ସଚିବଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ତତ୍ପରତା

ଯାଜପୁର ଅଫିସ,୧।୨: ଯାଜପୁର ଜିଲା ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣରେ ହୋଇଥିବା ଅନିୟମିତତା ସଂକ୍ରାନ୍ତରେ ବିଭାଗୀୟ ତତ୍ପରତା ଦେଖିବାକୁ ମିଳିଛି। ଓଡ଼ିଶା ସରକାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅଧସ୍ଥନ ସଚିବ ଏସ୍‌.ଆର୍‌. ପଟ୍ଟନାୟକ ତାଙ୍କ ପତ୍ରସଂଖ୍ୟା ୨୩୪୬୪/୧୩ା୧୨ା୨୦୧୯ରେ ନିର୍ଦ୍ଦେଶ ପରେ ଏବେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୭୬୮/୩୧ା୧ା୨୦୨୦ରେ କଟକ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ଗତ ଜୁଲାଇ ମାସରେ ଯନ୍ତ୍ରୀ ପ୍ରାଧିକରଣ ପକ୍ଷରୁ ସୁକିନ୍ଦା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ନୀରିକ୍ଷଣ କରାଯାଇଥିଲା। ନୀରିକ୍ଷଣ ରିପୋର୍ଟ ଉପରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ତେବେ ଉକ୍ତ ଖବରକୁ ଆଧାର କରି ଗତ ଡିସେମ୍ବର ୩ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ଅଭିଯୋଗ କରାଯାଇଥିଲା। ଅଭିଯୋଗରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୭୯.୫୬ କୋଟି ଟଙ୍କା ମୂଲ୍ୟରେ ଠିକାସଂସ୍ଥା ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ(ଏନ୍‌ସିସି) ଦ୍ୱାରା ନିର୍ମାଣ ହେଉଥିବା ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ ଇଞ୍ଜିନିୟର୍ସ ଅଟରିଟ ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ନୀରିକ୍ଷଣରେ ଗୋଟିଏ ଖାତ(ଟ୍ରେଂଞ୍ଚ)ରେ ଆବଶ୍ୟକଠାରୁ କମ୍‌ ଖାତ ଖୋଳି ପାଇପ ବିଛା, ନିକଟସ୍ଥ ପାଟଣାଠାରେ ନିର୍ମାଣାଧୀନ ଇଏସ୍‌ଆରସ୍ତରରେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ନ ହେବା ଆଦି ଅନିୟମିତତା ଦେଖିବାକୁ ମିଳିଥିଲା। ଏହାପରେ ଇଞ୍ଜିନିୟର୍ସ ଅଟରିଟି ରିପୋର୍ଟକୁ ଭିତ୍ତି କରି ବିଭାଗୀୟ ଇଞ୍ଜିନିୟର୍ସ-ଇନ୍‌-ଚିଫ୍‌ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାବାଦ ପ୍ରକଳ୍ପର ବିଭିନ୍ନ କଂକ୍ରିଟ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଷ୍ଟିଲ୍‌ ସାମଗ୍ରୀର ଗୁଣବତ୍ତା ଉପରେ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ପକ୍ଷରୁ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଷ୍ଟିଲ୍‌ ସାମଗ୍ରୀ ବ୍ୟବହାର ଅନୁପଯୋଗୀ ବୋଲି ଅଥରିଟି ଅନୁଭବ କରିବା ପରେ ବିଭାଗକୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଶ୍ୟାମ ଷ୍ଟିଲରୁ କିଣାଯାଇଥିବା ସମସ୍ତ ଷ୍ଟିଲ ସାମଗ୍ରୀକୁ ହଟାଇ ଦେବାକୁ ଠକା ସଂସ୍ଥା ଏନ୍‌ସିସିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ କେତେକ ବିଭାଗୀୟ ଅଧିକାରୀଙ୍କୁ ହାତ କରି କିଣାଯାଇଥିବା ଷ୍ଟିଲ ସାମଗ୍ରୀକୁ ଦ୍ୱିତୀୟ ଥର ପାଇଁ କଟକ ସେଣ୍ଟ୍ରାଲ ଲାବୋରୋଟୋରୀ(ଆରଆଣ୍ଡବି) ଏବଂ ଭୁବନେଶ୍ୱର ଆଇଏମ୍‌ଏମ୍‌ଟି ଲାବେରୋଟୋରୀରେ ପରୀକ୍ଷା କରାଯାଇଥିଲା। ଯାହାର ରିପୋର୍ଟରେ ସେହି ଷ୍ଟିଲ ସାମଗ୍ରୀର ଗୁଣବତ୍ତା ସନ୍ତୋଷଜନକ ଓ ବ୍ୟବହାର ଉପଯୋଗୀ ବୋଲି ଦର୍ଶାଯାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ଆରଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜିନିୟର ତାଙ୍କ ପତ୍ରସଂଖ୍ୟା ୭୮୪୨/୧୦ା୯ା୨୦୧୯ରେ ଠିକାସଂସ୍ଥା ଏନ୍‌ସିସିର ସହକାରୀ ଜେନେରାଲ ମ୍ୟାନେଜରଙ୍କୁ ଷ୍ଟିଲ୍‌ ସାମଗ୍ରୀ ପୁଣି ବ୍ୟବହାର ହୋଇପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଦ୍ୱିତୀୟବାର ପରୀକ୍ଷା କରାଯିବା ନେଇ କୌଣସି ସନ୍ତୋଷଜନକ ଉତ୍ତର ବିଭାଗ ପାଖରେ ନାହିଁ ବୋଲି ଇ-ଅଭିଯୋଗରେ ଦର୍ଶାଯାଇଥିଲା। ଏହାସହ ବ୍ୟବହାର ହୋଇଥିବା ଷ୍ଟିଲ୍‌ ସାମଗ୍ରୀରମାନ ନେଇ ଆଉଥରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦାବି ହୋଇଛି। ଏନେଇ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରେ ଆବଶ୍ୟକ ପରୀକ୍ଷା କରିବା ପରେ ଷ୍ଟିଲ ସାମଗ୍ରୀର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଏଥିରେ କୌଣସି ପ୍ରକାର ଅନିୟମିତତା କରାଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସମିତି ବୈଠକ ବୈଠକ ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତଙ୍କ ଆବାହନ କ୍ରମେ କନ୍ଧମାଳ ଜିଲା...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

ନିଜ ହାତରେ ରାସ୍ତା ଖୋଳିଲେ ଭାଜପା ବିଧାୟକ: ଗୁଣବତ୍ତାର ଖୋଲିଲା ପୋଲ୍‌

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ଦିଣ୍ଡୋରୀର ଶାହପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ଧୁର୍ଭେ ବିଭାଗୀୟ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛନ୍ତି।...

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri