ଶ୍ରୀମନ୍ଦିରର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ : ଇଣ୍ଟରନେଟ୍‌ରେ ମହାପ୍ରଭୁଙ୍କ କଥା

ପୁରୀ ଅଫିସ,୩ା୭: ମହାପ୍ରଭୁଙ୍କ ସମ୍ପର୍କରେ ଏଣିକି ଟିକିନିକି କଥା ସହଜରେ ଜାଣି ହେବ। ମାଉସ୍‌ କ୍ଲିକ କରିବା ମାତ୍ରେ ବାହାରିବ ସବୁକିଛି ତଥ୍ୟ। ଏଥିପାଇଁ ମଙ୍ଗଳବାର ଶ୍ରୀମନ୍ଦିରର ନୂତନ ଅଫିସିଆଲ ୱେବ୍‌ସାଇଟ୍‌ www.shreejagannatha.in ଉନ୍ମୋଚିତ ହୋଇଛି। ଶ୍ରୀନହର ପରିସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାକୁ ଉନ୍ମୋଚନ କରି କହିଛନ୍ତି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ ସମୟରେ ଶ୍ରୀମନ୍ଦିରର ନୂତନ ଅଫିସିଆଲ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଛି । ବିଶ୍ୱରେ ଥିବା ଶ୍ରୀଜଗନ୍ନାଥପ୍ରେମୀ ଭକ୍ତମାନେ ଏହାର ଲାଭ ନେଇପାରିବେ। ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ମହାପ୍ରଭୁଙ୍କ ଇତିହାସ, ଐତିହ୍ୟ, ମହିମା, ପରମ୍ପରା ସମ୍ପର୍କରେ ଜାଣିପାରିବେ । ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ପୂର୍ବରୁ ଶ୍ରୀମନ୍ଦିରର ଏକ ୱେବ୍‌ସାଇଟ ଥିଲା। ନୂତନ ୱେବ୍‌ ସାଇଟ୍‌ରେ ମହାପ୍ରଭୁଙ୍କ ସମ୍ପର୍କରେ ସବୁ ତଥ୍ୟ ରହିଛି। ଶ୍ରୀମନ୍ଦିରର ଦୈନନ୍ଦିନ ନୀତି, ଏହାର ପରିଚାଳନା, ବର୍ଷକ ଯାକର ପର୍ବପର୍ବାଣି ବି ସ୍ଥାନ ପାଇଛି । ଏହା ମାଧ୍ୟମରେ ଭକ୍ତମାନେ ଅନ୍‌ଲାଇନ ଡୋନେଶନ ମଧ୍ୟ ଦେଇପାରିବେ। ଆସନ୍ତା ୨ମାସ ମଧ୍ୟରେ ଦର୍ଶନାର୍ଥୀଙ୍କ ପାଇଁ ଏଥିରେ ଆଉ କିଛି ସୁବିଧା କରାଯିବ। ଦୈନିକ ମହାପ୍ରଭୁଙ୍କ କୋଠ ଭୋଗରେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। କିଛି ଲୋକ ଅଛନ୍ତି ଯେଉଁମାନେ ଦୈନିକ କୋଠ ଭୋଗ ପାଇଁ ଦାନ ଦେବାକୁ ରାଜି ଅଛନ୍ତି। ଏମିତି ବି ସମୟ ଆସିବ ବହୁ ସଂଖ୍ୟାରେ ଲୋକ କୋଠ ଭୋଗ ଦାନ ଦେବାକୁ ଆଗେଇ ଆସିବେ । ଫଳରେ ମନ୍ଦିରର ଆୟ ମଧ୍ୟ ବୃଦ୍ଧି ପାଇବ। ସେହିପରି ଦେଶ ବିଦେଶରୁ ଲୋକେ ମହାପ୍ରଭୁଙ୍କୁ ବିବାହର ନିମନ୍ତ୍ରଣ କାର୍ଡ ମଧ୍ୟ ପଠାଇ ପାରିବେ। ସମ୍ପୃକ୍ତ ଖୁଣ୍ଟିଆ ସେବକ ପ୍ରିଣ୍ଟ କରି ମହାପ୍ରଭୁଙ୍କ ପାଖରେ ବିଧି ଅନୁଯାୟୀ କାର୍ଡ ଚଢାଇବେ। ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଏ ସମ୍ପର୍କିତ ମେସେଜ୍‌ ମଧ୍ୟ ଦିଆଯିବ। ଏ ବାବଦ ପ୍ରାପ୍ୟ ମଧ୍ୟ ସେ ଅନ୍‌ଲାଇନରେ ଡିପୋଜିଟ୍‌ କରିପାରିବେ। ପର୍ଯ୍ୟାୟକ୍ରମେ ଏହାକୁ ହିନ୍ଦୀ, ଓଡ଼ିଆ ଏବଂ ବେଙ୍ଗଲୀ ଭାଷାରେ ମଧ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ସଞ୍ଜୀବ କୁମାର ପଣ୍ଡା, ନୀତି ପ୍ରଶାସନ ବିଶ୍ୱଜିତ ବିଶ୍ୱାଳ, ଉନ୍ନୟନ ପ୍ରଶାସନ ବିଶ୍ୱନାଥ ସାହୁ, ରାଜସ୍ବ ଉପ ପ୍ରଶାସକ ମଧୁସୂଦନ ଦାଶ, ସୁରକ୍ଷା ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri