ଷ୍ଟେଶନ୍‌ ପରିସରରେ ପଡ଼ିଛି ପିପିଇ

ଅନୁଗୋଳ ଅଫିସ, ୨୮।୫ – ଅନୁଗୋଳ ରେଳ ଷ୍ଟେଶନ ପରିସରରେ ଏଣେତେଣେ ପଡ଼ିଛି କେତେକ ବ୍ୟବହୃତ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁମେଣ୍ଟ ବା ପିପିଇ। ଏହାକୁ ନେଇ ରେଳ କର୍ମଚାରୀ ଓ କଲୋନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ସୋମବାର ଗୁଜରାଟରୁ ଟ୍ରେନ୍‌ରେ ଆସିଥିବା ପ୍ରବାସୀମାନଙ୍କୁ ପ୍ରଶାସନ ଅନୁଗୋଳ ଷ୍ଟେଶନଠାରୁ ବସ୍‌ରେ ଘରକୁ ପଠାଇବା ବ୍ୟବସ୍ଥା କରିବା ବେଳେ ଡାକ୍ତର, ପୋଲିସ ଓ ଅନ୍ୟ ଅଧିକାରୀମାନେ ପିପିଇ ବ୍ୟବହାର କରିଥିଲେ। ହେଲେ ଏହାର ଠିକଣା ପରିଚାଳନା ପରିବର୍ତ୍ତେ ଅତ୍ୟନ୍ତ ବେପରୁଆ ଢଙ୍ଗରେ ଫିଙ୍ଗି ଦିଆଯାଇଥିବା କଲୋନୀବାସୀ ଅଭିଯୋଗ କରିଛନ୍ତି। ଏପରି କି ଅଭିଯୋଗ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ସେମାନେ କହିଛନ୍ତି।
କଲୋନୀବାସୀଙ୍କ କହିବା ଅନୁଯାୟୀ, ରେଳ ଷ୍ଟେଶନ୍‌ରେ ଓହ୍ଲାଇଥିବା ପ୍ରବାସୀମାନଙ୍କ ସଂସ୍ପର୍ଶରେ ଯେଉଁମାନେ ସିଧାସଳଖ ଆସିଥିଲେ ସେମାନେ ସୁରକ୍ଷା ଦୃଷ୍ଟିରୁ ପିପିଇ ପିନ୍ଧିଥିଲେ। ପ୍ରବାସୀମାନେ ଯିବା ପରେ ଷ୍ଟେଶନକୁ ସାନିଟାଇଜ କରାଯାଇଥିଲା। କିନ୍ତୁ ମେଡିକାଲ କର୍ମଚାରୀ ଓ ଅନ୍ୟମାନେ ପିନ୍ଧିଥିବା ପିପିଇଗୁଡ଼ିକ ରେଳ ଷ୍ଟେଶନ ନିକଟରେ ଫିଙ୍ଗି ଦିଆଯାଇଥିଲା। ନିୟମ ଅନୁଯାୟୀ ଉକ୍ତ ପିପିଇଗୁଡ଼ିକୁ ଏଣେତେଣେ ନ ପକାଇ ମେଡିକାଲ ବର୍ଜ୍ୟବସ୍ତୁ ଗାଡ଼ିରେ ନିଆଯାଇ ଚିହ୍ନଟ ସ୍ଥାନରେ ପୋତାଯିବା କଥା। କିନ୍ତୁ ସେପରି କରା ନ ଯାଇ ପିପିଇ, ଗ୍ଲୋବ୍ସ, ମାକ୍ସ ଆଦିକୁ ଷ୍ଟେଶନ ପରିସରରେ ଫିଙ୍ଗି ଦିଆଯାଇଥିବାରୁ ରେଳ କର୍ମଚାରୀ ଓ କଲୋନୀବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। ଏ ନେଇ ଷ୍ଟେଶନ ମ୍ୟାନେଜରଙ୍କଠାରୁ ଆରମ୍ଭ କରି ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଘଟଣା ସମ୍ପର୍କରେ ଷ୍ଟେଶନ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ପିପିଇ ଓ ଅନ୍ୟ ବ୍ୟବହୃତ ସାମଗ୍ରୀ ବାହାରେ ପଡ଼ିଥିବା ପ୍ରଶାସନକୁ ଅବଗତ କରାଯାଇଥିଲା। କିନ୍ତୁ ଏହାକୁ ସଫା କରାଯାଇ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ବେହେରା କହିଛନ୍ତି, ଏପରି ଘଟଣା ନଜରକୁ ଆସିନାହିଁ। ଗଣମାଧ୍ୟମ ନିକଟରୁ ଅବଗତ ହୋଇଛି। ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri