ଶ୍ରମିକଙ୍କୁ ନିର୍ଯାତନା ଘଟଣାରେ ଫେରାର ଦଲାଲ ଗିରଫ ହେଲେ

ଦେବଗଡ଼,୧୩।୫(ଡି.ଏନ.ଏ.)-୨୦୧୯ ଜାନୁୟାରୀରେ ଜଣେ ଦଲାଲଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ୧୧ ଶ୍ରମିକଙ୍କୁ ବିହାରର ଗୟା ଜିଲାରୁ ରିଆମାଳ ଥାନା ପୋଲିସ ଉଦ୍ଧାର କରିଥିଲା। ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମାତ୍ର କର୍ଡାପାଳ ଗ୍ରାମର ଶ୍ରମିକ ଦଲାଲ କ୍ଷୀରୋଦ ଧରୁଆ(୪୨)ଫେରାର ଥିଲେ। କ୍ଷୀରୋଦ ଘରକୁ ଫେରିଥିବା ସୂଚନା ପାଇ ରିଆମାଳ ଥାନା ପୋଲିସ ତାଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି।
କ୍ଷୀରୋଦ ତିଲେଇବଣି ବ୍ଲକ କେନ୍ଦେଇଜୁରୀ ଗ୍ରାମର ଯୋଗେଶ୍ୱର ରଣା, ବାବୁଲୁ ଶେଖ, ଅଜିତ କାଲୋ, ରାଜକୁମାର ଡୁଙ୍ଗଡୁଙ୍ଗ, ରବୀନ୍ଦ୍ର ମାଝି, ସୁଶାନ୍ତ ପ୍ରଧାନ, ଲମ୍ବୋଦର କିଷାନ, ନରେନ୍ଦ୍ର ନାୟକ ଓ ତୁଲାରାମ ନାୟକ ଓ ୨ ନାବାଳକ ସମେତ ୧୧ ଜଣଙ୍କୁ କାମ କରିବାକୁ ଭୁବନେଶ୍ୱର ଡାକି ନେଇଥିଲେ। ମାତ୍ର ସେଠାରେ ପହଞ୍ଚତ୍ବା ପରେ କ୍ଷୀରୋଦ ସେମାନଙ୍କୁ ଅନ୍ୟଜଣେ ଦଲଲାଙ୍କୁ ହସ୍ତାନ୍ତର କରିଥିଲେ। ସମ୍ପୃକ୍ତ ଦଲାଲ ସମସ୍ତଙ୍କୁ ବିହାରର ଗୟା ଜିଲାରେ ଚାଲିଥିବା ରେଲୱେ କାର୍ଯ୍ୟରେ ନିୟୋଜିତ କରିଥିଲେ। ସେଠାରେ ଶ୍ରମିକମାନେ ଅସୁସ୍ଥ ହେଲେ ମଧ୍ୟ ସେମାନଙ୍କୁ ଛୁଟି ମିଳୁ ନ ଥିଲା। ଔଷଧ ଖାଇ କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିଲା। ଏହାର ପ୍ରତିବାଦ କଲେ ସେମାନଙ୍କୁ ମାଡର ଭୟ ଦେଖାଇ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏ ସମ୍ପର୍କରେ ଶ୍ରମିକମାନେ ଫୋନ୍‌ ଯୋଗେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପାଳକୁଦର ଗ୍ରାମର ବିପିନ ଡୁଙ୍ଗଡୁଙ୍ଗ ନାମକ ଜଣେ ବ୍ୟକ୍ତି ୨୦୧୯ ଜାନୁୟାରୀ ୨୬ରେ ଏ ସମ୍ପର୍କରେ ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ରିଆମାଳ ଥାନା ପୋଲିସ ଏକ ମାମଲା(ନଂ. ୧୩/୧୯) ଋୁଜୁ କରି ସେହି ଶ୍ରମିକମାନଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

Sonam Wangchuk: ସୋନମ ଓ୍ବାଙ୍ଗଚୁକଙ୍କ ଅନଶନ ଭାଙ୍ଗିବା ପଛରେ ଅଛି ସ୍ତ୍ରୀ ଗୀତାଞ୍ଜଳିଙ୍କ ହାତ, ଲଦାଖ ଯିବେ କି ଓ୍ବାଙ୍ଗଚୁକ? ଜାଣନ୍ତୁ

ନୂଆଦିଲ୍ଲୀ,୨୪।୭: ୨୬ ଦିନ ପରେ ଗୁରୁବାର ବିଳମ୍ବିତ ରାତିରେ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସେ…

ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରୁ ପଛକୁ ହଟୁନି CJP! ୨ ଦାବି ମାନିଲେ, ସରକାର କହିଲେ କାଲି ଧର୍ମେନ୍ଦ୍ର ପ୍ରଧାନ…

ନୂଆଦିଲ୍ଲୀ,୨୪ା୭: ପେପର ଲିକ୍ ବିବାଦ ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ ଶୁକ୍ରବାର, ଦିଲ୍ଲୀର ବିଠଲ ହାଉସରେ କେନ୍ଦ୍ର ସରକାର ଏବଂ କୋକ୍ରୋଚ୍ ଜନତା ପାର୍ଟି (CJP)…

ଅନଶନ ଭାଙ୍ଗିବାର ଏହି ଦୁଇ ବଡ଼ ବିକଳ୍ପ କହିଲେ ସୋନମ ଓ୍ବାଙ୍ଗ୍‌ଚୁକ୍‌, ମୁଁ ଚାହୁଁଥିଲି…

ନୂଆଦିଲ୍ଲୀ,୨୪ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଆମରଣ ଅନଶନ ଜାରି ରଖିଥିବା ବିଶିଷ୍ଟ ପରିବେଶବିତ୍‌ ସୋନମ ଓ୍ବାଙ୍ଗ୍‌ଚୁକ୍‌ ଗୁରୁବାର ରାତିରେ ତାଙ୍କର ଅନଶନ ଭଙ୍ଗ କରିଛନ୍ତି।…

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

ଭିଜିଲାନ୍ସ ଜାଲରେ ମହିଳା RI, ୫୫୦୦ ଲାଞ୍ଚ ନେବାବେଳେ….

ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ସୂଚନା…

ଜଣେ ବରକୁ, ୩ କନ୍ୟା: କ୍ୟାମେରାମ୍ୟାନ୍‌ଙ୍କୁ ବିବାହ କଲେ ୩ YouTuber ଭଉଣୀ

ଆମରୋହା,୨୪।୭: ଉତ୍ତର ପ୍ରଦେଶର ଆମରୋହା ଜିଲାର ହସନପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ତିନି ଭଉଣୀ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଏହି ତିନି ଭଉଣୀ ହେଉଛନ୍ତି YouTuber…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri