ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଛେଦ କରାଯାଉ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୨ା୧୦: ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧କୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏହି ଅଧିନିୟମରୁ ଗୋବର୍ଦ୍ଧନ ମଠକୁ ବାଦ୍‌ ଦିଆଯାଇଛି। ଏଣିକି ଏହି ମଠ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ। ସମସ୍ତ ପରିଚାଳନାଗତ କାର୍ଯ୍ୟ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସମ୍ପନ୍ନ ହେବ। ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ସୋମବାର କ୍ୟାବିନେଟ ଅନୁମୋଦନ କରିଛି। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ସନ୍ତୋଷ ପ୍ରକଟ କରିନାହାନ୍ତି ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ମଙ୍ଗଳବାର ଏ ସମ୍ପର୍କରେ ଗଣମାଧ୍ୟମକୁ ସେ କହିଛନ୍ତି, ଏହା କୁଟନୀତି ବିହୀନ ନିଷ୍ପତ୍ତି ହୋଇଥିଲେ ସ୍ବାଗତଯୋଗ୍ୟ। ଦେବୋତ୍ତର ଆଇନ ପଞ୍ଝାରୁ ମୁକ୍ତ ହେଲେ କ’ଣ ହେବ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ପରିଧିରେ ମଠକୁ ଛନ୍ଦି ଦିଆଯାଇଛି। ମଠର ଜମି ଏବେ ଶ୍ରୀଜଗନ୍ନାଥ ପରିଚାଳନା କମିଟି ନାମରେ ରହିଛି। ବିଶେଷ ଜ୍ଞାନ ନ ଥିବା ପ୍ରତିନିଧିଙ୍କୁ ପଠାଇ ମଠ ସମ୍ପର୍କରେ ଆଲୋଚନା କରିବାର ଏହା ହେଉଛି ପରିଣତି। ଏ ସବୁ ନିଷ୍ପତ୍ତି ସ୍ପଷ୍ଟ ଲାଗୁ ନାହିଁ। ରାଜ୍ୟ ସରକାରଙ୍କର ଜଣେ ପ୍ରତିନିଧି ଆସି ତାଙ୍କ ସହ ଆଲୋଚନା କରି ଉପଯୁକ୍ତ ପରାମର୍ଶ ନେବା ଦରକାର। ଆଇନ ବିଭାଗ କାର୍ଯ୍ୟ କରିବା ପ୍ରଶଂସନୀୟ, ମାତ୍ର ବାସ୍ତବତା ହେଉଛି ଅସନ୍ତୋଷ। ମଠକୁ ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ପ୍ରଶାସନ ଅଧୀନରୁ ବାଦ୍‌ ଦିଆଯାଉ। ଶଙ୍କରାଚାର୍ଯ୍ୟଙ୍କୁ ଏହାର ସଞ୍ଚାଳନ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ନ୍ୟସ୍ତ କରାଯିବା ଉଚିତ। ଶ୍ରୀମନ୍ଦିର ପରିଚାଳନା କମିଟିକୁ ଉଚ୍ଛେଦ କରାଯାଉ। କାରଣ ଧାର୍ମିକ ଓ ଆଧ୍ୟାତ୍ମିକ ବ୍ୟବସ୍ଥାର ଖିଲାପ କରୁଛି ଏହି କମିଟି। ଶ୍ରୀମନ୍ଦିରର ବ୍ୟବସ୍ଥା ଓ ସେବାୟତଙ୍କ ମନମାନୀ ଯୋଗୁ ଆଜି ଶ୍ରୀମନ୍ଦିରର ଗରିମା ନଷ୍ଟ ହେଉଛି। ଗଜପତିଙ୍କୁ ମଧ୍ୟ ଉପେକ୍ଷା କରାଯାଉଛି। ତେଣୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଗୋବର୍ଦ୍ଧନ ପୀଠକୁ ମିଳିବା ଦରକାର। ଏହା କାହାର ଦାନ ନୁହେଁ, ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଆମର ଅଧିକାର ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ଗୋବର୍ଦ୍ଧନ ପୀଠକୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ମିଳିଲେ ଏହା ଧର୍ମ, ମୋକ୍ଷର ପବିତ୍ର ସଂସ୍ଥା ହେବ। ଭାରତର ଅସ୍ତିତ୍ୱ ରହିବ। ଜଗଦ୍‌ଗୁରୁଙ୍କ ପରାମର୍ଶକୁ ପାଳନ କଲେ ଶାସନତନ୍ତ୍ର ତିଷ୍ଠି ରହିବ, ନଚେତ୍‌ ରସାତଳକୁ ଚାଲିଯିବ ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ। ଏହି ଅବସରରେ ସେ ଆଦି ଶଙ୍କରାଚାର୍ଯ୍ୟଙ୍କୁ ମନେ ପକାଇଥିଲେ। ଭାରତର ଚାରିଧାମରେ ୪ଟି ମଠ ମଧ୍ୟରୁ ଗୋଟିଏ ମଠ ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ପ୍ରତିଷ୍ଠା କରିବା ନିଶ୍ଚିତ ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ । ଆଦି ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୁନଃ ପ୍ରତିଷ୍ଠା କରିଥିଲେ। ତେଣୁ ଶ୍ରୀମନ୍ଦିର ଉପରେ ଗୋବର୍ଦ୍ଧନ ପୀଠର ସମ୍ପୂର୍ଣ୍ଣ ହକ୍‌ ରହିଛି। ଏଥିରୁ ପୀଠକୁ ବଞ୍ଚତ୍ତ କରାଯିବା ଠିକ୍‌ ନୁହେଁ। ଏହି ଭୁଲକୁ ପ୍ରାୟଶ୍ଚିତ କରିବାର ସମୟ ଆସିଛି ବୋଲି ପରୋକ୍ଷରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଜଗଦ୍‌ଗୁରୁ। ପୁରୀର ବିକାଶ ପାଇଁ ରାଜ୍ୟ ସରକାର ୩,୨୦୮କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ବିକାଶ ନଁାରେ ଏହାକୁ ଭୋଗର ସହର କରା ନ ଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ବାବୁଙ୍କ ବିଦେଶଯାତ୍ରାରେ ଅଙ୍କୁଶ: ଏଣିକି ସରକାରଙ୍କ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୭ (ରବିନାରାୟଣ ଜେନା):ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଧିକାଂଶ ସମୟରେ ସରକାରଙ୍କ ବିନା ଅନୁମତିରେ ଛୁଟି ନେଇ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରୁଛନ୍ତି। ଏହାଦ୍ୱାରା କେବଳ…

ରେକର୍ଡ କଲା PM ମୋଦିଙ୍କ ଭିଡିଓ, ୨୪ ଘଣ୍ଟାରେ ସବୁଠୁ ଅଧିକ…

ନୂଆଦିଲ୍ଲୀ,୨୫।୭: CJP ବିକ୍ଷୋଭକାରୀ ଏବଂ ସରକାରଙ୍କ ମଧ୍ୟରେ ଶନିବାର ଆଉ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ କେନ୍ଦ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri