ଶୈଳଶ୍ରୀକ୍ଷେତ୍ର ବାହୁଡ଼ିଲେ ମହାବାହୁ: ଆଜି ରଥ ଉପରେ ସୁନାବେଶ

ଅନୁଗୋଳ ଅଫିସ, ୧୩।୭ – ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ୯ ଦିନର ଲୀଳାଖେଳ ଶେଷ କରି ଶୈଳଶ୍ରୀକ୍ଷେତ୍ର ବାହୁଡ଼ି ଆସିଛନ୍ତି ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ଭଉଣୀ ଭାଇଙ୍କୁ ଧରି ମହାପ୍ରଭୁ ଫେରିବା ବେଳେ ଥାନା ଛକରେ ପୋଡ଼ପିଠା ଓ ଛେନାପୋଡ଼ ଭୋଗ ଖାଇଛନ୍ତି। ସେହିପରି କୋର୍ଟ ନିକଟରେ ରଥାରୂଢ଼ ଦିଅଁଙ୍କ ନିକଟରେ ଶୁଖିଲା ଭୋଗ ଲାଗି କରାଯାଇଥିଲା। ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତ ତିନି ରଥ ଟାଣି ଶୀଘ୍ର ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚାଇ ଦେଇଥିଲେ। ଶାନ୍ତି ଶୃଙ୍ଖଳାରେ ରଥ ଚକଡ଼ା ଛୁଇଁବା ପରେ ପରିଚାଳନା କମିଟି ପକ୍ଷରୁ ଶନିବାର ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ବାହୁଡ଼ା ଯାତ୍ରା ପାଇଁ ତିନି ରଥ ପ୍ରସ୍ତୁତ ଥିବା ବେଳେ ଭୋର ସାଢ଼େ ୩ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ଦ୍ୱାର ଫିଟା ସହ ମଙ୍ଗଳ ଆଳତି କରାଯାଇଥିଲା। ୪ଟାରେ ସେନାପଟା ଲାଗି, ଅବକାଶ ନୀତି ଓ ରୋଶ ହୋମ ହୋଇଥିଲା। ପ୍ରାତଃ ୫ଟା ୩୦ରେ ଶ୍ରୀଜୀଉମାନଙ୍କ ବେଶ ଲାଗି କରାଯିବା ସହ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗରୁଡ଼ ପୂଜା, ବାଳ ଧୂପ ଓ ଖେଚୁଡ଼ି ଧୂପ କରାଯାଇଥିଲା। ସକାଳ ସାଢ଼େ ୭ଟାରେ ବଡ଼ଦାଣ୍ଡରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି ହୋଇଥିଲା। ପୂର୍ବାହ୍ନ ୮ଟାରେ ଶ୍ରୀଜୀଉମାନଙ୍କ ମଙ୍ଗଳାର୍ପଣ ନୀତି ପରେ ୯ଟାରେ ଗୋଟି ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୂଢ଼ କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ମଦନମୋହନ ରଥ ବିଜେ କରିବା ପରେ ମଧ୍ୟାହ୍ନ ୧୨ଟାରେ ତିନି ରଥରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଶୈଳଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସଭାପତି ତଥା ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଏବଂ ଉପସଭାପତି ତଥା ଏସ୍‌ପି ମିତ୍ରଭାନୁ ମହାପାତ୍ର ଛେରା ପହଁରା କରିଥିଲେ। ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ସ୍ବରରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ଅପରାହ୍ନରେ ପାଗ ଅନୁକୂଳ ଥିବାରୁ ପ୍ରଶାସନ ଧାର୍ଯ୍ୟ କରିଥିବା ସମୟ ପୂର୍ବରୁ ଅପରାହ୍ନ ୫ଟା ୫୦ରେ ତିନି ରଥ ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚି ଯାଇଥିଲା। ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଓ ଉପଜିଲାପାଳ ବାସୁଦେବ ଶତପଥୀ ରଥ ଦଉଡି ଟାଣୁଥିବା ଦେଖାଯାଇଥିଲା। ଏହାପରେ ଭକ୍ତମାନେ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଶନିବାର ଶ୍ରୀଜୀଉମାନଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଅନୁଗୋଳ ସହରର ହେମସୁରପଡ଼ା, ହୁଲୁରିସିଂହା, ଅମଲାପଡ଼ା ସହ ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri