ସୁନ୍ଦର ବର ପାଇଁ ସେବାୟତ ଘର କୁମାରୀଙ୍କ ନେତ ପୂଜା

ପୁରୀ ଅଫିସ,୨ା୧୦:ବଳିରେ ବଳି ନ କର କଳି… କାଲି ଆଣି ଦେବୀ ସରୁ ଚକୁଳି…ଏହି ଗୀତରେ ବୁଧବାର ଝଙ୍କୁରିତ ହୋଇଥିଲା ମାର୍କଣ୍ଡ ପୁଷ୍କରିଣୀ କୂଳ। ସେବାୟତ ପରିବାରର କୁମାରୀମାନେ ନେତ ବେଶରେ ସଜେଇ ହୋଇ ଏହି ଗୀତ ବୋଲି ହରପାର୍ବତୀଙ୍କୁ ଆରାଧନା କରିଥିଲେ। ସୁନ୍ଦର ଏବଂ ଯୋଗ୍ୟ ବର ପ୍ରାପ୍ତି ମନାସି ସେମାନେ ଏହି ପୂଜା କରିଥିଲେ।
ଭାଦ୍ରବ ମାସ ପୂର୍ଣ୍ଣମୀଠାରୁ ନେତା ପୂଜା ଆରମ୍ଭ ହୋଇଥାଏ। ୨୧ଦିନ ଦିନ ବ୍ୟାପୀ ସେବାୟତ ପରିବାରର କୁମାରୀମାନେ ସନ୍ଧ୍ୟାରେ ଘରେ ବଳିରେ ବଳି ନ କର କଳି…ଗୀତ ବୋଲି ଶିବ ପାର୍ବତୀଙ୍କୁ ପୂଜା କରିଥାନ୍ତି। ଏହାପରେ ଆଶ୍ୱିନ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିଠାରୁ ୪ଦିନ ବ୍ୟାପି ନେତ ବେଶ ହୋଇ ମାର୍କଣ୍ଡ ପୁଷ୍କରିଣୀ କୂଳରେ ପୂଜାର୍ଚ୍ଚନା କରିଥାନ୍ତି। ଏଥିସହ ମାର୍କଣ୍ଡେଶ୍ୱରଙ୍କୁ ଦର୍ଶନ କରି ନିଷ୍ଠାର ସହିତ ବ୍ରତ ପାଳିଥାନ୍ତି। ଏହାକୁ ନେତ ପୂଜା ତଥା ନେତ ପରମ୍ପରା କୁହାଯାଏ। ଏହି ପରମ୍ପରା ଶ୍ରୀକ୍ଷେତ୍ରର ସେବାୟତ ପରିବାରରେ ପାଳିତ ହେଉଥିବା ବେଳେ ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ। ବୁଧବାର ପୂର୍ବାହ୍ନରେ ମାର୍କଣ୍ଡ ପୁଷ୍କରିଣୀ କୂଳରେ ସେବାୟତ ଘରର କୁମାରୀଙ୍କ ନେତ ପୂଜା ବେଶ୍‌ ଆକର୍ଷଣୀୟ ସାଜିଥିଲା। କୁନି କୁନି ଝିଅମାନେ ସୁନା, ରୁପା ଅଳଙ୍କାରରେ ସଜେଇ ହୋଇ ନେତ ବେଶରେ ମାର୍କଣ୍ଡ ପୁଷ୍କରିଣୀକୁ ଆସିଥିଲେ। ପାଦରେ ପାଉଞ୍ଜି, ହାତରେ ପହୁଡ, ମଲ, ଅଣ୍ଟାରେ ବେଙ୍ଗପାଟିଆ, ହାତରେ ବାଜୁବନ୍ଧ, ଖଡୁ, ବେକରେ ହାର ଏବଂ ମଥାରେ ସିନ୍ଥି ଆଦି ଅଳଙ୍କାର ଶୋଭା ପାଉଥିଲା। ସେମାନେ କଛା ମାରି ପାଟ ଲୁଗା ପରିଧାନ କରିଥିଲେ। ପୁଷ୍କରିଣୀ କୂଳରେ ନଡିଆ, ମକା, ଜହ୍ନି, ଲାଉ, କାକୁଡି, ହଳଦୀ ଓ ଗୁଆ ରଖି ଠାକୁରଙ୍କୁ ସ୍ଥାପନା କରିଥିଲେ। ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ପ୍ରଦାନ ପରେ ମାର୍କଣ୍ଡେଶ୍ୱରଙ୍କୁ ଦର୍ଶନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ…

ହାଟଡିହୀ, ୪।୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଗ୍ରାମକୁ ପକ୍କା ରାସ୍ତା ଏବଂ ନାଳ ଉପରେ ପୋଲ…

ହାଟଡିହୀରେ ମିଳୁନି ସାର: ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ହାଟଡିହୀ/ଛେନାପଦୀ, ୪।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବର୍ତ୍ତମାନ ପ୍ରବଳ ସାର ସଙ୍କଟ ଦେଖାଦେଇଛି। ସମବାୟ ସମିତିରେ ଆବଶ୍ୟକୀୟ ସାର ନ ଥିବାବେଳେ ଖୋଲା…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠାରେ ଲୋକଙ୍କୁ ମିଳିଲା ବିଶୁଦ୍ଧ ପାଣି

ବେଲଗୁଣ୍ଠା, ୪।୮ (କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍.ଏ.ସି. ଅନ୍ତର୍ଗତ ୧୨ ଏବଂ ୧୩ ନମ୍ବର ୱାର୍ଡ ଭଗବତପାଟଣା ଓ ଧନିଜାପଲ୍ଲୀରେ ବିଗତ କିଛି…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ: ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ କୃଷକଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୪।୮(ଅରୁଣ ସାହୁ): କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଅଞ୍ଚଳରେ ଲଗାଣ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri