ସଙ୍କଟରେ ବଜ୍ରକାପ୍ତା

ମନୁଷ୍ୟ ଯୋଗୁ ହିଁ ଆଜି ବିଶ୍ୱର ବନ୍ୟପ୍ରାଣୀ ସଙ୍କଟରେ। କିନ୍ତୁ ଆମେ ମନେରଖିବା ଉଚିତ ଯେ, ବନ୍ୟପ୍ରାଣୀଙ୍କ ଅନୁପସ୍ଥିତି ପୃଥିବୀର ପରିବେଶ ସମ୍ବନ୍ଧୀୟ ସନ୍ତୁଳନକୁ ବିଗାଡ଼ିଦେବ। ବିଶ୍ୱର ଜୈବ ବିବିଧତାରେ ବନ୍ୟପ୍ରାଣୀଙ୍କ ଉଲ୍ଲେଖନୀୟ ଭୂମିକା ରହିଛି। ତେଣୁ ସେମାନଙ୍କ ସୁରକ୍ଷା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ୩ରେ ପାଳନ କରାଯାଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ। ଚଳିତବର୍ଷ ଏହି ଦିବସ ପାଳନର ଥିମ ରହିଛି ‘ସଷ୍ଟେନିଂ ଅଲ୍‌ ଲାଇଫ ଅନ୍‌ ଆର୍ଥ’ ଅର୍ଥାତ୍‌ ‘ପୃଥିବୀର ସମସ୍ତ ଜୀବନକୁ ବଞ୍ଚାଇ ରଖିବା’। ଏହି ଥିମରେ ପୃଥିବୀପୃଷ୍ଠରେ ସମସ୍ତ ଜୀବନକୁ ସନ୍ତୁଳିତ କରି ସମସ୍ତଙ୍କ ମଙ୍ଗଳ ଉପଲକ୍ଷେ କାର୍ଯ୍ୟ କରିବା ପାଇଁ ସମସ୍ତେ ଚେଷ୍ଟା କରିବାକୁ ସାଇଟିସ (CITES- କନଭେନଶନ ଅନ୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଇନ୍‌ ଏନ୍‌ଡେନଜଡ୍‌ ସ୍ପେସିସ୍‌) ତରଫରୁ ଆହ୍ବାନ ଦିଆଯାଇଛି।

ଭୁବନେଶ୍ୱର, ୩ା୩ (ବ୍ୟୁରୋ)ମନୁଷ୍ୟର ଅତ୍ୟଧିକ ଲୋଭ ପାଇଁ ବନ୍ୟପ୍ରାଣୀଙ୍କ ଶିକାର ବଢ଼ିବାରେ ଲାଗିଛି। ଫଳରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ସ୍ଥଳଭାଗରେ ଦାନ୍ତ ପାଇଁ ହାତୀ, ଛାଲ ପାଇଁ ବାଘ, ଶିଙ୍ଗ ପାଇଁ ଗଣ୍ଡା ଇତ୍ୟାଦି ଅଧିକ ଶିକାର କରାଯାଉଛି। ତେବେ ସାରା ବିଶ୍ୱରେ ସର୍ବାଧିକ ଶିକାର ହେଉଥିବା ପ୍ରାଣୀଟି ହେଲା ବଜ୍ରକାପ୍ତା।
ଓଡ଼ିଶାରେ ମଧ୍ୟ ବଜ୍ରକାପ୍ତା ଚୋରା କାରବାର ବହୁତ ହେଉଛି। ବନ୍ୟପ୍ରାଣୀ ଚୋରା କାରବାର ପାଇଁ ଇଣ୍ଟରନେଟ୍‌ ଏକ ମାଧ୍ୟମ ସାଜିଛି। ଦଲାଲମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ନିରୀହ ଲୋକଙ୍କୁ ଟାର୍ଗେଟ୍‌ କରିଥାନ୍ତି। ଏମାନେ ଜଙ୍ଗଲରୁ ବଜ୍ରକାପ୍ତା ଖୋଜନ୍ତି, ଧରନ୍ତି ଓ ଦଲାଲଙ୍କୁ ମାତ୍ର ଅଳ୍ପ ଟଙ୍କାରେ ଦେଇଥାନ୍ତି। ଏହାପରେ ଦଲାଲମାନେ ଅନ୍ୟ ରାଜ୍ୟରେ ଥିବା ର଼୍ୟାକେଟ୍‌ର ସଦସ୍ୟଙ୍କୁ ହସ୍ତାନ୍ତର କରିଥାନ୍ତି। ବଜ୍ରକାପ୍ତାର କାତି, ମାଂସ ପାଇଁ ଏହାର ଚାଲାଣ ହୋଇଥାଏ। ବିଶେଷକରି ଏହାର କାତିକୁ ଚାଇନା, ଭିଏତନାମା, ମ୍ୟାନମାର୍‌ ଭଳି ଦେଶକୁ ଅଧିକ ଚାଲାଣ କରାଯାଉଛି। କାରଣ ବଜ୍ରକାପ୍ତା କାତିରୁ ପାରମ୍ପରିକ ଔଷଧ ପ୍ରସ୍ତୁତ ହୋଇଥାଏ। ଏହାଛଡ଼ା ବିଭିନ୍ନ ଅଳଙ୍କାର ମଧ୍ୟ ପ୍ରସ୍ତୁତ ହୋଇଥାଏ।
ଅଭୟାରଣ୍ୟରେ ଅବାଧ ଚଳପ୍ରଚଳ ବନ୍ଦ କରିବାକୁ ପଡ଼ିବ
ବନ୍ୟପ୍ରାଣୀ ବିଶେଷଜ୍ଞ ଲାଲା ଏ.କେ. ସିଂ କୁହନ୍ତି, ଓଡ଼ିଶାରେ କେତେ ବଜ୍ରକାପ୍ତା ଅଛନ୍ତି ତାହା ଜଣାପଡ଼ି ନାହିଁ। କାରଣ ଏମାନେ ଗାତ ଭିତରେ ରୁହନ୍ତି। ସନ୍ଧ୍ୟା ହେଲେ ବାହାରକୁ ବାହାରନ୍ତି। ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଘଟଣାକୁ ଦେଖିଲେ ସେମାନଙ୍କ ଉପସ୍ଥିତି ଅଧିକ ବୋଲି ଜଣାପଡ଼ୁଛି। ବଜ୍ରକାପ୍ତା ଚୋରା କାରବାର କରୁଥିବା ର଼୍ୟାକେଟ୍‌ ବହୁତ ଲମ୍ବା। ଏହାକୁ ରୋକିବାକୁ ହେଲେ ପ୍ରଥମେ ଅଭୟାରଣ୍ୟକୁ ଅବାଧ ଚଳପ୍ରଚଳ ବନ୍ଦ କରିବାକୁ ପଡ଼ିବ। ଯେଉଁମାନଙ୍କୁ ଏହି ଚାଲାଣରେ ଗିରଫ କରାଯାଉଛି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।
ବନବିଭାଗ ଏ ଦିଗରେ ଦୃଷ୍ଟିଦେବା ଉଚିତ
ନିକଟରେ ଓ୍ବାଇଲ୍ଡଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି)ର ଏଡିଜି ତିଳୋତ୍ତମା ବର୍ମା ଭୁବନେଶ୍ୱରକୁ ଆସିଥିଲେ। ଏହି ସମୟରେ ସେ କହିଥିଲେ ଯେ, ବଜ୍ରକାପ୍ତା ଏକ ଅତି ବିଲୁପ୍ତ ପ୍ରାଣୀ। ପ୍ରଥମେ ଏହାର କାତି ଚୋରା କାରବାର ହେଉଥିଲା। ବର୍ତ୍ତମାନ ଏହା ଜୀବନ୍ତ ଚୋରାଚାଲାଣ ହେଉଛି। ଓଡ଼ିଶାର ବନ ବିଭାଗକୁ ଏ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ଏହି ଅତି ବିଲୁପ୍ତ ପ୍ରାଣୀକୁ କିପରି ସୁରକ୍ଷା ଦିଆଯାଇପାରିବ ଓ ସଂରକ୍ଷଣ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବା ଜରୁରୀ।

ଓଡ଼ିଶା ଉପରେ ଦଲାଲଙ୍କ ନଜର
ବିଶ୍ୱରେ ଚୋରା ଚାଲାଣ ହେଉଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ବଜ୍ରକାପ୍ତା ଅନ୍ୟତମ। ଭାରତରେ ତିନି ପ୍ରକାର ବଜ୍ରକାପ୍ତା ଦେଖାଯାଆନ୍ତି। ଓଡ଼ିଶାରେ ଯେଉଁ ବଜ୍ରକାପ୍ତା ଦେଖାଯାଆନ୍ତି, ତାହା ଆକାରରେ ବଡ଼ ଥାଏ; ଯାହାଫଳରେ ଏଥିରୁ ଅଧିକ ଟଙ୍କା ମିଳିଥାଏ। ଏହାଛଡ଼ା ଏଠାରେ ସୁରକ୍ଷା ଦିଗରେ ଅଧିକ ଦୃଷ୍ଟି ଦିଆଯାଉ ନ ଥିବାରୁ ଦଲାଲଙ୍କ ନଜର ଓଡ଼ିଶା ଉପରେ ପଡ଼ୁଛି।

ଚାଇନାକୁ ହେଉଛି ଚାଲାଣ
ଓଡ଼ିଶାର ଆଠଗଡ଼ଠାରୁ ଆରମ୍ଭ କରି ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ମାଲକାନଗିରି ଆଦି ଜିଲାରୁ ଜବତ ହୋଇଛି ବଜ୍ରକାପ୍ତା। କେବଳ ଉପକୂଳ ଓଡ଼ିଶାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସବୁ ଅଞ୍ଚଳରେ ବଜ୍ରକାପ୍ତାର ଉପସ୍ଥିତି ରହିଛି। ଏମାନେ ବହୁତ ଶାନ୍ତ ସ୍ବଭାବର ପ୍ରାଣୀ ହୋଇଥିବାରୁ ଏହା ଚାଲାଣ କରିବାକୁ ସହଜ ହୋଇଥାଏ। ଓଡ଼ିଶାରୁ ପଶ୍ଚିମବଙ୍ଗ ଯିବାପରେ ସେଠାରୁ ଚାଇନାକୁ ଯାଉଛି।

କୋଡ୍‌ ଓ୍ବାର୍ଡରେ ହୋଇଥାଏ ଡିଲ୍‌

ଗତ ଡିସେମ୍ବର ୧ରେ ଆଠଗଡ଼ ଡିଭିଜନ୍‌ରୁ ବଜ୍ରକାପ୍ତା ଚୋରାଚାଲାଣ କରୁଥିବା ଏକ ବଡ଼ ର଼୍ୟାକେଟ୍‌କୁ ବନବିଭାଗ ଧରିଥିଲା। ଏଥିରେ ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ ବଜ୍ରକାପ୍ତାକୁ କିପରି ଚାଲାଣ କରାଯାଏ, ତା’ର ତଥ୍ୟ ଜାଣିବାକୁ ପାଇଥିଲା ବନ ବିଭାଗ। କୋଡ୍‌ ଓ୍ବାର୍ଡରେ ଦଲାଲଙ୍କ ସହିତ ଡିଲ ହୋଇଥାଏ ବୋଲି ଜଣାପଡ଼ିଥିଲା। ଯେଉଁମାନେ ବଜ୍ରକାପ୍ତାକୁ ସଂଗ୍ରହ କରନ୍ତି, ସେମାନେ ଭିଡିଓ ପ୍ରସ୍ତୁତ କରି ଦଲାଲଙ୍କ ପାଖଙ୍କୁ ପଠାନ୍ତି। ଉକ୍ତ ଭିଡିଓରେ ସେମାନେ ବଜ୍ରକାପ୍ତା ଉପରେ ଟଙ୍କା ରଖି ତା’ର ଓଜନର ସୂଚନା ଦେଇଥାନ୍ତି। ଯଦି ୧୦ଟଙ୍କା ରଖିଥିବେ ତେବେ ତାହା ୧୦କେଜି ବୋଲି ସୂଚନା ଯାଇଥାଏ। ସ୍କେଲ୍‌ ରଖାଯାଇ କାତିର ମାପ ମଧ୍ୟ ଦେଖାଇଥାନ୍ତି। ଏସବୁ ଦେଖିଲା ପରେ ଦଲାଲ ଏକ ଟଙ୍କା ଉକ୍ତ ଲୋକଙ୍କ ପାଖକୁ ପଠାନ୍ତି। ସେହି ଟଙ୍କାର ନମ୍ବର ଦଲାଲ ରଖିଥାନ୍ତି। ଟଙ୍କା ପାଇବା ପରେ ତାହାକୁ ବଜ୍ରକାପ୍ତା ଉପରେ ରଖି ପୁଣି ଭିଡିଓ ଦେଇଥାନ୍ତି। ସେଥିରୁ ଦଲାଲ ଜାଣେ ଯେ ତା’ ପାଖରେ ବଜ୍ରକାପ୍ତା ରହିଛି।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?