ଶ୍ରୀଦେବୀଙ୍କ ଜନ୍ମଦିନରେ ଭାବୁକ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ର ଏଭରଗ୍ରୀନ ନାୟିକା ଶ୍ରୀଦେବୀଙ୍କର ଅସମୟରେ ପରଲୋକକୁ ଆଜି ପର୍ଯ୍ୟନ୍ତ ବି ଗ୍ରହଣ କରିପାରୁ ନାହାଁନ୍ତି ପରିବାର ସଦସ୍ୟ। ମଙ୍ଗଳବାର ଶ୍ରୀଦେବୀଙ୍କ ଜନ୍ମଦିନ ଅବସରରେ ବଡ ଝିଅ ଜାହ୍ନବୀ ଏକ ଭାବପୂର୍ଣ୍ଣ ମେସେଜ୍‌ ଶେୟାର୍‌ କରିଛନ୍ତି। ସେ ତାଙ୍କ ଛୋଟ ବେଳେ ମା’ଙ୍କ କୋଳରେ ଥିବା ଏକ ଫଟୋକୁ ଶେୟାର କରି ଲେଖିଛନ୍ତି, “Happy birthday, Mumma, I love you”. ଆଉ ଏହାକୁ ଦେଖିବା ପରେ ସମସ୍ତଙ୍କ ଆଖି ଓଦା ହୋଇଯାଇଛି। ଦୁବଇର ଏକ ହୋଟେଲରେ ବାଥ୍‌ଟବ୍‌ରେ ବୁଡି ଯିବାରୁ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା। ଏବେ ଝିଅ ଜାହ୍ନବୀ ବଲିଉଡ୍‌ରେ ଡେବ୍ୟୁ କରିସାରିଛନ୍ତି ସତ। ହେଲେ ମନରୁ ମା’ଙ୍କୁ କେବେବି ଭୁଲି ପାରି ନାହାଁନ୍ତି। ଶ୍ରୀଦେବୀ ୮୦ ଦଶକରେ ବଲିଉଡ୍‌ର ଜଣେ ଆଗଧାଡିର ନାୟିକା ଥିବା ବେଳେ ଅନେକ ହିଟ୍‌ ଫିଲ୍ମ ଜରିଆରେ ସେ ଦର୍ଶକଙ୍କର ନିକଟତର ହୋଇ ପାରିଥିଲେ। ଡ୍ୟାନ୍ସ ହେଉ ଅବା ଅଭିନୟ ସବୁଥିରେ ଭରପୁର ଥିଲେ ଶ୍ରୀଦେବୀ। ଚାନ୍ଦନି ଭାବେ ବଲିଉଡ୍‌ରେ ପରିଚିତ ଥିଲେ ଏହି ହାଓ୍ବା ହାଓ୍ବାଇ ଗର୍ଲ। ତାଙ୍କର ଅନେକ ସୁପରହିଟ୍‌ ସଙ୍ଗ ଆଜିବି ଶ୍ରୋତାଙ୍କ ମନରେ ବସାବାନ୍ଧି ରହିଛି। ‘ହାଓ୍ବା ହାଓ୍ବାଇ’ କୁହନ୍ତୁ ଅବା ‘ନୈନୋମେ ସପନା ସପନା ମେ ସାଜନ’ ଏସବୁ ଏବେବି ଦର୍ଶକଙ୍କ ମନରେ ଘରକରି ରହିଛି। ସେହିପରି ଫିଲ୍ମ ଲମ୍‌ହେ, ଖୁଦା ଗଓ୍ବାହ, ଚାନ୍ଦନି, ସଦ୍‌ମା, ଜୁଦାଇ, ଲାଡ୍‌ଲା ଭଳି ପାଖାପାଖି ୩ଶହ ଫିଲ୍ମରେ କାମ କରି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ଛାଡି ଯାଇଛନ୍ତି ଶ୍ରୀଦେବା। କେବଳ ପରିବାର କାହିଁକି ଏବେ ବଲିଉଡ୍‌ ଜଗତଠାରୁ ଆରମ୍ଭ କରି ତାଙ୍କର କୋଟି କୋଟି ପ୍ରଶଂସକ ଆଜି ତାଙ୍କୁ ମନେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri