ଶ୍ରୀଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ: ସାମିଲ ହେଲେ ୨୦୦ରୁ ଊର୍ଦ୍ଧ୍ୱ ବରଯାତ୍ରୀ

ପୁରୁଣା ଭୁବନେଶ୍ୱର, ୮ା୬ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ସହ ମା’ ପାର୍ବତୀଙ୍କ ପାରମ୍ପରିକ ରୀତିରେ ବିବାହ କାର୍ଯ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଶ୍ରୀଲିଙ୍ଗରାଜଙ୍କ ଶ୍ୱଶୁରାଳୟ ଶ୍ରୀକେଦାରଗୌରୀ ମନ୍ଦିରରେ ପହଞ୍ଚତ୍ବା ପରେ ମନ୍ଦିର ପୁରୋହିତ ମନୋରଞ୍ଜନ ଦାଶ ବିଧି ମୁତାବକ ବିବାହ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ଦେବଦମ୍ପତି କେଦାରଗୌରୀ ମନ୍ଦିରରେ ଗୋଟିଏ ଦିନ ପାଇଁ ଅବସ୍ଥାନ କରିଛନ୍ତି। ଶନିବାର ଠାକୁରଙ୍କ ଫେରନ୍ତା ଶୋଭାଯାତ୍ରା ଅନୁଷ୍ଠିତ ହେବ।
ଶୁକ୍ରବାର ସକାଳ ସାଢେ ୬ଟାରେ ମନ୍ଦିରରେ ମଙ୍ଗଳଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ସାଢେ ୬ଟାରୁ ସାଢେ ୯ଟା ମଧ୍ୟରେ ସାହାଣମେଲା ଦର୍ଶନ। ସକାଳ ୭ଟାରେ କୋଠରୋଷ, ଧୂପକାଳ, ହୋମ ଓ ପାକକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦିନ ୧୦ଟାରେ ମହାସ୍ନାନ ହୋଇଥିଲା। ପରେ ଅନ୍ୟ ନୀତି ସମାପନ ହୋଇ ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ପହଡ଼ ପଡ଼ିଥିଲା। ଶ୍ରୀକପିଳନାଥ ଦେବ ରାତ୍ରି ୮ଟାରେ ବିଜେ କରିବାର ଥିଲେ ହେଁ ୨୦୧୫ ଠାରୁ ଶ୍ରୀଜୀଉଙ୍କ ହାଣ୍ଡିଭଙ୍ଗା ଯାତ୍ରାଠାରୁ ଦେଖାଯାଇଥିବା ବିଭ୍ରାଟ ପାଇଁ ଚଳିତବର୍ଷ ମଧ୍ୟ ବିଜେ କରି ପାରି ନ ଥିଲେ। ସନ୍ଧ୍ୟା ଧୂପରେ ଠାକୁର ବିଜେ ହେବା ସହ ବିମାନ ପାଲିଙ୍କିରେ ବିଜେ ହୋଇଥିଲେ। ରାତ୍ରି ପ୍ରାୟ ସାଢେ ୯ଟାରୁ ସାଢେ ୧୦ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ବରଯାତ୍ରୀମାନେ ଭୋଜିରେ ଆପ୍ୟାୟିତ ହୋଇଥିଲେ। ବଡ଼ସିଂହାର ବେଶ ପରେ ରାତି ୧୧ଟା ୪୬ ମିନିଟ୍‌ରେ ବରାନୁଗମନ ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟା, ବାଜା, ବାଣ, ବିଭିନ୍ନ ଲୋକନାଚ, ଡିଜେରେ ଶୋଭାଯାତ୍ରା କେଦାରଗୌରୀ ଅଭିମୁଖେ ଯାତ୍ରା କରିଥିଲା। ମନ୍ଦିର ମୁଖଶାଳାରୁ ଶୋଭାଯାତ୍ରାଟି ବାହାରିବା ପରେ ରଥଖଳା, ବଢେଇବାଙ୍କ, ତିନିମୁଣ୍ଡିଆ ଛକଠାରେ ପହଞ୍ଚତ୍ଥିଲା। ବିଳମ୍ବିତ ରାତିରେ ଶୋଭାଯାତ୍ରାରେ ଦେବଦମ୍ପତି କେଦାରଗୌରୀ ମନ୍ଦିରରେ ପହଞ୍ଚତ୍ଥିଲେ। କେଦାରଗୌରୀ ମନ୍ଦିର ପକ୍ଷରୁ ସେବାୟତମାନେ ଠାକୁରଙ୍କୁ ପାଛୋଟି ନେଇଥିଲେ। ମା’ ପାର୍ବତୀ, ନିଜର ମାତା ମା’ ଗୌରୀଙ୍କ ନିକଟରେ ରହିଥିବାବେଳେ ପ୍ରଭୁ ଶ୍ରୀଲିଙ୍ଗରାଜ ବିବାହ ମଣ୍ଡପରେ ବସି ରହିଥିଲେ। ପରେ ଠାକୁର ଏବଂ ଠାକୁରାଣୀକୁ ବିବାହ ମଣ୍ଡପରେ ଅବସ୍ଥାନ କରାଯାଇଥିଲା। ମା’ ପାର୍ବତୀଙ୍କ ପକ୍ଷରୁ ମହାସୁଆର ସେବକମାନେ ଏବଂ ଶ୍ରୀଲିଙ୍ଗରାଜଙ୍କ ପକ୍ଷରୁ ପୂଜାପଣ୍ଡା ସେବାୟତମାନେ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ। ପାରମ୍ପରିକ ରୀତିରେ ଉଭୟ ଠାକୁର ଠାକୁରାଣୀଙ୍କ ହାତଗଣ୍ଠି ପଡ଼ି ବିବାହର ଶେଷ ହୋଇଥିଲା। ଏହାପରେ ୭ ଥର କଉଡି ଖେଳାଇବା ସହ ଶ୍ରୀଜୀଉଙ୍କ ନିକଟରେ ମାଣ୍ଡୁଅ ପିଠା ପୂଜା ହୋଇଥିଲା। ସୂଚନା ଥାଉକି ଠାକୁରଙ୍କ ଏହି ଶୀତଳଷଷ୍ଠୀ ଯାତ୍ରାରେ ପ୍ରଭୁ ଶ୍ରୀକପିଳେଶ୍ୱର ଦେବ ଅନୁପସ୍ଥିତ ନେଇ ବିଭିନ୍ନ ସେବାୟତଙ୍କ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ତେବେ ଏହି ଘଟଣା କୋର୍ଟରେ ବିଚାରାଧୀନ ଥିବାରୁ କୌଣସି ଭାବେ ବିଚଳିତ ହେବା ଦରକାର ନାହିଁ। ସମୟ ଆସିଲେ ଉଭୟ ଠାକୁରଙ୍କ ମଧ୍ୟରେ ପୁଣି ସମନ୍ବୟର ରାସ୍ତା ନିର୍ମାଣ ସହ ପରମ୍ପରା ଯୋଡି ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଆଶ୍ୱାସନା ମିଳିବା ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ସରସ, ସୁନ୍ଦର ଏବଂ ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri