ଶ୍ୱଶୂରଘର ଲୋକେ ମୁମୂର୍ଷୁ ଅବସ୍ଥାରେ ଛାଡ଼ି ଯାଇଥିବା ଜ୍ୱାଇଁଙ୍କ ମୃତ୍ୟୁ: ପୋଲିସ ମାଡ଼ରେ ମୃତ୍ୟୁ ଘଟିଥିବା କହିଲେ ସ୍ତ୍ରୀ

ଆନନ୍ଦପୁର,୧୭। ୭(ସ୍ବ.ପ୍ର.)- ସୋମବାର ରାତିରେ ଶ୍ୱଶୁରଘର ଲୋକେ ଜ୍ୱାଇଁଙ୍କୁ ମୁମୂର୍ଷୁ ଅବସ୍ଥାରେ ଆଣି ଘରେ ଛାଡ଼ିଯିବାପରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଆନନ୍ଦପୁର ପୌରାଞ୍ଚଳ ଅଧୀନ ଫକୀରପୁର ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମଣ୍ଟୁଣି ଦାଶଙ୍କୁ ଶ୍ୱଶୁର ଘର ଲୋକେ ଆକ୍ରମଣ କରି ମାରିଦେଇଥିବା ତାଙ୍କ ବାପା କାଶୀନାଥ ସ୍ଥାନୀୟ ଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ତେବେ ମୃତ ମଣ୍ଟୁଣିଙ୍କ ସ୍ତ୍ରୀ ସୁମିତ୍ରା ପୋଲିସରେ ଦେଇଥିବା ବୟାନ ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ଭଦ୍ରକ ଟାଉନ ଥାନା ପୋଲିସ ମାଡ଼ରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି।
ସୁମିତ୍ରା କହିଛନ୍ତି, ସୋମବାର ଭଦ୍ରକ ସ୍ଥିତ ତାଙ୍କ ଭଉଣୀଘରକୁ ମଣ୍ଟୁଣି ତାଙ୍କୁ ସାଥିରେ ନେଇ ଯାଇଥିଲେ। ସନ୍ଧ୍ୟା ୮ଟା ସମୟରେ ସେମାନେ ବାଇକ୍‌ରେ ଘରକୁ ଫେରୁଥିଲେ। ଭଦ୍ରକ ବନ୍ତ ଛକ ନିକଟରେ ଥିବା ଏକ ମଦ ଦୋକାନକୁ ଯାଇ ମଣ୍ଟୁଣି ମଦ ପିଇଥିଲେ। ପରେ ସେ ଆଉ ଗାଡ଼ି ଚଲାଇ ପାରି ନ ଥିଲେ। ସୁମିତ୍ରା ସାଥିରେ ନେଇଥିବା ୫ମାସର ଶିଶୁ ପୁତ୍ରକୁ ଧରି ସେଠାରେ ବସି କାନ୍ଦୁଥିବା ପାଟ୍ରୋଲିଂ କରୁଥିବା ଭଦ୍ରକ ଟାଉନ ଥାନା ପୋଲିସ ଦେଖି ସେମାନଙ୍କୁ ଥାନାକୁ ଧରି ନେଇଥିଲେ। ମଦ ପିଇ ଗାଡ଼ି ଚଲାଇବା ଘଟଣା ନେଇ ପୋଲିସ ମଣ୍ଟୁଣିଙ୍କୁ ନିସ୍ତୁକ ମାଡ଼ ମାରିଥଲେ। ତାଙ୍କ ଅବସ୍ଥା ଖରାପ ହୋଇପଡ଼ିବାରୁ ସୁମିତ୍ରା ନାଚାର ହୋଇ ଫୋନ କରି ବାପଘର ଲୋକଙ୍କୁ ଜଣାଇଥିଲେ। ଏହାପରେ ବାପଘର ଲୋକେ ପହଞ୍ଚି ମଣ୍ଟୁଣିଙ୍କୁ ଆଣି ଫକିରପୁର ଗାଁର ତାଙ୍କ ଘରେ ଛାଡ଼ିଥିଲେ। ପୋଲିସ ମାଡ଼ରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଛି ବୋଲି ସୁମିତ୍ରା ଓ ତାଙ୍କ ବାପଘର ଲୋକେ ଜେରାବେଳେ ପ୍ରକାଶ କରିଛନ୍ତି। ସୁମିତ୍ରାଙ୍କ ବୟାନ ଅନୁଯାୟୀ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ। ମଣ୍ଟୁଣିଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ ୩୦୨ ଓ ୨୦୧ ଦଫାରେ ଏକ ମାମଲା (ନଂ.୧୨୯/୧୯) ରୁଜୁ କରି ତଦନ୍ତ ଚଳାଇଥିବା କହିଛି।
ଘଟଣାର ତଦନ୍ତ କରୁଥିବା ଆନନ୍ଦପୁର ଥାନା ଏସ୍‌ଆଇ ଏହି ସୂଚନା ଦେଇ କହିଛନ୍ତି, ମଣ୍ଟୁଣିଙ୍କର କିଭଳି ମୃତ୍ୟୁ ଘଟିଲା ତଦନ୍ତ ପରେ ସ୍ପଷ୍ଟ ହେବ। ସୁମିତ୍ରା ଦେଉଥିବା ବୟାନ ଅନୁଯାୟୀ ଭଦ୍ରକ ଟାଉନ ଥାନା ପୋଲିସ ସହ ଯୋଗାଯୋଗ କରାଯାଉଛି। ଅନ୍ୟପକ୍ଷେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମଣ୍ଟୁଣିଙ୍କୁ ମୁମୂର୍ଷୁ ଅବସ୍ଥାରେ ଛାଡି ସୁମିତ୍ରା ଓ ତାଙ୍କ ସହ ଆସିଥିବା ଲୋକେ ସାଇଁକୁଳ ଫାଣ୍ଡି ଅଧୀନ ବାମ୍ଫିଡିସ୍ଥିତ ନିଜ ବାପ ଘରକୁ ପଳାଇଯିବା ଘଟଣା ନେଇ କାଶୀନାଥ ପ୍ରଶ୍ନ ଉଠାଇଛନ୍ତି। ମଙ୍ଗଳବାର ସକାଳେ ସୁମିତ୍ରା ଓ ତାଙ୍କ ବଡ ବାପା ଆସି ଫକିରପୁରରେ ପହଞ୍ଚିବା ପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇ ପଚରାଉଚରା କରି ଏହାକୁ ମୋବାଇଲରେ ରେକର୍ଡିଂ କରିଥିଲେ।ପୋଲିସ ସେମାନଙ୍କୁ ପରେ ଗଁାରୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ତୈଳ ସଙ୍କଟ:  ପମ୍ପ ବନ୍ଦ, ‘ଲୋକ ଦେଖି’ ତେଲ ବଣ୍ଟନ ଅଭିଯୋଗ; ବାସ୍ତବତାକୁ ଏଡ଼ାଇ ସବୁ ସ୍ୱାଭାବିକ ଥିବା….

ଥୁଆମୂଳ ରାମପୁର, ୨୨/୦୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

ରାଜ୍ୟରେ ସାର ସଙ୍କଟ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୨।୫: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ ଶୀଘ୍ର ସାର ଉତ୍ପାଦନ ସ୍ବାଭାବିକ ହେବା ନେଇ ମନ୍ତ୍ରୀ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ବିଦ୍ୟୁତ୍‌ କାଟ୍‌କୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୫: ବିଦ୍ୟୁତ୍‌ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି,…

ଟ୍ବିଶା ମାମଲାରେ ହାଇକୋର୍ଟଙ୍କ ପ୍ରମୁଖ ରାୟ: ପୁଣିଥରେ ପୋଷ୍ଟମର୍ଟମ କରିବେ AIIMS ଦିଲ୍ଲୀ ଟିମ୍‌

ଜବଲପୁର,୨୨।୫: ଭୋପାଳରେ ହୋଇଥିବା ବହୁଚର୍ଚ୍ଚିତ ଟ୍ବିଶା ମୃତ୍ୟୁ ମାମଲା ସମ୍ପର୍କରେ ହାଇକୋର୍ଟଙ୍କ ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଶୁଣାଣି ସମୟରେ, ସମର୍ଥ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri