ଶ୍ରୀକ୍ଷେତ୍ରରୁ ଜାତିସଂଘ

ପୁରୀ ଅଫିସ,୪। ୮: ବୟସ ୨୦। ହେଲେ ମିଳିତ ଜାତିସଂଘ ପକ୍ଷରୁ ୧୦ଟି ଦେଶରେ ଆୟୋଜିତ ୫୦ଟି ସମ୍ମିଳନୀରେ ବକ୍ତୃତା ଦେଇସାରିଲେଣି। ଏତେ କମ୍‌ ବୟସରେ ଏଭଳି ସଫଳତା ଆଣି ସେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଗୌରବ ପାଲଟିଛନ୍ତି। ଯୁବପିଢି କିପରି ସଶକ୍ତ ହୋଇ ଆଗକୁ ବଢିବେ ସେଥିପାଇଁ ଜାତିସଂଘରେ କାମ କରୁଛନ୍ତି। ଏମିତି ଜଣେ ଯୁବ ବ୍ୟକ୍ତିତ୍ୱ ହେଉଛନ୍ତି ଓଡ଼ିଆ ପୁଅ ଆଶୁତୋଷ ପଟ୍ଟନାୟକ। ପୁରୀ ବଳିଆପଣ୍ଡା ଅଞ୍ଚଳରୁ ଜାତିସଂଘର ଗୁଡ୍‌ୱିଲ୍‌ ୟୁଥ୍‌ ଆମ୍ବାସାଡର ଏକ ଲମ୍ବା ପଥର ଯାତ୍ରୀ। ସବୁବେଳେ ନିଜ କାମକୁ ନେଇ ଗମ୍ଭୀର ରହୁଥିବା ଆଶୁତୋଷ ଯୁବପିଢିଙ୍କୁ ନିଜ ଭବିଷ୍ୟତ ଗଢିବାର ନୂଆ ରାହା ଦେଖାଉଛନ୍ତି। ବିଶ୍ୱର ପ୍ରତିଟି ଘରେ ଶିକ୍ଷା, ଯୁବପିଢିଙ୍କ ବିକାଶ, କରୋନା ମୁକାବିଲା ଏବଂ ଏହାର ପରବର୍ତ୍ତୀ ସ୍ଥିତିକୁ କିପରି ସାମ୍ନା କରିବାକୁ ହେବ ତାହା ଉପରେ ସ୍ପଷ୍ଟ ମତ ରଖିଛନ୍ତି।
ସୋମବାର ବଳିଆପଣ୍ଡାସ୍ଥିତ ବାସଭବନରେ ଗଣମାଧ୍ୟମକୁ ସୂଚନା ଦେଇ ଆଶୁତୋଷ କହିଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ୱକୁ ମହାମାରୀ କରୋନା ଆତଙ୍କିତ କରିଛି। କିନ୍ତୁ କରୋନାକୁ ଭୟ କରି ସମ୍ପୂର୍ଣ୍ଣ ଭାବେ ଘରେ ବସିଲେ ହେବ ନାହିଁ। କିପରି ଆଗକୁ ବଢିବାକୁ ହେବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହା ଉପରେ ଜାତିସଂଘ ଫୋକସ ରଖିଛି। ବିଶେଷକରି ଯୁବପୀଢିଙ୍କୁ ସଶକ୍ତ କରିବା ଉପରେ ଜାତିସଂଘ ଗୁରୁତ୍ୱ ଦେଇଆସୁଛି। କାରଣ ବିଶ୍ୱର ଆଧାର ବା ମୂଳ ହେଉଛନ୍ତି ଯୁବପିଢି। ମୂଳକୁ ହିଁ ଆମକୁ ସଶକ୍ତ କରିବାକୁ ପଡ଼ିବ। ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଜାତିସଂଘ ତାଙ୍କ ଭଳି ଗୁଡ୍‌ୱିଲ ଆମ୍ବାସାଡ଼ରଙ୍କୁ ନିଯୁକ୍ତି ଦେଇଥାଏ।
ମିଳିତ ଜାତିସଂଘ ଏବଂ ସରକାର ସର୍ବଦା ସେମାନଙ୍କ ପାଇଁ ରହିଛନ୍ତି ବୋଲି ଯୁବପିଢିଙ୍କୁ ସଚେତନ କରିବା ହେଉଛି ଗୁଡ୍‌ୱିଲ ୟୁଥ୍‌ ଆମ୍ବାସାଡରଙ୍କ ମୁଖ୍ୟ କାମ। ତେବେ ଯୁବବର୍ଗ ସଶକ୍ତ ହେବାକୁ ହେଲେ ଶିକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ସବୁ ଦେଶ ଅନୁସରଣ କରିବା ଦରକାର। ମାତ୍ର ବିଶ୍ୱବ୍ୟାପୀ ଅନେକ ଯୁବତୀ ଯୁବକ ଅଛନ୍ତି ଯେଉଁମାନଙ୍କ ପାଖରେ ଏବେ ବି ଶିକ୍ଷା ଅପହଞ୍ଚ। ଅର୍ଥାତ୍‌ ପାଠ ପଢିବା ଲାଗି ସେମାନଙ୍କୁ ସୁଯୋଗ ମିଳୁନାହିଁ। ଓଡ଼ିଶାରେ ବି ଏମିତି ଉଦାହରଣ ରହିଛି। କିନ୍ତୁ ସମସ୍ତଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ଶିକ୍ଷା ଏକ ଅଧିକାର। ଏଭଳି ମାନସିକତା ସମସ୍ତଙ୍କର ରହିବା ଦରକାର। ସାମ୍ପ୍ରତିକ ସ୍ଥିତିରେ କରୋନା ଅନେକଙ୍କୁ ମାନସିକ ଅବସାଦଗ୍ରସ୍ତ କରିଦେଇଛି। କିନ୍ତୁ ଏଥିରେ ଭାଙ୍ଗି ନ ପଡ଼ି ନିଜକୁ ଧୈର୍ଯ୍ୟ ଧରିବାକୁ ହେବ। ଜୀବନରେ ଆଗକୁ କିପରି ବଢି ହେବ ସେ ନିଷ୍ପତ୍ତି ନିଜେ ହିଁ ନେବାକୁ ପଡ଼ିିବ। ଏଭଳି ସ୍ଥିତିରେ ମିଳିତ ଜାତିସଂଘ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ। ସେହିପରି କରୋନା ସମ୍ପର୍କରେ ଆଶୁତୋଷ କହିଥିଲେ, ଏହା ଗୋଟିଏ ମହାମାରୀ ନୁହେଁ। ବିଗତ ଦିନରେ ଏମିତି ଅନେକ ମହାମାରୀକୁ ମଣିଷ ସାମ୍ନା କରିଛି। ଆଜି କରୋନା ଅଛି ଆଗାମୀ ଦିନରେ ଆଉ ଏହିଭଳି କୌଣସି ରୋଗ ଆସିବ। ତେଣୁ ମଣିଷକୁ ଏଭଳି ପରିସ୍ଥିତି ସହ ଲଢେଇ କରି ବଞ୍ଚତ୍ବାକୁ ପଡ଼ିବ। ପଛକୁ ନ ଚାହିଁ ଆଗକୁ ହିଁ ଯିବାକୁ ହେବ। ଓଡ଼ିଶା ପାଇଁ ଅନେକ କିଛି ସ୍ବପ୍ନ ଦେଖିଥିବା ଆଶୁତୋଷ ଦୁବାଇରେ ରହୁଥିଲେ ବି ତାଙ୍କ ମନ ଓ ହୃଦୟ ସବୁବେଳେ ଓଡ଼ିଶା ସହିତ ରହିଛି। ଜଣେ ଓଡ଼ିଆ ଭାବେ ସେ ନିଜକୁ ଗର୍ବ ଅନୁଭବ କରନ୍ତି। ଓଡ଼ିଶାର ଯୁବପିଢି କେବେ ମନରେ ହତାଶା ଭାବ ନ ରଖି ସବୁବେଳେ ଆଗକୁ ବଢିବାର ପ୍ରୟାସ ଜାରି ରଖନ୍ତୁ, ଦିନେ ନା ଦିନେ ସଫଳତା ପାଦ ଛୁଇଁବ ବୋଲି ଆଶୁତୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri