ଶ୍ରୀଲଙ୍କାରୁ ମିଳିଲା କରୋନାର ନୂଆ ଷ୍ଟ୍ରେନ୍‌, ଯାହା ସବୁଠୁ ମାରାତ୍ମକ; ଜାଣନ୍ତୁ ଏ ସମ୍ପର୍କରେ…

କଲମ୍ବୋ,୨୫।୪: ଭାରତ ସମେତ ବିଶ୍ୱରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଆଉ ଏକ ଦୁଃଖଦ ଖବର ଆସିଛି ପଡ଼ୋଶୀ ଶ୍ରୀଲଙ୍କାରୁ। ଏଠାରେ କରୋନା ଭୂତାଣୁର ଏକ ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି। ଯାହା ସବୁଠାରୁ ମାରାତ୍ମକ ଅଟେ। ଏହି ଷ୍ଟ୍ରେନ ବାୟୁକୁ ସଂକ୍ରମିତ କରୁଛି। ଯଦିଓ ଆପଣ ସଂକ୍ରମିତ ବ୍ୟକ୍ତିଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସିନାହାନ୍ତି ତଥାପି ଏହି ଷ୍ଟ୍ରେନ ବାୟୁରେ ବ୍ୟାପି ଆପଣଙ୍କୁ ସଂକ୍ରମିତ କରିପାରେ।

ଶ୍ରୀଲଙ୍କାର ଜୟଓ୍ବାର୍ଡେନୁପୁରା ବିଶ୍ୱବିଦ୍ୟାଳୟର ଇମ୍ୟୁନୋଲୋଜି ଏବଂ ମଲିକୁଲାର ସାଇନ୍ସ ବିଭାଗର ମୁଖ୍ୟ ନୀଲିକା ମାଲାଭିଗେ କହିଛନ୍ତି ଯେ, ଏହି ଷ୍ଟ୍ରେନ୍‌ ଅତି ସହଜରେ ଏବଂ ଖୁବ୍‌ଶୀଘ୍ର ବ୍ୟାପିଥାଏ। ଏହାର କାରଣ ହେଉଛି ଏହା ଏକ ଘଣ୍ଟା ପାଇଁ ବାୟୁରେ ସକ୍ରିୟ ରହିଥାଏ। ସେ କହିଛନ୍ତି ଯେ ଶ୍ରୀଲଙ୍କାରେ ମିଳିଥିବା ସମସ୍ତ ପ୍ରକାର ମଧ୍ୟରୁ କରୋନାର ଏହି ଷ୍ଟ୍ରେନ ସବୁଠାରୁ ମାରାତ୍ମକ ଏବଂ ଦ୍ରୁତ ବ୍ୟାପିବାରେ ଲାଗିଛି।

ଗତ ସପ୍ତାହରେ ନୂଆବର୍ଷ ଉତ୍ସବରୁ ହିଁ ନୂଆ ଷ୍ଟ୍ରେନ ବ୍ୟାପିବା ଆରମ୍ଭ ହୋଇଛି ବୋଲି ଶ୍ରୀଲଙ୍କା ସ୍ବାସ୍ଥ୍ୟ ପ୍ରଶାସନ କହିଛି। ଏହି କାରଣରୁ ଅଧିକାଂଶ ସଂକ୍ରମଣ ଯୁବକମାନଙ୍କ ମଧ୍ୟରେ ବ୍ୟାପୁଛି। ଜନସ୍ବାସ୍ଥ୍ୟ ଇନ୍ସପେକ୍ଟର ରୋହାନା କହିଛନ୍ତି ଯେ, ଆସନ୍ତା ଦୁଇ-ତିନି ସପ୍ତାହ ମଧ୍ୟରେ ଏହି ସଂକ୍ରମଣ ବୃଦ୍ଧି ପାଇବ। ଯାହା ସଂକ୍ରମଣ ଏତେ ବୃଦ୍ଧି ପାଇବ ଯେ ତୃତୀୟ ଲହର ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri