ଷ୍ଟେଶନ୍‌ ପରିସରରେ ପଡ଼ିଛି ପିପିଇ

ଅନୁଗୋଳ ଅଫିସ, ୨୮।୫ – ଅନୁଗୋଳ ରେଳ ଷ୍ଟେଶନ ପରିସରରେ ଏଣେତେଣେ ପଡ଼ିଛି କେତେକ ବ୍ୟବହୃତ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁମେଣ୍ଟ ବା ପିପିଇ। ଏହାକୁ ନେଇ ରେଳ କର୍ମଚାରୀ ଓ କଲୋନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ସୋମବାର ଗୁଜରାଟରୁ ଟ୍ରେନ୍‌ରେ ଆସିଥିବା ପ୍ରବାସୀମାନଙ୍କୁ ପ୍ରଶାସନ ଅନୁଗୋଳ ଷ୍ଟେଶନଠାରୁ ବସ୍‌ରେ ଘରକୁ ପଠାଇବା ବ୍ୟବସ୍ଥା କରିବା ବେଳେ ଡାକ୍ତର, ପୋଲିସ ଓ ଅନ୍ୟ ଅଧିକାରୀମାନେ ପିପିଇ ବ୍ୟବହାର କରିଥିଲେ। ହେଲେ ଏହାର ଠିକଣା ପରିଚାଳନା ପରିବର୍ତ୍ତେ ଅତ୍ୟନ୍ତ ବେପରୁଆ ଢଙ୍ଗରେ ଫିଙ୍ଗି ଦିଆଯାଇଥିବା କଲୋନୀବାସୀ ଅଭିଯୋଗ କରିଛନ୍ତି। ଏପରି କି ଅଭିଯୋଗ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ସେମାନେ କହିଛନ୍ତି।
କଲୋନୀବାସୀଙ୍କ କହିବା ଅନୁଯାୟୀ, ରେଳ ଷ୍ଟେଶନ୍‌ରେ ଓହ୍ଲାଇଥିବା ପ୍ରବାସୀମାନଙ୍କ ସଂସ୍ପର୍ଶରେ ଯେଉଁମାନେ ସିଧାସଳଖ ଆସିଥିଲେ ସେମାନେ ସୁରକ୍ଷା ଦୃଷ୍ଟିରୁ ପିପିଇ ପିନ୍ଧିଥିଲେ। ପ୍ରବାସୀମାନେ ଯିବା ପରେ ଷ୍ଟେଶନକୁ ସାନିଟାଇଜ କରାଯାଇଥିଲା। କିନ୍ତୁ ମେଡିକାଲ କର୍ମଚାରୀ ଓ ଅନ୍ୟମାନେ ପିନ୍ଧିଥିବା ପିପିଇଗୁଡ଼ିକ ରେଳ ଷ୍ଟେଶନ ନିକଟରେ ଫିଙ୍ଗି ଦିଆଯାଇଥିଲା। ନିୟମ ଅନୁଯାୟୀ ଉକ୍ତ ପିପିଇଗୁଡ଼ିକୁ ଏଣେତେଣେ ନ ପକାଇ ମେଡିକାଲ ବର୍ଜ୍ୟବସ୍ତୁ ଗାଡ଼ିରେ ନିଆଯାଇ ଚିହ୍ନଟ ସ୍ଥାନରେ ପୋତାଯିବା କଥା। କିନ୍ତୁ ସେପରି କରା ନ ଯାଇ ପିପିଇ, ଗ୍ଲୋବ୍ସ, ମାକ୍ସ ଆଦିକୁ ଷ୍ଟେଶନ ପରିସରରେ ଫିଙ୍ଗି ଦିଆଯାଇଥିବାରୁ ରେଳ କର୍ମଚାରୀ ଓ କଲୋନୀବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। ଏ ନେଇ ଷ୍ଟେଶନ ମ୍ୟାନେଜରଙ୍କଠାରୁ ଆରମ୍ଭ କରି ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଘଟଣା ସମ୍ପର୍କରେ ଷ୍ଟେଶନ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ପିପିଇ ଓ ଅନ୍ୟ ବ୍ୟବହୃତ ସାମଗ୍ରୀ ବାହାରେ ପଡ଼ିଥିବା ପ୍ରଶାସନକୁ ଅବଗତ କରାଯାଇଥିଲା। କିନ୍ତୁ ଏହାକୁ ସଫା କରାଯାଇ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ବେହେରା କହିଛନ୍ତି, ଏପରି ଘଟଣା ନଜରକୁ ଆସିନାହିଁ। ଗଣମାଧ୍ୟମ ନିକଟରୁ ଅବଗତ ହୋଇଛି। ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri