ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିରରେ ଚାଲିଛି ମରାମତି

ପୁରୀ ଅଫିସ,୨୯ା୫: ବାତ୍ୟା ‘ଫନୀ’ ଯେ କେବଳ ମଣିଷଙ୍କୁ ବିପନ୍ନ କରିଦେଇଛି ତାହା ନୁହେଁ ବହୁ ଐତିହ୍ୟ, ଧାର୍ମିକ ଏବଂ ଦର୍ଶନୀୟସ୍ଥଳରେ ମଧ୍ୟ ତାଣ୍ଡବ ରଚିଛି। ଏଥିରୁ ବାଦ୍‌ ପଡ଼ିନି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଶ୍ରୀମନ୍ଦିରରେ ମଧ୍ୟ ଅନେକ କୀର୍ତ୍ତିରାଜି ଉପରେ ବାତ୍ୟାର ପ୍ରଭାବ ପଡ଼ିଛି। ସିଂହଦ୍ୱାର ପ୍ରବେଶ ପଥରେ ଥିବା ଜୟ ମୂର୍ତ୍ତି, ମୁଖ୍ୟ ମନ୍ଦିରର ଦୁଇଟି ସିଂହ, ଭୋଗମଣ୍ଡପ ଉପର କଳସ, ବଟ ବୃକ୍ଷ ପ୍ରଭୃତି କ୍ଷତି ହୋଇଛି। ସେହିପରି ଆନନ୍ଦବଜାର ସମେତ ବେଢା ପରିସର ବିଭିନ୍ନ ମନ୍ଦିରରେ ବି ଆଂଶିକ କ୍ଷୟକ୍ଷତି ହୋଇଛି। ଗୁଣ୍ଡିଚା ମନ୍ଦିର ପରିସରରେ ବ୍ୟାପକ ଗଛ ଧରାଶାୟୀ ହୋଇପଡ଼ିଥିବା ବେଳେ ମନ୍ଦିରରେ ମଧ୍ୟ କ୍ଷତି ପହଞ୍ଚାଇଛି । ଆଗକୁ ରଥଯାତ୍ରା ଆସୁଥିବାରୁ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଅପରପକ୍ଷେ ଗତ ୧୮ ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିଦର୍ଶନରେ ଆସି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ସ୍ନାନଯାତ୍ରା ପୂର୍ବରୁ ମରାମତି କାମ ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଏସ୍‌ଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବାତ୍ୟା ଶ୍ରୀମନ୍ଦିର ସମେତ ବେଢା ପରିସର ଏକାଧିକ ମନ୍ଦିରରେ କ୍ଷତି ପହଞ୍ଚାଇଛି। କେଉଁଠି ପ୍ଲାଷ୍ଟର ଖସିପଡ଼ିଛି ତ ଆଉ କେଉଁଠି କୀର୍ତ୍ତିରାଜି ନଷ୍ଟ ହୋଇଛି। ତେବେ ଏ ସବୁର ମରାମତି କାମ ଦ୍ରୁତଗତିରେ ଚାଲିଛି। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ସାରିବାକୁ ନିର୍ଦ୍ଦେଶ ରହିଥିବାରୁ ଏହାକୁ ନଜରରେ ରଖି କାମ ଚାଲିଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି । ବର୍ଷା ଓ ପବନ ମାଡ଼ରେ ଜଗମୋହନ, ସାକ୍ଷୀଗୋପାଳ ମନ୍ଦିର ସମେତ ଏକାଧିକ ମନ୍ଦିରରୁ ପ୍ଲାଷ୍ଟର ଛାଡ଼ି ଯାଇଥିଲା। ଏ ସବୁର ମରାମତି କରାଯାଇଛି। ଭୋଗ ମଣ୍ଡପ ଉପରେ ଥିବା କଳସରୁ ଆବରଣ ଛାଡ଼ିଯାଇଥିଲା। ବର୍ତ୍ତମାନ ଭାରା ବନ୍ଧାଯାଇ ଏହାର କାମ ଜାରି ରହିଛି। ସେହିପରି ଲୁହାଭାରା ମାଡ଼ରେ ମୁଖ୍ୟ ମନ୍ଦିରରୁ ସିଂହମୂର୍ତ୍ତି ଦୁଇଟି ତଳକୁ ଖସିପଡ଼ିଥିଲା। ସେହି ମୂର୍ତ୍ତି ଦୁଇଟିକୁ ଯଥା ସ୍ଥାନରେ ଲଗାଯାଇଛି। ଆନନ୍ଦ ବଜାରରେ ଗଛ ଉପୁଡ଼ିିଯିବାରୁ କେତେକ ଫ୍ଲୋରିଂ ନଷ୍ଟ ହୋଇଯାଇଥିଲା। ତାହାକୁ ମରାମତି କରାଯାଇଛି। ବାତ୍ୟାରେ ସିଂହଦ୍ୱାର ପ୍ରବେଶ ପଥରେ ରହିଥିବା ଜୟ ମୂର୍ତ୍ତି ଭାଙ୍ଗି ତଳେ ପଡ଼ିିଥିଲା । ଏହି ମୂର୍ତ୍ତି ପୂର୍ବରୁ ସିମେଣ୍ଟ ଏବଂ ରଡ୍‌ରେ ତିଆରି ହୋଇଥିଲା। ଏବେ ମୂର୍ତ୍ତିକୁ ଖଣ୍ଡୋଲାଇଟ୍‌ ପଥରରେ ତିଆରି କରାଯାଉଛି। ଭୁବନେଶ୍ୱରର ଜଣେ ଶିଳ୍ପୀ ଏହାକୁ ତିଆରି କରୁଛନ୍ତି। ତେବେ ଏହି କାମ ବିଳମ୍ବ ହୋଇପାରେ। କିନ୍ତୁ ସ୍ନାନ ଯାତ୍ରା ପୂର୍ବରୁ ଅନ୍ୟାନ୍ୟ ମରାମତି କାମ ଶେଷ ହୋଇଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଜୋର୍‌ଦାର କାମ ଚାଲିଛି। ରଥଯାତ୍ରା ସମୟରେ ମହାପ୍ରଭୁ ଏଠାରେ ଅବସ୍ଥାନ କରିବେ। ଏହି ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ହେବ । ତେଣୁ ସ୍ନାନଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri