ଶ୍ରୋତା ପରିଷଦର ରାଜ୍ୟସ୍ତରୀୟ ସମ୍ମିଳନୀ:ଆକାଶବାଣୀ କାର୍ଯ୍ୟକ୍ରମ ସଦା ଆଦରଣୀୟ

ଢେଙ୍କାନାଳ ଅଫିସ,୩ା୯

ଢେଙ୍କାନାଳ ଜିଲା ସଦର ବ୍ଲକ ପଶ୍ଚିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆକାଶବାଣୀ ଶ୍ରୋତା ପରିଷଦର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ କାର୍ଯ୍ୟକ୍ରମ ସମୀକ୍ଷକ ତଥା ପୁରୀର ବରିଷ୍ଠ ଶ୍ରୋତା ଡା. ଅଜିତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲାରୁ କାର୍ଯ୍ୟକ୍ରମ ସମୀକ୍ଷକ ତଥା କର୍ମକର୍ତ୍ତା ଯୋଗଦେଇ ଥିଲେ। ସାମ୍ପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗରେ ବେତାର ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେଉଥିଲେ ହେଁ ଆକାଶବାଣୀର କାର୍ଯ୍ୟକ୍ରମ ଏହାର ବିଶେଷତ୍ୱ, ଗୁଣବତ୍ତା ତଥା ପ୍ରୟୋଜନୀୟତା ସବୁ ସମୟରେ ଗ୍ରହଣୀୟ ଓ ଆଦରଣୀୟ ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରିଥିଲେ। ସମ୍ମିଳନୀରେ ତାଳଚେରର ଅନିଲ କୁମାର ମିଶ୍ର, ଅନିତା ପାଣି, ବିଭୂତି ଭୂଷଣ ପାଣି ଓ ବିଭୂତି ଭୂଷଣ ସାହୁ, ଅନୁଗୋଳର ଶାନ୍ତନୁ କୁମାର ସର ଓ ସୁଶାନ୍ତ କୁମାର ପଣ୍ଡା, ସମ୍ବଲପୁରର ଧର୍ମେନ୍ଦ୍ର ସିଂହ, ଆଠଗଡର ପ୍ରତିମାବାଳା ନାୟକ, ଦିଗମ୍ବର ମହାରଣା, ନରେନ୍ଦ୍ର କୁମାର ସାହୁ, ଚିନ୍ମୟୀ ସାହୁ, ସନ୍ତୋଷ ବେହେରା, ମାଣିଆବନ୍ଧର ସୁରେଶ କୁମାର ପାତ୍ର ଓ ଦେବେନ୍ଦ୍ର ପତି, ହିନ୍ଦୋଳର ନୀଳାଦ୍ରି ସାହୁ, ଘାସିରାମ ପ୍ରଧାନ, ପ୍ରତିମାବାଳା ନାୟକ, ଅଉଖମାର ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜ ଅନୁଭୂତି ବର୍ଣ୍ଣନା କରିବା ସହିତ ବେତାର ଗଣମାଧ୍ୟମର ସାମାଜିକ ଦାୟିତ୍ୱବୋଧର ପ୍ରଶଂସା କରିଥିଲେ। ଆଗାମୀ ଦିନରେ ରାଜ୍ୟସ୍ତରୀୟ ଶ୍ରୋତା ସମ୍ମିଳନୀ ଆୟୋଜନ କରିବା, ରେଡିଓ ଓ ଏହା ସମ୍ପର୍କିତ ଯନ୍ତ୍ରାଂଶକୁ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିବା, ଶ୍ରୋତା ପରିଷଦ ମାଧ୍ୟମରେ ବିଭିନ୍ନ ସାମାଜିକ, ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଆଦି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ସମ୍ମିଳନୀ ଆକାଶବାଣୀ ଯୋରନ୍ଦା ମହିମାଗାଦି ଠାରେ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶ୍ୱ ଓଡ଼ିଶା ଅନୁଷ୍ଠାନର ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ପଶ୍ଚିମେଶ୍ୱର ମନ୍ଦିର ପରିଚାଳନା କମିିଟି ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri