ସଚେତନତା ହିଁ ସଫଳତାର ପୁଞ୍ଜି

ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆଜ୍‌ମା ଦିବସ ଭାବେ ପାଳନ କରାଯାଇଥାଏ। ଲୋକମାନଙ୍କ ମଧ୍ୟରେ ଆଜ୍‌ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ‘ଗ୍ଲୋବାଲ ଇନିସିଏଟିଭ୍‌ ଫର୍‌ ଆଜ୍‌ମା(ଜିଆଇଏନ୍‌ଏ)’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ପ୍ରଥମେ ୧୯୯୮ରେ ଏହି ଅନୁଷ୍ଠାନ ଦ୍ୱାରା ବିଶ୍ୱ ଆଜ୍‌ମା ଦିବସ ପାଳନ କରାଯାଇଥିଲା। ପରେ ବିଶ୍ୱର ବିଭିନ୍ନ ଦେଶରେ ଏହାକୁ ପାଳନ କରାଯାଇଆସୁଛି। ଆଜ୍‌ମାକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ସେ ସମ୍ପର୍କରେ ଅଧିକ ଯତ୍ନବାନ ହେବା ଲାଗି ପରାମର୍ଶ ଦିଆଯାଇଥାଏ। ବିଶ୍ୱବ୍ୟାପୀ ପ୍ରାୟ ୨୪ କୋଟି ଲୋକ ଏହି ରୋଗରେ ପୀଡ଼ିତ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦର୍ଶାଯାଇଛି। ସାଧାରଣତଃ ପିଲାମାନଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖାଦେଇଥାଏ। ଆଜ୍‌ମା କେବେହେଲେ ଭଲ ହୋଇ ନ ଥାଏ, ହେଲେ ଏହାକୁ ସଠିକ୍‌ ନିୟନ୍ତ୍ରଣ କରାଯାଇ ପାରିଲେ ଜଣେ ଉନ୍ନତ ମାନର ଜୀବନ ଯାପନ କରିପାରିବ। ଆଜ୍‌ମା ପୀଡ଼ିତମାନଙ୍କ ଛାତି ଓଜନିଆ ଲାଗିବା, କଫ ବାହାରିବା, ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଥଣ୍ଡା, ଧୂଳି, ଧୂଆଁ ଏହି ରୋଗର ପ୍ରଧାନ ଶତ୍ରୁ ବୋଲି କୁହାଯାଏ। ବିଭିନ୍ନ ଲୋକଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର ଆଜ୍‌ମା ଲକ୍ଷଣ ଦେଖାଯାଇଥାଏ। ଡାକ୍ତରଙ୍କ ପରାମର୍ଶ ମାନି ଚଳିବା ଓ ସେମାନଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରୀ। ଦୈନିକ ବ୍ୟାୟାମ କରିବା ଦ୍ୱାରା ଜଣେ ରୋଗୀ ଏଥିରୁ କିଛି ମାତ୍ରାରେ ଉପଶମ ପାଇଥାଏ। ବିଭିନ୍ନ ବର୍ଗର ଲୋକଙ୍କୁ ଆଜ୍‌ମା ଆକ୍ରାନ୍ତ କରିଥାଏ। କିନ୍ତୁ ସଚେତନ ହେବା ଓ ସଂଯମ ହୋଇ କାର୍ଯ୍ୟକଲେ ଜଣେ ସରଳ, ସ୍ବାଭାବିକ ଓ ସଫଳ ଜୀବନ ଅତିବାହିତ କରିବାରେ କୌଣସି ଅସୁବିଧା ନ ଥାଏ। ଚଳିତବର୍ଷ କରୋନା ଭାଇରସ୍‌ ବିଶ୍ୱକୁ ଆତଙ୍କିତ କରି ରଖିଥିବା ବେଳେ ସଙ୍ଗଠନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରାଯିବାର ସମ୍ଭାବନା ନାହିଁ। ତେଣୁ କେବଳ ସଚେତନତା ହିଁ ସବୁକିଛି ବୋଲି ଆମକୁ ମାନିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?