ଶ୍ରେଣୀରେ ଅନେକଥର ଫେଲ୍‌, ୩୦ରୁ ଅଧିକ କମ୍ପାନୀରୁ ବିଦା; ତଥାପି ହୋଇଥିଲେ ଚାଇନାର ସବୁଠୁ ଧନଶାଳୀ ବ୍ୟକ୍ତି

ବେଜିଂ,୧୦।୯:ଆଲିବାବା ଗ୍ରୁପର ଫାଉଣ୍ଡର୍‌ ଜ୍ୟାକ୍‌ ମା’ ୫୫ତମ ଜନ୍ମଦିନରେ ନିଜ କମ୍ପାନୀ ଚେୟରମ୍ୟାନ୍‌ ପଦରୁ ଅବସର ନେଇଛନ୍ତି। ଡାନିଏଲ ଝାଙ୍ଗଙ୍କୁ ନିଜର ଭୂମିକା ହସ୍ତାନ୍ତର କରିଛନ୍ତି ଜ୍ୟାକ୍‌ ମା’। ଆଲିବାବା କମ୍ପାନୀ ଆରମ୍ଭ କରିବା ପୂର୍ବରୁ ସେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ସେ ଶିକ୍ଷା ମାଧ୍ୟମରେ ମାନବ ସେବା କରିବେ ବୋଲି କହିଛନ୍ତି। ଜ୍ୟାକ୍‌ ମା’ ଚାଇନାର ସବୁଠାରୁ ସଫଳ ବ୍ୟବସାୟୀ ହେବା ସହ ଏସିଆ ଓ ୟୁରୋପର ପ୍ରମୁଖ ରାଜନେତାଙ୍କ ଉପଦେଷ୍ଟା ଭାବେ ମଧ୍ୟ ଜଣାଶୁଣା। ତାଙ୍କ ଉଦ୍ୟମରେ ଆଲିବାବା ଚୀନ ବଜାରର ସବୁଠାରୁ ସଫଳ ଅନଲାଇନ ରିଟେଲ ମାର୍କେଟ ହୋଇପାରିଛି ଓ ଏବେ ଏହାର ସମ୍ପତ୍ତି ପରିମାଣ ପାଖାପାଖି ୩୯୦ ବିଲିୟନ ଡଲାର୍‌ ରହିଛି। ଚାଇନାରେ ଜ୍ୟାକ୍‌ ମାଙ୍କୁ ଲୋକେ ଭଗବାନ ରୂପେ ପୂଜା କରନ୍ତି।

ଜ୍ୟାକ୍‌ ମାଙ୍କ ବାଲ୍ୟ ଜୀବନ ବେଶ ସଂଘର୍ଷମୟ ଥିଲା। ପିଲାବେଳେ ଭଲ ପାଠ ହେଉ ନ ଥିବାରୁ ସେ ଏକାଧିକ ଥର ଶ୍ରେଣୀରେ ଫେଲ ମଧ୍ୟ ହୋଇଥିଲେ। ତେବେ ନିଜର ପ୍ରବଳ ଇଚ୍ଛାଶକ୍ତି ଯୋଗୁ ସେ ଜଣେ ଇଂରାଜୀ ଶିକ୍ଷକ ହୋଇ ପାରିଥିଲେ। ଶିକ୍ଷକତା କରୁଥିବାବେଳେ ସେ ବିଭିନ୍ନ କମ୍ପାନୀ ଚାକିରି ପାଇଁ ଆବେଦନ କରୁଥିଲେ। କେଏଫସି ଭଳି ୩୦ଟି କମ୍ପାନୀ ତାଙ୍କ ଆବେଦନକୁ ପ୍ରତ୍ୟାଖାନ କରିଥିଲେ। କିନ୍ତୁ ପର ମୂହୁର୍ତ୍ତରେ ବ୍ୟବସାୟ ପ୍ରତି ମନବଳାଇଲେ ଏବଂ ଅନ୍ୟ ୧୭ ଜଣ ବନ୍ଧୁଙ୍କ ସହିତ ମିଶି ୧୯୯୯ ମସିହାରେ ଚୀନର ଝେଜିୟାଂଗର ହାଙ୍ଗଝୁଙ୍ଗ୍‌ରେ ଏକ ଆପାର୍ଟମେଣ୍ଟର ଛୋଟ ରୁମ୍‌ରୁ ଅନଲାଇନ କମ୍ପାନୀ ‘ଅଲିବାବା’ ଆରମ୍ଭ କରିଥିଲେ। ସେତେବେଳେ ଜ୍ୟାକ୍‌ ମାଙ୍କ କମ୍ପ୍ୟୁଟର୍‌ ଜ୍ଞାନ ମଧ୍ୟ ସେତେଟା ନ ଥିଲା।

ଜ୍ୟାକ ମା ୨୦୧୩ ଯାଏ ଅଲିବାବା କମ୍ପାନୀର କାର୍ଯ୍ୟକାରୀ ଅଧକ୍ଷ ଥିଲେ। ତେବେ ୨୦୧୪ରେ ଏହି କମ୍ପାନୀର ଅଧ୍ୟକ୍ଷ ହେବା ପରେ ସେ ‘ଜ୍ୟାକ ମା ଫାଉଣ୍ଡେସନ’ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଢିଥିଲେ। ଶିକ୍ଷା କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦେବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ଥିଲା। ତେବେ ଅଲିବାବା କମ୍ପାନୀ କାମରେ ବ୍ୟସ୍ତ ରହୁଥିବା କାରଣରୁ ଜ୍ୟାକ ଏହି ଫାଉଣ୍ଡେସନ ପାଇଁ ସମୟ ଦେଇପାରୁ ନ ଥିଲେ। ଏବେ ଅଲିବାବା କମ୍ପାନୀରୁ ଅବସର ପରେ ଏହି ଫାଉଣ୍ଡେସନକୁ ନେଇ ଶିକ୍ଷା କ୍ଷେତ୍ରରେ ସେ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ କନ୍ଧମାଳ ଗସ୍ତ: ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ରଥଯାତ୍ରାରେ ଦେବେ ଯୋଗ

ଦାରିଙ୍ଗବାଡ଼ି, ୧୩।୭ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦୁଇ ଦିନିଆ କନ୍ଧମାଳ ଜିଲା ଗସ୍ତକୁ ନେଇ ଦାରିଙ୍ଗବାଡ଼ି ଅଞ୍ଚଳରେ ବେଶ୍ ଉତ୍ସାହ ଦେଖିବାକୁ…

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଆମରଣ ଅନଶନରେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri