ଶୁଟିଂ ସେଟ୍‌ରେ କାନ୍ଦି ପକେଇଥିଲି

ମ୍ୟୁଜିକ ଭିଡ଼ିଓ ଜଗତରେ ରାଜା ଡି ଏବେ ବେଶ୍‌ ପରିଚିତ ଓ ଚର୍ଚ୍ଚିତ ଚେହେରା। କ୍ରମାନ୍ବୟରେ ରାଜା ଡିଙ୍କ ନିର୍ଦ୍ଦେଶିତ ଗୋଟିଏ ପରେ ଗୋଟିଏ ମ୍ୟୁଜିକ ଭିଡ଼ିଓ ମିଲିୟନ ଦର୍ଶକଙ୍କ ମନକୁ ଛୁଇଁବା ସହ ଓଡ଼ିଆ ଜଗତରେ ସୁପରହିଟ୍‌ ବୋଲି ଗଣା ହେଉଛି। ଓଲିଉଡ୍‌ର ବରିଷ୍ଠ କଷ୍ଟ୍ୟୁମ ଡିଜାଇନର ନିର୍ମଳ ଦାସଙ୍କ ପୁଅ ରାଜା ଇତି ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ମ୍ୟୁଜିକ ଭିଡ଼ିଓରେ ନିର୍ଦ୍ଦେଶନା ଦେଇ ସାରିଲେଣି। ଏହାଛଡ଼ା ୧୬ଟି ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ସେ ତୁଲାଇଛନ୍ତି। ଏବେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ ଅପେକ୍ଷାରେ ରହିଛି। ରାଜା ଡି ଙ୍କ ଅନୁଭୂତିରୁ କିଛି….

୨୦୦୯ ମସିହାରୁ ମନୋରଞ୍ଜନ ଦୁନିଆ ସହ ସିଧାସଳଖ ଯୋଡ଼ି ହେଲି। ବାପା ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କଷ୍ଟ୍ୟୁମ ଡିଜାଇନର ଦାୟିତ୍ୱ ତୁଲାଇ ସାରିଲେଣି। ଏଣୁ ପିଲାଟିବେଳୁ କଳାକାର ଜଗତ ସହ ଅଳ୍ପବହୁତେ ଜଡ଼ିତ ଥିଲି। ୨୦୦୯ରେ ‘ଡନ୍‌’ ଚଳଚ୍ଚିତ୍ରରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାର୍ଯ୍ୟ କରିବାକୁ ବାପାଙ୍କ ପରାମର୍ଶ ଥିଲା। ୧୦ବର୍ଷର ଯାତ୍ରା ଭିତରେ ଅନେକ ଅନୁଭୂତି ରହିଛି। ୨୦୧୪ ମସିହାରେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ମୋତେ ପାଗଳ କରିଛୁ ତୁ’ ଚଳଚ୍ଚିତ୍ର ଶୁଟିଂ ହେଉଥାଏ। ମାସ କି ଦିନ ମନେ ନାହିଁ। ହେଲେ ସେଦିନ ଶୁଟିଂର ଅନ୍ତିମ ଦିବସ ଥିଲା। ମୁନା ଭାଇ ତଥା ସିଦ୍ଧାନ୍ତ ମହାପାତ୍ରଙ୍କର କିଛି ଶଟ୍‌ ବାକି ରହିଥିଲା। ମୁନା ଭାଇ ଏମପି ଥିବାରୁ ସେ କାମ ସାରି ଦିଲ୍ଲୀ ଯିବାକୁ ବ୍ୟସ୍ତ ହେଉଥିଲେ। ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ଆମେ କିଛି ପ୍ଲାନ କରିଥାଉ। ସଟ କିପରି ନିଆଯିବ ସେ ସବୁରୁ ଗୋଟେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲୁ। ମୁନା ଭାଇ ସେଟ୍‌ରେ ପହଞ୍ଚିବା ପରେ ପ୍ଲାନ ସବୁ ବଦଳିଗଲା। ତରବର ଭାବେ ଶଟ୍‌ ନିଆ ଚାଲିଥାଏ। ଏଗୁଡ଼ିକ ଦେଖିବା ପରେ ମୁଁ ନିର୍ଦ୍ଦେଶକ ସୁଶାନ୍ତ ସାର୍‌ଙ୍କୁ ଯାଇ ଏଗୁଡ଼ା ପ୍ଲାନ ଅନୁସାରେ ହେଉନି ବୋଲି କହିଥିଲି। ସେ ହଠାତ୍‌ ମୋ ଉପରେ ଚିଲାଇବା ଆରମ୍ଭ କରିଥିଲେ। ଏଠାରୁ ଶୀଘ୍ର ପଳା ବୋଲି କହିଥିଲେ। ସମସ୍ତଙ୍କ ସାମ୍ନାରେ ଏଭଳି ବ୍ୟବହାର ଯୋଗୁ ମୁଁ କାନ୍ଦି ପକେଇଥିଲି ଆଉ ଅଳ୍ପ ଦୂରରେ ଆସି ବସିଥିଲି। ଶୁଟିଂ ସରିଲା। ସୁଶାନ୍ତ ସାର୍‌ ସିଧାସଳଖ ମୋ ପାଖକୁ ଆସିଥିଲେ। ଭାବିଥିଲି ଗାଳି କରିବେ, ହେଲେ ସମୟ କମ୍‌ ରହିଲେ କିପରି କାମ ସାରିବାକୁ ହୁଏ ସେସବୁର ଜ୍ଞାନ ରଖିବାକୁ ପରାମର୍ଶ ଦେଇଥିଲେ। ସ୍ବଳ୍ପ ସମୟରେ ସ୍ଥାନ, କାଳ, ପାତ୍ରର ଠିକ ବ୍ୟବହାର କରିବାକୁ ସେ ଯେଉଁ ପରାମର୍ଶ ଦେଇଥିଲେ ତାହା ଆଜି ପର୍ଯ୍ୟନ୍ତ ମୋ କାମରେ ଲାଗୁଛି।
ନିଜ ସାଙ୍ଗିଆକୁ ଦାସ ବଦଳରେ ‘ଡି’ ରଖିବା ସମ୍ପର୍କରେ ସେ କୁହନ୍ତି, ଆଗରୁ ରାଜା ଦାସ ନାମରେ ଯେତିକି କାମ କରିଛି ତାହା କେବଳ ହିଟ୍‌ ହେଉଥିଲା। ସାଙ୍ଗିଆକୁ ଶର୍ଟକଟ୍‌ କରିବା ପରେ ପ୍ରୋଜେକ୍ଟ ଗୁଡ଼ିକ ସୁପରହିଟ୍‌ ହେଉଛି ବୋଲି ଏହି ଯୁବ ନିର୍ଦ୍ଦେଶକଙ୍କର ମତ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri