ଶ୍ରୀଜଗନ୍ନାଥ ବଲ୍ଲଭ ମଠ : ୧୬ କୋଟିର ଅନିୟମିତତା ଅଭିଯୋଗ

ପୁରୀ ଅଫିସ, ୭ା୮: ଶ୍ରୀମନ୍ଦିର ରୀତିନୀତି ସହିତ ଜଡ଼ିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ। ଏହି ମଠର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ପ୍ରାୟ ୧୬କୋଟି ଟଙ୍କାର ଆର୍ଥତ୍କ ଅନିୟମିତତା ହୋଇଥିବା ନେଇ ମଙ୍ଗଳବାର ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି। ପୁରୀ ସଚେତନ ନାଗରିକ ମଞ୍ଚର ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ ଏହି ଅଭିଯୋଗ କରିଛନ୍ତି। ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠର ଆର୍ଥତ୍କ ଅନିୟମିତତା ସମ୍ପର୍କରେ ଅଡିଟ୍‌ରୁ ଜଣାପଡ଼ିଛି। ମଠ ପରିଚାଳନା ବୋର୍ଡ ସଭାପତି ଏବଂ ୬ଜଣ ଅଧିକାରୀଙ୍କ ଅମଳରେ ୧୬କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟବ୍ୟୟ ହିସାବ ଉପରେ ଆପତ୍ତି ଉଠାଇଛନ୍ତି ଅଡିଟର। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଆଇନଜୀବୀ ଦାଶ ଦାବି କରିଛନ୍ତି।
ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଅଡିଟ ରିପୋର୍ଟ ନଂ. ୨୪୩୩/୨୭.୩. ୨୦୧୯ ଏବଂ ଓଡ଼ିଶା ଦେବୋତ୍ତର କମିଶନଙ୍କ ପତ୍ରାଙ୍କ ନଂ. ୩୦୩୦/ତା ୨୦.୪. ୨୦୧୯ରିଖର ୮୫ପୃଷ୍ଠା ସମ୍ବଳିତ ରିପୋର୍ଟରେ ଆର୍ଥତ୍କ ଅନିୟମିତତା ସମ୍ପର୍କରେ ଉଲ୍ଲେଖ ହୋଇଛି। ମଠ ଖାତାରୁ ଅନଧିକାର ଓ ବେଆଇନ ଭାବେ ଟଙ୍କା ଉଠାଣ, ବିଭିନ୍ନ ନିଲାମ ବାବଦରେ ହେରଫେର, ପରିଷଦର ବିନା ସୁପାରିଶରେ କାର୍ଯ୍ୟ କରିବା, ବିଭିନ୍ନ ବାବଦରେ ପଇଠ କରାଯାଇଥିବା ଅର୍ଥର ରସିଦ୍‌ ନ ଥିବା, ପାର୍କିଂ ଆଦାୟ ଟଙ୍କା ଆକାଉଣ୍ଟରେ ଜମା ହୋଇ ନ ଥିବା, ବିଭିନ୍ନ ବାବଦରେ ଆଦାୟ ଅର୍ଥ ମଠ ହିିସାବରେ ଜମା ନ ରହିବା, କିଣାଯାଇଥିବା ସାମଗ୍ରୀର ଠିକ୍‌ ତଥ୍ୟ ରଖା ନ ଯିବା ଆଦି ୬୦ରୁ ଊର୍ଦ୍ଧ୍ୱ ବିଭିନ୍ନ ବାବଦ ଆଦାୟ ଅର୍ଥରେ ଅନିୟମିତତା ହୋଇଥିବା ନେଇ ଅଡିଟର ଆପତ୍ତି ଉଠାଇଥିବା ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri