ସଂଶୋଧିତ ମୋଟରଯାନ ଆଇନ ଜରିମାନାକୁ ଭୟ: ଆର୍‌ଟିଓ କ୍ୟାମ୍ପ ଅଫିସ୍‌ରେ ପ୍ରବଳ ଭିଡ଼

ବ୍ରହ୍ମପୁର ଅଫିସ୍‌,୨୫ା୯-ସଂଶୋଧିତ ମୋଟରଯାନ ଆଇନ-୨୦୧୯ରେ ଜରିମାନା ଅର୍ଥ ଅଧିକ ଥିବା ଯୋଗୁ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜରିମାନାରୁ ବର୍ତ୍ତିବା ପାଇଁ ଲୋକମାନେ ଗାଡ଼ି ପ୍ରଦୂଷଣ ପ୍ରମାଣପତ୍ରଠାରୁ ଆରମ୍ଭ କରି ବୀମା ନବୀକରଣ କରାଉଛନ୍ତି। ସେହିଭଳି ଚାଳକମାନେ ଡ୍ରାଇଭିଂ ଲାଇସେନ୍ସ କରୁଛନ୍ତି। ଏସବୁ ପାଇଁ ପରିବହନ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳୁଛି। ଛତ୍ରପୁରରେ ଥିବା ପରିବହନ କାର୍ଯ୍ୟାଳୟ ଉପରୁ ବୋଝ କମାଇବା ପାଇଁ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ କ୍ୟାମ୍ପ ଅଫିସ୍‌ ଖୋଲାଯାଇଛି। ସୋମବାରରୁ ଆରମ୍ଭ ହୋଇଥିବା କ୍ୟାମ୍ପ ଅଫିସ୍‌ ବୁଧବାର ପର୍ଯ୍ୟନ୍ତ ଚାଲିବ। ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବିଶେଷକରି ପ୍ରଦୂଷଣ ସାର୍ଟିଫିକେଟ୍‌ କରିବା ପାଇଁ ଲମ୍ବା ଲାଇନ୍‌ ଲାଗୁଛି। ମାତ୍ର ତିନୋଟି ମେଶିନ୍‌ ଥିବା ବେଳେ ଆବେଦନକାରୀଙ୍କ ସଂଖ୍ୟା ଢ଼େର୍‌ ଅଧିକ ରହୁଛି।
ସୋମବାର ପ୍ରଥମ ଦିନରେ କେବଳ ଛାତ୍ରୀଛାତ୍ରଙ୍କ ପାଇଁ ଅଫିସ୍‌ କାର୍ଯ୍ୟ କରିଥିଲା। ହେଲେ ଗୋଟିଏ ଦିନରେ ଆବେଦନ ସଂଖ୍ୟା ଆଶାତୀତ ଅଧିକ ଥିବା ଯୋଗୁ ସମସ୍ୟା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଦ୍ୱିତୀୟ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। କିନ୍ତୁ ଆବେଦନକାରୀଙ୍କ ମଧ୍ୟରେ ଛାତ୍ରୀଛାତ୍ର ରହିଥିଲେ। ବାୟୁ ଓ ଶବ୍ଦ ପ୍ରଦୂଷଣ ନିୟମ ଖିଲାପ କଲେ ୧୦ହଜାର ଟଙ୍କା ଜରିମାନା ରହିଛି। କିନ୍ତୁ ଭିଡ଼ ଯୋଗୁ ଠିକ୍‌ ଭାବେ ପ୍ରଦୂଷଣ ଯାଞ୍ଚ କରାଯାଉ ନ ଥିଲା। ତରବରିଆ ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଲର୍ନିଂ ଲାଇସେନ୍ସ ପ୍ରଦାନ କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କ ଭିଡ଼ ଦେଖାଦେଇଛି। ନିଜ କ୍ୟାମ୍ପସ୍‌ରେ ସୁବିଧା ମିଳୁଥିବା ଯୋଗୁ ସେମାନେ ଖୁସି ପ୍ରକାଶ କରିଥିଲେ।
କେବଳ ଖଲ୍ଲିକୋଟ କଲେଜରେ ଏହି କ୍ୟାମ୍ପ ଖୋଲାଯିବାରୁ ଅନ୍ୟାନ୍ୟ କଲେଜରେ ଅସନ୍ତୋଷ ପ୍ରକାଶ ପାଇଛି। ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ର ନେତା ଦେବାନନ୍ଦ ପଣ୍ଡା ଏହାକୁ ନାପସନ୍ଦ କରିଛନ୍ତି। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରତ୍ୟେକ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଏଭଳି ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ରୀଛାତ୍ର ଏବେ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଛତ୍ରପୁର ପରିବହନ କାର୍ଯ୍ୟାଳୟକୁ ଯାଉଛନ୍ତି। ଫଳରେ ଗୋଟିଏ ଦିନ ପୂରା ନଷ୍ଟ ହେଉଛି। ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ଯେମିତି କ୍ୟାମ୍ପ ଅଫିସ୍‌ ଖୋଲାଯାଇଛି, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ସେଭଳି କ୍ୟାମ୍ପ ଅଫିସ୍‌ ଖୋଲାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri