ସଚିବାଳୟ ହେବ ଲୋକସେବା ଭବନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଶା ସଚିବାଳୟର ନାଁ ବଦଳିବ। ଏହାର ନୂତନ ନାମ ରହିବ ଓଡ଼ିଶା ଲୋକସେବା ଭବନ। ସୋମବାର ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି। ସଚିବଙ୍କ ନାମରେ ସଚିବାଳୟ ରହୁଥିବାରୁ ଏହାକୁ ନେଇ ବିରୋଧୀ ବିଭିନ୍ନ ସମୟରେ ଆପତ୍ତି ଉଠାଇ ଆସୁଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଲା ଯେ ବିଭାଗର ମୁଖ୍ୟ ହେଉଛନ୍ତି ମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟାଳୟକୁ ମନ୍ତ୍ରଣାଳୟ ଭାବେ ନାମିତ କରାଯାଇଛି। ସେହିଭଳି ସଚିବାଳୟକୁ ବଦଳାଯାଇ କାହିଁକି ମନ୍ତ୍ରଣାଳୟ କରାଯିବ ନାହିଁ। ସରକାର ଏହାକୁ ଗୁରୁତର ସହ ନେଇ ସଚିବାଳୟ ନାମକୁ ପରିବର୍ତ୍ତନ କରିବାକୁ ବିରୋଧୀ ଦଳ ସଦସ୍ୟମାନେ ଦୀର୍ଘବର୍ଷ ହେବ ଦାବି କରିଆସୁଥିଲେ। ଶେଷରେ ସରକାର ସଚିବାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଚିବାଳୟର ନାମ ମନ୍ତ୍ରଣାଳୟ କରି ନ ଥିଲେ ମଧ୍ୟ ଏହାକୁ ଲୋକମାନଙ୍କ ସେବା ପାଇଁ ଉତ୍ସର୍ଗ କରି ଲୋକସେବା ଭବନର ନାମରେ ନାମିତ କରିଛନ୍ତି। ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସରକାର ସଚିବାଳୟର ନାମ ଲୋକସେବା ଭବନ ନାମରେ ନାମିତ କରିଥିବା କୁହାଯାଉଛି।
ସୋମବାର ଖର୍ଚ୍ଚ ଦାବି ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ବିଶ୍ୱାସଭାଜନ ହେବା ଯୋଗୁ ଲଗାତର ୫ଥର ଆମ ସରକାର ଶାସନକୁ ଫେରିଛି। ଏଥିପାଇଁ ମୁଁ ଲୋକଙ୍କ ନିକଟରେ ଋଣୀ। ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଆମେ କଠିନ ପରିଶ୍ରମ ଜାରି ରଖିବୁ । ଗରିବ ଓ ଅବହେଳିତ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଫନୀ ପରେ ରିଲିଫ ପାଣ୍ଠିକୁ ବିଭିନ୍ନ ଉତ୍ସରୁ ୪୬୨ କୋଟି ଟଙ୍କା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିଛି। ଗତ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଥିବା ବେଳେ ସେପରି କୌଣସି ବଡ଼ଧରଣର ଗଣ୍ଡଗୋଳ ହୋଇନାହିଁ। ଗତ କିଛିବର୍ଷ ହେବ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣରେ ରହିଛି। ତେବେ ରାଜ୍ୟର କେତେକ ଦୁର୍ଗମ ଅଞ୍ଚଳ, ଆନ୍ଧ୍ର ଏବଂ ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳ ଚିନ୍ତାର କାରଣ ହୋଇଛି। ୭ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଗୁରୁପ୍ରିୟା ସେତୁ ସ୍ବାଭିମାନ ଅଞ୍ଚଳର ବିକାଶରେ ସହାୟତା ହୋଇଛି। ରାଜ୍ୟ ସରକାର ମହିଳା, ଶିଶୁ ଏବଂ ଦୁର୍ବଳ ଶ୍ରେଣୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ମାମଲା ବୋଝ କମାଇବା ପାଇଁ ଗ୍ରାଜୁଏଟ କନ୍‌ଷ୍ଟେବଳ ଏବଂ କ୍ରାଇମ ଇଣ୍ଟେଲିଜେନ୍ସ ହାବିଲଦାରଙ୍କୁ କେତେକ କେସ୍‌ରେ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ୧୪୮ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ଏବଂ ୧୧ ଜଣ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ନିଯକ୍ତି ଦିଆଯାଇଛି। ରାଜ୍ୟର ପୋଲିସ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯାଇଛି। ଜେଲଗୁଡିକୁ ଇ-ପ୍ରିଜନ ମାଧ୍ୟମରେ ପରିଚାଳନା କରାଯାଉଛି। ଖାଲିଥିବା ସ୍ଥାନରେ ନିଯୁକ୍ତି ଦେବା ଲାଗି ଓଡିଶା ଲୋକସେବା ଆୟୋଗ(ଓପିଏସ୍‌ସି), ଷ୍ଟାଫ୍‌ ସିଲେକ୍ସନ କମିଶନ ଏବଂ ଓଡିଶା ସବ୍‌ଅର୍ଡିନେଟ ଷ୍ଟାଫ୍‌ ସିଲେକ୍ସନ ନିୟମିତ ପରୀକ୍ଷା କରାଉଛନ୍ତି। ପ୍ରଶାସନିକ ସ୍ବଚ୍ଛତା ଆଣିବାକୁ ରାଜ୍ୟରେ ୨୦୧୯ ମାର୍ଚ୍ଚ ୨୦ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହୋଇଛି। ଗତବର୍ଷ ରାଉରକେଲାଠାରେ ଭିଜିଲାନ୍ସ ଏକାଡେମୀ ଖୋଲାଯାଇଥିବା ବେଳେ ଏକ ନୂତନ ଭିଜିଲାନ୍ସ ଡିଭିଜନ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୧୯ରେ ଭିଜିଲାନ୍ସ ପକ୍ଷରୁ ୧୩୭ଟି ଆପରାଧିକ ମାମଲା ରୁଜୁ କରାଯାଇଛି। ସେଥିରୁ ୨୬ଟି ମାମଲା ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୬୭ଟି ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ। ୪୪ଟି ସରକାରୀ ସମ୍ପତ୍ତି ଲୁଟ୍‌ ମାମଲା ରୁଜୁ ହୋଇଛି। ଖୁବ୍‌ଶୀଘ୍ର ରାଜ୍ୟରେ ପୋଲିସ ଆଇନ କାର୍ଯ୍ୟକାରୀ କରିବାକୁ ସରକାର ଉଦ୍ୟମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶରେ ଯଦି ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି, କୋଟି କୋଟି ଟଙ୍କାର ପୁଞ୍ଜି ନିବେଶକୁ ରାଜ୍ୟ ଆକର୍ଷିତ କରିପାରୁଛି ତେବେ ଏହାର ଅର୍ଥ ରାଜ୍ୟରେ ଆଇନ ଶୃଙ୍ଖଳା ଅବସ୍ଥା ଭଲ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ଗୁଜରାଟ ସିରିଏଲ ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ,୭।୭: ୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଗୁଜରାଟ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟ ୩୮ ଜଣ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri