ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ପୁଅଙ୍କୁ ବିବାହ କରିବେ ନେହା କକ୍କର!

କଣ୍ଠଶିଳ୍ପୀ ନେହା କକ୍କର ‘ଇଣ୍ଡିଆନ୍‌ ଆଇଡଲ୍‌’ ସିଜିନ ୧୧ର ବିଚାରପତି ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ସହିତ ହିମେଶ ରେଶମିୟା ଏବଂ ବିଶାଲ ଦଡ଼ଲାନି ମଧ୍ୟ ଅଛନ୍ତି। ଏହି ଶୋ’ର ହୋଷ୍ଟ କରୁଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ। ଏକଦା ଓଡ଼ିଆରେ ‘ତୁ ମୋ ଆଖିର ତାରାରେ ମୋ ଆଖିର ଚାନ୍ଦ’ ଗୀତ ଗାଇ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ ଆଦିତ୍ୟ। ବର୍ତ୍ତମାନ ନେହାଙ୍କ ସହ ତାଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ଏହି କଥା ‘ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’ ରେ ଆରମ୍ଭ ହୋଇଥିଲା। ସେଟ୍‌ରେ ଆଦିତ୍ୟ ନାରାୟଣଙ୍କ ପୂରା ପରିବାର ନେହାଙ୍କୁ ଭେଟିଥିଲେ।

ଖୋଦ୍‌ ଉଦିତ୍‌ ନାରାୟଣ ନେହାଙ୍କୁ ତାଙ୍କ ପୁଅଙ୍କ ନାଁ ନେଇ ଚିଡ଼ାଇଥିଲେ। ଉଦିତ୍‌ କହିଛନ୍ତି, ଏହି ଶୋ’ ସେ ଦୁଇଟି କାରଣ ଯୋଗୁ ଦେଖନ୍ତି। ପ୍ରଥମ କାରଣ ହେଲା ଏଥିରେ ଭାଗ ନେଉଥିବା ପ୍ରତିଯୋଗୀ ବହୁ ଅଭିଜ୍ଞ। ଦ୍ୱିତୀୟ କାରଣ ହେଲା ନେହାଙ୍କୁ ନିଜର ବୋହୂ କରିବାକୁ ଚାହାନ୍ତି। କେବଳ ଉଦିତ୍‌ ନୁହନ୍ତି, ତାଙ୍କ ସ୍ତ୍ରୀ ଦୀପା ନାରାୟଣଙ୍କୁ ମଧ୍ୟ ଏହି ସେଟ୍‌ରେ ଦେଖିବାକୁ ମିଳିଥିଲା। ଦୀପା ସେଟ୍‌ରେ କହିଥିଲେ ନେହା ନାରାୟଣ ପରିବାରର ବୋହୂ ହେବାକୁ ଯାଉଛନ୍ତି। ନେହାଙ୍କ ମା’ ବାପା ମଧ୍ୟ ସେଟ୍‌କୁ ଆସିଥିଲେ। ସେମାନେ ମଧ୍ୟ ରାଜି ହୋଇଯାଇଛନ୍ତି। ଆଦିତ୍ୟ ବହୁ ଖୁସି ଥିବା ଜଣା ପଡୁଥିଲେ।

କିନ୍ତୁ ନେହା ଏତେ ଶୀଘ୍ର ବିବାହ କଲେ କିଛି ମଜା ରହିବନି ବୋଲି କହିଛନ୍ତି। କହିରଖୁଛୁ, ଏ ସମସ୍ତ କଥା ଥଟ୍ଟାମଜା ଥିଲା। ସମସ୍ତେ ଆଦିତ୍ୟ ଏବଂ ନେହାଙ୍କୁ ଚିଡ଼ାଇବା ପାଇଁ କହିଥିଲେ। ଏବେ ବି ଆଦିତ୍ୟ- ନେହା ସିଙ୍ଗଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri