Posted inଖେଳ

ଶ୍ରୀଲଙ୍କାକୁ ହରାଇ ସିରିଜ ବରାବର୍‌ କଲା ନ୍ୟୁଜିଲାଣ୍ଡ

କଲମ୍ବୋ, ୨୬।୮ (ଏଏଫ୍‌ପି)- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଇନିଂସ ଓ ୬୫ ରନରେ ଜିତିନେଇଛି। ପୂର୍ବରୁ ପ୍ରଥମ ମ୍ୟାଚ୍‌କୁ ୬ ଉଇକେଟ୍‌ରେ ହାରିଥିବା କେନ୍‌ ଓ୍ବିଲିୟମସନଙ୍କ ଦଳ ଏଥିସହ ୨ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୧-୧ରେ ବରାବର୍‌ ରଖିବାରେ ସଫଳ ହୋଇଛି।
ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିମୁଥ୍‌ କରୁଣାରତ୍ନେଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୪୪ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ରବିବାର ୪ର୍ଥ ଦିବସ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୫ ଉଇକେଟ୍‌ ହରାଇ ୩୮୨ ରନ୍‌ ସଂଗ୍ରହ କରିଥିଲା। ପୂର୍ବରାତିର ଅପରାଜିତ ବ୍ୟାଟ୍ସମ୍ୟାନ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ସୋମବାର ନିଜ ସ୍କୋରରେ ଆଉ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ସେହି ୮୩ ରନରେ ଆଉଟ୍‌ ହୋଇଯାଇଥିଲେ। କିନ୍ତୁ ଅନ୍ୟତମ ଅପରାଜିତ ବ୍ୟାଟ୍ସମ୍ୟାନ ତଥା ଉଇକେଟକିପର୍‌ ବିଜେ ଓ୍ବାଟ୍‌ଲିଙ୍ଗ୍‌ ଶତକ ହାସଲ କରିଥିଲେ। ସେ ୧୦୫ ରନ ଓ ଟିମ୍‌ ସୌଦୀ ୨୪ ରନ କରି ଅପରାଜିତ ରହିଥିବାବେଳେ ଅଧିନାୟକ ଓ୍ବିଲିୟମସନ ପ୍ରଥମ ଇନିଂସ ଘୋଷଣା କରିଥିଲେ। ସେତେବେଳକୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୬ ଉଇକେଟ୍‌ ହରାଇ ୪୩୧ ରନ କରିବା ସହ ମୋଟ୍‌ ଉପରେ ୧୮୭ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୨ୟ ଇନିଂସ ଆରମ୍ଭ କରିଥିବା ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୧୨୨ ରନରେ ଅଲ୍‌ଆଉଟ୍‌ ହୋଇ ଇନିଂସ ପରାଜୟବରଣ କରିଥିଲା। ଦୁଇ ଓପନର୍‌ ଲାହିରୁ ଥିରିମାନ୍ନେ ଓ କୁସଲ ପେରେରା ଖାତା ଖୋଲିପାରି ନ ଥିବାବେଳେ ଆଞ୍ଜେଲୋ ମାଥ୍ୟୁ (୭), ଧନଞ୍ଜୟ ଡି ସିଲ୍‌ଭା (୧) ମଧ୍ୟକ୍ରମରେ ନିରାଶ କରିଥଲେ। ଉଇକେଟ୍‌କିପର ନିରୋଶାନ ଡିକ୍‌ଓ୍ବେଲା (୫୧), ଅଧିନାୟକ କରୁଣାରତ୍ନେ (୨୧) ଓ କୁସଲ ମେଣ୍ଡିସ (୨୦) କିଛିଟା ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରି ନ ଥିଲେ। ବିଜୟୀ ଦଳ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ସୌଦୀ, ଅଜାଜ ପଟେଲ ଓ ଓ୍ବିଲିୟମ ସମରଭିଲ୍ଲେ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଟମ୍‌ ଲଥାମ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ଓ୍ବାଟ୍‌ଲିଙ୍ଗ୍‌ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ହାସଲ କରିଥିଲେ। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୨୪୪/୧୦ (ଧନଞ୍ଜୟ ଡି ସିଲ୍‌ଭା ୧୦୯, କରୁଣାରତ୍ନେ ୬୫, ସୌଦୀ ୪/୬୩)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୪୩୧/୬ ଘୋଷଣା, ୧୧୫ ଓଭର (ଲଥାମ୍‌ ୧୫୪, ଓ୍ବାଟ୍‌ଲିଙ୍ଗ୍‌ ୧୦୫*, ରସ୍‌ ଟେଲର ୨୩, ଗ୍ରାଣ୍ଡହୋମ୍‌ ୮୩, ଓ୍ବିଲିୟମସନ ୨୦, ଦିଲରୁଓ୍ବାନା ପେରେରା ୩/୧୧୪)।
ଶ୍ରୀଲଙ୍କା ୨ୟ ଇନିଂସ- ୧୨୨/୧୦, ୭୦.୨ ଓଭର (ଡିକ୍‌ଓ୍ବେଲା ୫୧, କରୁଣାରତ୍ନେ ୨୧, ମାଥ୍ୟୁସ ୭, ସୌଦୀ ୨/୧୫, ବୋଲ୍ଟ ୨/୧୭)।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri