ଶ୍ୱଶୁରଙ୍କ ଗଳା କାଟିଲେ ଜ୍ୱାଇଁ

ବାଲେଶ୍ୱର ଅଫିସ,୪।୭-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମନ୍ତ୍ରୀଡାହି ଗ୍ରାମର ରତ୍ନାକର ମହାନ୍ତଙ୍କ ଗଳାକୁ ତାଙ୍କ ଜ୍ୱାଇଁ କାଟି ଦେଇଥିବା ନଜରକୁ ଆସିଛି। ରାଗର ପ୍ରତିଶୋଧ ନେବା ପାଇଁ ସେ ଏହି କାଣ୍ଡ ଘଟାଇଥିବା ଜଣାପଡିଛି।
ରନତ୍ାକର ୩ବର୍ଷ ତଳେ ପୂର୍ବେ ସାନଝିଅ ରୁବିଙ୍କୁ ବଡ଼ସାହି ଥାନା ଗିଧୁନିଶୁଳ ଗ୍ରାମର ଲିଙ୍ଗରାଜଙ୍କୁ ବିବାହ ଦେଇଥିଲେ। ଯୌତୁକ ଦାବି କରି ଲିଙ୍ଗରାଜ ତାଙ୍କ ସ୍ତ୍ରୀ ରୁବିଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବାରମ୍ବାର ଗଣ୍ଡଗୋଳ କରିଆସୁଥିଲେ। ୫ମାସ ପୂର୍ବରୁ ରୁବି ନିଜର ୨ ବର୍ଷର ପୁଅକୁ ଧରି ବାପଘର ମନ୍ତ୍ରୀଡ଼ାହି ଗ୍ରାମକୁ ପଳାଇ ଆସି ରହୁଛନ୍ତି। ଏହି ରାଗର ପ୍ରତିଶୋଧ ନେବା ପାଇଁ ଲିଙ୍ଗରାଜ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଶ୍ୱଶୁର ଘରେ ପହଞ୍ଚିଥିଲେ। ସମସ୍ତେ ଶୋଇଥିବାର ସୁଯୋଗ ନେଇ ସେ ଲୁଚି ଲୁଚି ରନତ୍ାକର ଶୋଇଥିବା ଘରେ ପଶି ତାଙ୍କ ପାଟିରେ ହାତ ଦେଇ ଏକ ଧାରୁଆ ଯନ୍ତ୍ର ସହାୟତାରେ ଗଳା କାଟି ଦେଇଥିଲେ। ରନତ୍ାକର ଜୋରରେ ଚିତ୍କାର କରିବାରୁ ପରିବାର ଲୋକ ଉଠିପଡ଼ିଥିଲେ। ପରିବାର ଲୋକେ ଲିଙ୍ଗରାଜଙ୍କୁ ଚିହ୍ନିପାରିଥିଲେ ମଧ୍ୟ ତାଙ୍କୁ ଅଟକାଇବା ସମ୍ଭବ ହୋଇ ନ ଥିଲା। ରତ୍ନାକରଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ୱର ଜିଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି। ଏନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri