ଷ୍ଟ୍ରେଚର ଅଭାବ, କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଅଫିସ, ୨୦-୯:କଟକ ଏସ୍‌ସିବି ମେଡିକାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ୫ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ହସ୍ପିଟାଲରେ ଆଡମିଶନ ହୋଇଥାନ୍ତି। ପ୍ରତିଦିନ ରୋଗୀ ସଂଖ୍ୟା ବଢୁଥିବାବେଳେ ସେହି ଅନୁପାତରେ ସେମାନଙ୍କ ଲାଗି ଷ୍ଟ୍ରେଚର୍‌ ସଂଖ୍ୟା ବଢୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ବାହାରୁ ଆସୁଥିବା ଗୁରୁତର ରୋଗୀ ଷ୍ଟ୍ରେଚର୍‌ ନ ପାଇ ନିଜ ସମ୍ପର୍କୀୟଙ୍କ କାନ୍ଧରେ ଭାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏସ୍‌ସିବିର କାଜୁଆଲିଟି, ପେଡିଆଟିକ୍‌, ସ୍ତ୍ରୀ ଓ ପ୍ରସୂତି, ଟ୍ରମା କେୟାର, ନ୍ୟୁରୋଲୋଜି, ଚର୍ମ, ସର୍ଜରୀ, ମାନସିକ ରୋଗ, କର୍ଣ୍ଣ ନାଶା, ଗଳା, ଅର୍ଥୋପେଡିକ ବିଭାଗରେ ରୋଗୀ ଚିକିତ୍ସିତ ହେଉଥିଲେ ମଧ୍ୟ ସେମାନଙ୍କୁ ନେବା ଆଣିବା ନିମନ୍ତେ ଷ୍ଟ୍ରେଚର୍‌ର ଅଭାବ ରହୁଥିବା ଅଭିଯୋଗ ହୋଇଛି। ବାହାରୁ ଆସୁଥିବା ଗୁରୁତର ରୋଗୀ ଏକ୍ସ-ରେ, ଥାଇରଏଡ୍‌, ବ୍ଲଡ୍‌, ୟୁରିନ ପରୀକ୍ଷା ନିମନ୍ତେ ବିଭିନ୍ନ ପରୀକ୍ଷାଗାରକୁ ଯିବା ପାଇଁ ଷ୍ଟ୍ରେଚରର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଏସ୍‌ସିବିରେ ଷ୍ଟ୍ରେଚର୍‌ର ବ୍ୟବସ୍ଥା ନ ଥିବା ହେତୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପର୍କୀୟଙ୍କ କାନ୍ଧରେ ବୁହା ହୋଇ ଯିବା ଫଳରେ ପରୀକ୍ଷା ରିପୋର୍ଟ ଠିକ୍‌ ସମୟରେ ନ ପାଇପାରି ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏଥିସହ ଚିକିତ୍ସା ସରିବା ପରେ ରୋଗୀ ଘରକୁ ଯିବା ସମୟରେ ଗାଡ଼ି କିମ୍ବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଆଣିବା କରିବାକୁ ଷ୍ଟ୍ରେଚର୍‌ ନ ଥିବା ଦେଖିବାକୁ ମିଳିଛି। ଏ ନେଇ କେନ୍ଦ୍ରାପଡ଼ାରୁ ଚିକିତ୍ସା ନିମନ୍ତେ ଆସିଥିବା ସୁରେଶ ମହାନ୍ତି କହିଛନ୍ତି, ମା’ଙ୍କୁ ଚିକିତ୍ସା କରିବା ପାଇଁ ଏସ୍‌ସିବି ମେଡିକାଲ ଆଣିଥିଲି। କିନ୍ତୁ ଏଠାରେ ଚିକିତ୍ସା କରିବାଠାରୁ ଆରମ୍ଭ କରି ଘରକୁ ନେବା ସମୟରେ ମୋତେ ଷ୍ଟ୍ରେଚର ମିଳି ନ ଥିଲା। ଫଳରେ ମୁଁ ଓ ଭାଇ ମିଶି ମାଆଙ୍କୁ କାନ୍ଧରେ ବିଭିନ୍ନ ପରୀକ୍ଷା କରାଇବା ସହ ଚିକିତ୍ସା କରାଇଥିଲୁ। ମୋ ଭଳି ବହୁ ରୋଗୀ ଏଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ଅନ୍ୟ ରୋଗୀମାନେ ସୁବିଧା ପାଇପାରିବେ। ଏ ନେଇ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ରୋଗୀ ଷ୍ଟ୍ରେଚର ବ୍ୟବହାର କଲା ପରେ ବାହାରକୁ ଆଣି ରଖିଦେଇ ଯାଉଛନ୍ତି। ଫଳରେ ବହୁ ଷ୍ଟ୍ରେଚର ଚୋରି ହୋଇଯାଉଛି। ରୋଗୀଙ୍କୁ ବିଭିନ୍ନ ପରୀକ୍ଷା ପାଇଁ ବ୍ୟାଟ୍ରିଚାଳିତ ଗାଡ଼ିରେ ନେବା ଆଣିବା କରାଯାଉଛି। ପ୍ରତି ବିଭାଗରେ ୪ରୁ ୫ଟି ଷ୍ଟ୍ରେଚର ଦିଆଯାଇଛି। କୌଣସି ରୋଗୀ କାନ୍ଧରେ ବୁହାଯାଉନି। ଗୋଟିଏ ପରେ ଗୋଟିଏ ରୋଗୀ ପରୀକ୍ଷା ନିମନ୍ତେ ଯିବା କଥା। କିନ୍ତୁ ରୋଗୀ ଅପେକ୍ଷା ନ କରି ଯାଉଥିବାରୁ ଷ୍ଟ୍ରେଚର ସମସ୍ୟା ଦେଖାଯାଉଛି। କିନ୍ତୁ ଷ୍ଟ୍ରେଚର ଅଭାବ ନାହିଁ। ସମସ୍ତ ରୋଗୀଙ୍କୁ ଷ୍ଟ୍ରେଚର ସୁବିଧା ଯୋଗାଇ ଦିଆଯାଉଥିବା ସେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri