ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା କଟକଣା : ଭକ୍ତଙ୍କୁ ଜରିମାନା, ସେବକଙ୍କୁ ମାଫ୍‌

ପୁରୀ ଅଫିସ,୧୨ା୮ : ପାନ, ଗୁଟ୍‌ଖା ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା ମନ୍ଦିର କର୍ମଚାରୀ କାହାରିକୁ ବାଦ୍‌ ଦିଆଯିବ ନାହିଁ। ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ପ୍ରବେଶ କରିଥିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଅଗଷ୍ଟ ୧ତାରିଖରୁ ଏହି ନିୟମ କଡ଼ାକଡ଼ିି ଭାବେ ଲାଗୁ ହୋଇଛି। ତେବେ ଏହା କ’ଣ କେବଳ ଭକ୍ତଙ୍କ ପାଇଁ ଲାଗୁ କି ବୋଲି ଉଠିଛି ପ୍ରଶ୍ନ। ଯେଉଁ ସେବକମାନେ ଶ୍ରୀମନ୍ଦିର ଭିତରେ ପାନ ଖାଉଛନ୍ତି ସେମାନଙ୍କୁ ମାଫ୍‌ କରିଦିଆଯାଉଥିବା ଅଭିଯୋଗ ହେଉଛି। ଠାକୁରଙ୍କ ପାଖରେ ସମସ୍ତେ ସମାନ। ଶ୍ରୀମନ୍ଦିରରେ ସ୍ବଚ୍ଛତା ପାଇଁ ଯଦି କିଛି ନିୟମ ଲାଗୁ ହେଉଛି ତାହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ବିଭିନ୍ନ ସ୍ଥାନରେ ପାନଛେପ ପଡ଼ିବା ପରେ ଏହାକୁ ଗୁରୁତ୍ୱର ସହ ନେଇଥିଲା ମନ୍ଦିର ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଥିଲା। ପାନ ଛେପ ପଡ଼ିଥିବା ସ୍ଥାନଗୁଡ଼ିକରେ ଚୂନଲେପ ଦିଆଯାଇ ସଫା କରାଯାଇଥିଲା। ମାତ୍ର ସ୍ଥିତିରେ ପରିବର୍ତ୍ତନ ଆସି ନ ଥିଲା। କିଛିଦିନ ପରେ ପୁଣି ପାନଛେପରେ ନାଲି ହୋଇଥିଲା ଅନେକ ସ୍ଥାନ। ତେଣୁ ଗତ ୨୯ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍‌ଖା, ପାନମସଲା ଖାଇ ବା ମନ୍ଦିର ଭିତରକୁ ନେଇ ଯାଇପାରିବେ ନାହିଁ। ପ୍ରବେଶ ପଥରେ ଯାଞ୍ଚ ହେବ। ଯଦି ଏସବୁ ଖାଇ କେହି ମନ୍ଦିର ଭିତରେ ଧରାପଡ଼ିିବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଅଗଷ୍ଟ ୧ରୁ କଟକଣାକୁ କଡ଼ାକଡ଼ିି ଲାଗୁ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ସଂକ୍ରାନ୍ତରେ ସଚେତନତା ଲାଗି ଶ୍ରୀମନ୍ଦିର ଭିତର ସମେତ ଚାରିଦ୍ୱାରରେ ସୂଚନାଫଳକ ଲଗାଯାଇଛି। ତେବେ ଭକ୍ତ ଧରାପଡ଼ିିଲେ ଜରିମାନା ଆଦାୟ କରାଯାଉଛି। କିନ୍ତୁ ସେବକଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେଉ ନ ଥିବା ଅନେକ ଶ୍ର୍ରଦ୍ଧାଳୁ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ବେଢା ପରିସରରେ ହାତଗଣତି କେତେଜଣ ସେବାୟତ ପାନ ଖାଇ ବୁଲୁଛନ୍ତି। ସେମାନଙ୍କୁ ତାଗିଦ୍‌ କରାଯାଉ ନାହିଁ କିମ୍ବା ଜରିମାନା କଥା ବି କୁହାଯାଉନାହିଁ। କିନ୍ତୁ କେହି ଭକ୍ତ ପାନ କିମ୍ବା ଗୁଟଖା ଖାଇ ଧରାପଡ଼ିଲେ ତାଙ୍କଠାରୁ ଜରିମାନା ଆଦାୟ ପାଇଁ ଜୁଲମ ହେଉଛି। ଶନିବାର ଶ୍ରୀମନ୍ଦିରକୁ ଆସିଥିବା କେନ୍ଦ୍ରାପଡ଼ାର ସୁରେନ୍ଦ୍ର ସ୍ବାଇଁ କହିଛନ୍ତି, ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଏହାଦ୍ୱାରା ମନ୍ଦିର ପରିସର ସ୍ବଚ୍ଛ ରହିବ। ତେବେ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ଦରକାର। କିଛିଦିନ ଧରପଗଡ଼ ପରେ ବନ୍ଦ ହୋଇଗଲେ ଏହାର କୌଣସି ଅର୍ଥ ରହିବ ନାହିଁ। କେବଳ ଭକ୍ତ ନୁହଁନ୍ତି ସେବାୟତ ହୁଅନ୍ତୁ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ଯେଉଁମାନେ ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ଦରକାର। ଫଳରେ ଜଣେ ଦ୍ୱିତୀୟ ଥର ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ଯିବାକୁ ଚାହିଁବେ ନାହିଁ।
ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଅଗଷ୍ଟ ୧ ତାରିଖଠାରୁ ପାନ, ଗୁଟୁଖା କଣାକଣାକୁ କଡାକଡି ଭାବେ ଲାଗୁ କରାଯାଇଛି। ଅନେକ ଧରାପଡି ଜରିମାନା ଦେଲେଣି। ତେବେ ଯେଉଁମାନେ ଲୁଚେଇ ଛପେଇ ମନ୍ଦିର ବେଢା ପରିସରରେ ପାନ, ଗୁଟୁଖା ଆଦି ଖାଉଛନ୍ତି ସେମାନଙ୍କୁ ଅତିଶୀଘ୍ର ଠାବ କରାଯାଇ ଜରିମାନା ଆଦାୟ କରାଯିବ। ଯେଉଁଠି ଶ୍ରୀମନ୍ଦିରର ସ୍ବଚ୍ଛତା ଏବଂ ପବିତ୍ରତାର କଥା ଉଠୁଛି ତାହାକୁ ସ୍ବତଃପ୍ରବୃତ୍ତ ଭାବେ ସମସ୍ତେ ମାନିନେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri