ ର୍ମିଜାପୁରର ୨୫.୪୪ ହେକ୍ଟର, ମଙ୍ଗଳପୁର ପଞ୍ଚାୟତର ମଙ୍ଗଳପୁରର ୮୧.୭୧ ହେକ୍ଟର ଓ କୋଠଡିହର ୫୧.୦୯ ହେକ୍ଟର, କୋତପୁର ଗ୍ରାମପଞ୍ଚାୟତର ରାଏପଡ଼ାର ୮୩.୭୩ ହେକ୍ଟର, ଅରାବଳ ଗ୍ରାମପଞ୍ଚାୟତର ଅରାବଳର ୫୮.୯୪ ହେକ୍ଟର, ବଡ଼ନହନଙ୍ଗରାର ୬୨.୬୮ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ଧାର୍ଯ୍ୟ ହୋଇଛି। ସେହିପରି ରସୁଲପୁର ବ୍ଳକର ସିଙ୍ଗାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ର ୧୦୭.୦୬ ହେକ୍ଟର, ବନ୍ଧଡିହ ପଞ୍ଚାୟତର ବନ୍ଧଡିହର ୬୨.୫୮ହେକ୍ଟର, ମଠସାହିର ୨୬.୫୫ ହେକ୍ଟର, ସାହାପଡ଼ାର ୧୬.୫୭ ହେକ୍ଟର, ଜୟସିଂହଡ଼ାର ୨୦୪.୪୯ ହେକ୍ଟର, ଗୋଳକୁଣ୍ଡର୨୪.୦୭ ହେକ୍ଟର, ମେଣ୍ଢର ୧୫.୧୪ ହେକ୍ଟର, କଟଣାର ୩.୧୯ ହେକ୍ଟର, ସଇସଣ୍ଢା ହରିପୁରର ୬୩.୯୫ ହେକ୍ଟର ଏବଂ ବଡଚଣା ବ୍ଳକର ବଡ଼ବାଲିକୁଦା ପଞ୍ଚାୟତ ଜନକର ୧୩୨.୪୬ ହେକ୍ଟର ଚାଷ ଜମିରେ ପାଣି ମାଡ଼ିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଚାଷୀ ସଂଗ୍ରାମ ବାରିକ, ପ୍ରଫୁଲ୍ଲ କୁମାର ବେହେରା, ନିରଞ୍ଜନ କାଣ୍ଡି କୁହନ୍ତି ମେଗା ଉଠା ଜଳସେଚନ ପ୍ରକଳ୍ପକୁ ନେଇ ବହୁ ଆଶା ରହିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଚାଷୀମାନେ ବହୁଳ ଭାବେ ଉପକୃତ ହୋଇପାରିବେ। କିନ୍ତୁ ନିୟୋଜିତ ଠିକାଦାରଙ୍କ ମନମାନି ଏବଂ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ତାହା ପଡ଼ିରହିଛି। ସରକାରଙ୍କୁ ସମ୍ପୂର୍ଣ୍ଣ ହୋଇଛି ବୋଲି ତଥ୍ୟ ଦେଇ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି। ନିୟୋଜିତ ଏଲ ଆଣ୍ଡ ଟି ଠିକାସଂସ୍ଥାର କନଷ୍ଟ୍ରକ୍ସନ ମ୍ୟାନେଜର ଶିବପ୍ରସାଦ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରାୟ ୮୦ ପ୍ରତିଶତ କାମ ସରିଯାଇଛି। ଯେଉଁଠି ଜମି ବିବାଦ ରହିଛି ସେଠାରେ ପାଇପ୍‌ ବିଛାରେ ବାଧା ସୃଷ୍ଟି ହୋଇଛି। ଏନେଇ ସରକାରଙ୍କୁ ସମସ୍ତ ତଥ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?